ସରକାର ଦେଉଛନ୍ତି ମାସିକ ଚାରି ଲକ୍ଷ ଟଙ୍କା କମାଇବାର ସୁଯୋଗ,ଜାଣନ୍ତୁ କେମିତି ଓ କ’ଣ ରହିଛି ସର୍ତ୍ତ ଓ ସମ୍ପୂର୍ଣ୍ଣ ସୂଚନା

କରୋନା କାଳରେ ବହୁତ ଲୋକଙ୍କ ଚାକିରି ଚାଲିଯାଇଛି ଓ କେତେକ ଲୋକଙ୍କ ଦରମା ହ୍ରାସ ପାଇଛି|ଏମିତିରେ ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ତାଙ୍କ ପାଇଁ ସରକାର ଏକ ସୁଯୋଗ ନେଇ ଆସିଛନ୍ତି|ସରକାରଙ୍କୁ ଭାରତୀୟ ବିମା ନିୟାମକ ଓ ବିକାଶ ପ୍ରାଧିକରଣ(ଇରଡାରେ) ପୂର୍ଣ୍ଣକାଳିନ ସଦସ୍ୟ(ବିତ୍ତ ଓ ନିବେଶ)ପଦ ପାଇଁ କର୍ମଚାରୀ ଆବଶ୍ୟକ|ଏହି ପଦ ପାଇଁ ବେତନ ଓ ଭତ୍ତା ଭାବେ ଆପଣଙ୍କୁ ମାସିକ ଚାରି ଲକ୍ଷ ଟଙ୍କା ଦିଆଯିବ|

ଏହି ସରକାରୀ ଚାକିରିରେ ଆପଣଙ୍କୁ ବହୁତ ଲାଭ ହେବ|ଯଦି ଆପଣ ଏହି ଚାକିରି କରିବାକୁ ଚାହୁଁଛନ୍ତି,ତାହେଲେ ଡେରି କରନ୍ତୁ ନାହିଁ,କାରଣ ଏଥିପାଇଁ ଆବେଦନର ଅନ୍ତିମ ତିଥି ୪ ଅପ୍ରେଲ ୨୦୨୧ ରହିଛି|ଧ୍ୟାନ ଦିଅନ୍ତୁ ଏଥିରେ ଘର ଵା କାରର ସୁବିଧା ରହିବ ନାହିଁ|

ବିତ୍ତ ମନ୍ତ୍ରାଳୟ ଇରଡାରେ ପୂର୍ଣକାଳିନ ସଦସ୍ୟର ଖାଲିଥିବା ପଦ ପାଇଁ ଆବେଦନ ମାଗିଛି|ବିତ୍ତୀୟ ସେଵା ଆୟୋଗ ତରଫରୁ ବାହାରିଥିବା ବିଜ୍ଞାପନରେ କୁହାଯାଇଛି ଯେ ଆବେଦକଙ୍କ ପାଖରେ ବିତ୍ତ ଏବଂ ନିବେଶ କ୍ଷେତ୍ରରେ ଅତିକମରେ ୨୫ ବର୍ଷର ଅନୁଭବ ହେବା ଆବଶ୍ୟକ ଓ ଏଥିରେ ଅତିକମରେ ୩ ବର୍ଷର ଅନୁଭବ ବରିଷ୍ଠ ସ୍ତରରେ ହେବା ଆବଶ୍ୟକ|ବିଭାଗ କହିଛି ଯେ ଆଵେଦକ ରିଜର୍ଭ ବ୍ୟାଙ୍କ ବା ଅନ୍ୟ ବିତ୍ତୀୟ ସଂସ୍ଥାନ ବା ନିୟାମକୀୟ ପ୍ରାଧିକରଣରେ ଅତି କମରେ ମୁଖ୍ୟ ମହାପ୍ରବନ୍ଧକ ସ୍ତରର ଅଧିକାରୀ ହେବା ଆବଶ୍ୟକ|ଵିଭାଗ କହିଛନ୍ତି ଯେ ଆବେଦନର ଅନ୍ତିମ ତିଥି ପର୍ଯ୍ୟନ୍ତ ଆବେଦକଙ୍କର ଅତିକମରେ ଦୁଇବର୍ଷ ସେଵାକାଳ ଶେଷ ହେବା ଆବଶ୍ୟକ|ମାନେ ଏହି ତିଥି ପର୍ଯ୍ୟନ୍ତ ଆବେଦକଙ୍କର ବୟସ ୬୦ରୁ ଉର୍ଦ୍ଧ୍ବ ହୋଇନଥିବ|ପୂର୍ଣ୍ଣକାଳିନ ସଦସ୍ୟଙ୍କ କାର୍ଯ୍ୟକାଳ ବିମା ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଅନୁସାରେ ହେବ|କୈାଣସି ବ୍ୟକ୍ତି ୬୨ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ଏହି ପଦରେ ରହିପାରିବେ ନାହିଁ|

ଇନସ୍ୟୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥରିଟି ଅଫ ଇଣ୍ଡିଆର ୧୦ ସଦସ୍ୟ ବିଶିଷ୍ଟ ଦଳ ରହିଛି|ଅଧ୍ୟକ୍ଷଙ୍କ ସହ ଏଥିରେ ୫ଜଣ ପୂର୍ଣ୍ଣକାଳିନ ସଦସ୍ୟ ଓ ୪ଜଣ ପାର୍ଟ ଟାଇମ ସଦସ୍ୟ ରହିଥାନ୍ତି,ଯେଉଁମାନେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *