ରିଷଭ ପନ୍ତ ଶିଖର ଧାୱନଙ୍କ ମୁଣ୍ଡରେ ମାରିଲେ ବଲ, ପଛରୁ ରୋହିତ ଶର୍ମା ମଧ୍ୟ କିଛି ଏମିତି କରିଲେ- ଦେଖନ୍ତୁ ମଜାଳିଆ ଭିଡିଓ

ଭାରତ ବନାମ ଇଂଲଣ୍ଡ:-
ଇଂଲଣ୍ଡ ୩-୧ ଟେଷ୍ଟ ସିରିଜ ହାରିବା ପରେ ବର୍ତ୍ତମାନ ଭାରତୀୟ ଦଳ ସହିତ ୫ଟି ମ୍ଯାଚ ଟି-୨୦ ସିରିଜ ଖେଳିବ। ଏହି ସିରିଜ ୧୨ ମାର୍ଚ୍ଚରୁ ଆରମ୍ଭ ହେବ। ଯେଉଁଥିପାଇଁ ଉଭୟ ଦଳ ନେଟ୍ସରେ ଝାଳ ବୁହାଉଛନ୍ତି। ଇତି ମଧ୍ୟରେ ଶିଖର ଧାୱନ ଇନଷ୍ଟାଗ୍ରାମରେ ନିଜର ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି। ଯେଉଁଠି ସେ ରୋହିତ ଶର୍ମା, ରିଷଭ ପନ୍ତ, କୁଲଦୀପ ଯାଦବଙ୍କ ସହିତ ମଜା କରୁଥିଲେ। ସେ ପିଲାଙ୍କର ଖେଳଣା ସହିତ ଖେଳୁଥିଲେ। ରିଷଭ ପନ୍ତ ଧାୱନଙ୍କୁ ବଲରେ ମାରୁଥିବାର ଦେଖାଯାଇଥିଲା। ରୋହିତ ଶର୍ମା ମଧ୍ୟ ତାଙ୍କୁ ବଲ ମାରୁଛନ୍ତି। କୁଲଦୀପ ଯାଦବ ପିଲାଙ୍କର ସାଇକେଲରେ ନଜର ଆସୁଥିଲେ।

ଭିଡିଓରେ ଦେଖିପାରିବେକି ଶିଖର ଧାୱନ, ରୋହିତ ଶର୍ମା, ରିଷଭ ପନ୍ତ ଓ କୁଳଦୀପ ଯାଦବ ପିଲାଙ୍କ ଖେଳଣା ପାଖରେ ଛିଡା ହୋଇଛନ୍ତି। ଏକ ବକେଟ ମଧ୍ୟରେ ଅନେକ ବଲ ପଡିଛି। ପନ୍ତ ବଲକୁ ଉଠାଇ ଧାୱନଙ୍କ ମୁଣ୍ଡରେ ମାରନ୍ତି। କୁଲଦୀପ ଯାଦବ ପିଲାଙ୍କର ସାଇକେଲରେ ବସି ଚଳାଉଛନ୍ତି।

ଶିଖର ଧାୱନ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ଯେତେ ବଡ ହୋଇଗଲେ ମଧ୍ୟ ପିଲାଳିଆମି ଯିବା ଅନୁଚିତ। ଜୀବନରେ କାମ ଆବଶ୍ୟକ କିନ୍ତୁ ଲାଇଟ ରହିବା ପାଇଁ ମଜା କରିବା ଆବଶ୍ୟକ। କୁଲଦୀପ ଯାଦବ ନିଜର ପ୍ରଥମ ରାଇଡ ନେଉଛନ୍ତି।”

ଭିଡିଓ ଦେଖନ୍ତୁ:-

ଏହି ଭିଡିଓକୁ ସେ ମାର୍ଚ୍ଚ ୭ରେ ସେୟାର କରିଥିଲେ, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୨.୮ମିଲିୟନ ଭ୍ୟୁ ଅଶୀସରିଛି। ଏହା ସହିତ ୪ଲକ୍ଷରୁ ଅଧିକ ଲାଇକ୍ସ ଓ ଏକ ହଜାରରୁ ଅଧିକ କମେଣ୍ଟ ଆସିସାରିଛି। ଯୁଜୁବେନ୍ଦ୍ର ଚହଲ କମେଣ୍ଟରେ ଲେଖିଲେକି, ରୁମରୁ ମୁଁ ସବୁ ଦେଖୁଥିଲି, ପିଲାମାନଙ୍କର ମସ୍ତି।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *