ମୋଦୀ ସରକାରଙ୍କ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା,କେତେ ଟଙ୍କା ବ୍ୟାଙ୍କ ଦେଇଥାଏ ଋଣ,ଆସନ୍ତୁ ଜାଣିବା

ଦେଶରେ ମୋଦି ସରକାର ଆସିବା ପରେ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଆରମ୍ଭ ହେବା ଦିନ ଠାରୁ ଚଳିତ ବର୍ଷ ଜାନୁଆରୀ ୩୧ତାରିଖ ମଧ୍ୟରେ ବ୍ୟାଙ୍କରୁ ୧,୧୦,୦୧୯ଜଣ ବିଭିନ୍ନ ତାଲିକାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀ ଋଣ ନେଇଛନ୍ତି। ଏହି ଯୋଜନାରେ ବିଭିନ୍ନ ତାଲିକାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀମାନେ ୧୦ ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଋଣ ନେଇଛନ୍ତି। ହିତାଧିକାରୀମାନେ ନିଜର ବ୍ୟବସାୟ ଆରମ୍ଭ କରିବା ଓ ବ୍ୟବସାୟ ବଢେଇବା ପାଇଁ ଋଣ ବ୍ୟାଙ୍କରୁ ନେଇଛନ୍ତି।

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ସମ୍ପର୍କରେ ଲିଖିତ ପ୍ରଶ୍ନ ଉତ୍ତର ମାଧ୍ୟମରେ ରାଜ୍ୟସଭାକୁ ଏହି ବିଷୟରେ ଜଣାଇଛନ୍ତି।

Google

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ୨୦୧୬ ମସିହାର ଏପ୍ରିଲ ୧୬ତାରିଖ ଦିନ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା। ଆଉ ପରବର୍ତ୍ତୀ ସମୟରେ ଏହାର ଅବଧିକୁ ୨୦୨୫ ମସିହା ସୁଦ୍ଧା ସମ୍ପ୍ରସାରଣ କରାଯାଇଛି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ଓ ବ୍ୟବସାୟକୁ ସମ୍ପ୍ରସାରଣ କରିବା ପାଇଁ ବ୍ୟାଙ୍କ ଋଣ ଦେଇଥାଏ। ହିତାଧିକାରୀମାନଙ୍କୁ ଏହି ଯୋଜନା ଦ୍ୱାରା ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ରଣ ବ୍ୟାଙ୍କ୍ ଯୋଗାଇ ଦେଇଥାଏ। ସବୁଜ ଉଦ୍ୟୋଗ କ୍ଷେତ୍ରରେ ଅନ୍ତର୍ଗତ ବିଭିନ୍ନ ନିର୍ମାଣ କ୍ଷେତ୍ର ଏବଂ ବ୍ୟବସାୟରେ ଅନ୍ତର୍ଗତ ପ୍ରତ୍ୟେକ ବାଣିଜ୍ୟିକ ବ୍ୟାଙ୍କର ପ୍ରତ୍ୟେକ ଶାଖା ଅନ୍ୟୂନ ଜଣେ ତଫସିଲଭୁକ୍ତ ଜାତିର, ଜଣେ ତଫସିଲଭୁକ୍ତ ଉପଜାତିର ଏବଂ ଜଣେ ମହିଳା ଉଦ୍ୟୋଗୀମାନଙ୍କୁ ୧୦ ଲକ୍ଷରୁ ଆରମ୍ଭ କରି ୧ କୋଟି ଟଙ୍କା ବ୍ୟାଙ୍କ୍ ଋଣ ଦେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *