ଶିଖର ଧାୱନଙ୍କୁ ନେଇ ବଢ଼ିଲା ସନ୍ଦେହ,ପ୍ରଥମ T-20 କ୍ରିକେଟରେ ଏହି କାରଣରୁ ଖେଳି ନପାରନ୍ତି,ଜାଣନ୍ତୁ କାରଣ

ଅନୁଭବୀ ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କୁ t-20 କ୍ରିକେଟରେ ସେତେବେଳେ ମୌକା ମିଳିବ ଯେତେବେଳେ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଭିତରୁ କେହି ଜଣେ ଆହତ ହେବ କିମ୍ବା ଆରାମ ଦିଆଯିବ । ଆଉ ଏକ ଖବର ମିଳୁଛି କି, t-20 ମ୍ୟାଚ ପୂର୍ବରୁ ହାର୍ଦିକ ପାଣ୍ଡ୍ୟା ନେଟସରେ ବୋଲିଂ ଅଭ୍ୟାସ କରୁଛନ୍ତି । ହାର୍ଦିକ ନିଜର ଟ୍ୱିଟର ପେଜରେ ଅଭ୍ୟାସ ସମୟର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ।

ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ଼ ଓ ଅଧିନାୟକ ବିରାଟ କୋହଲି ସେଠାରେ ଉପସ୍ଥିତ ଥିଲେ । ହାର୍ଦିକ 2019 ରେ ଅଣ୍ଟାରେ ଷ୍ଟ୍ରେଚ କାରଣରୁ ବହୁତ କମ ବୋଲିଂ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରେ ସେ ବୋଲିଂ କ

ଥିଲେ ଓ ଏଥିପାଇଁ ସେ ନିଜ ଆକ୍ସନ ପରିବର୍ତ୍ତନ କରିଥିଲେ । ପୂର୍ବ ରାଷ୍ଟ୍ରୀୟ ଚୟନକର୍ତା ଦେବାଙ୍ଗ ଗାନ୍ଧୀ ତାଙ୍କର ଏହି ଆକ୍ସନକୁ ଦେଖିବାପରେ ଟ୍ୱିଟ କରିଥିଲେ, ହାର୍ଦିକଙ୍କ ଆକ୍ସନ ପରିବର୍ତ୍ତନ ହୋଇଛି ଓ ତାଙ୍କ ଜମ୍ପିଂ କମିଯାଇଛି ।

ବିଗତ ଆଇପିଏଲରେ ରାହୁଲଙ୍କ ପରେ ସର୍ବାଧିକ ରନ କରିଥିବା ଶିଖରଙ୍କୁ ରୋହିତଙ୍କ ଫେରିବାପରେ ଦଳରେ ସ୍ଥାନ ମିଳିନାହିଁ । ଗାନ୍ଧୀ କହିଛନ୍ତି, ଋଷଭ ପନ୍ତଙ୍କୁ 4 ନମ୍ବରରେ ଖେଳିବାକୁ ହେବ ଓ ସୂର୍ଯ୍ୟକୁମାର ଯାଦବଙ୍କୁ 5 ନମ୍ବରରେ ଖେଳିବାକୁ ହେବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *