ପିଲାଟିକୁ କୋଳରେ ନେଇ ଇମାନଦାରିରେ ନିଜର ଡ୍ୟୁଟି କରିଲେ ମହିଳା ଟ୍ରାଫିକ ପୋଲିସକର୍ମୀ, ଦେଖନ୍ତୁ ଭିଡିଓ

ଜଣେ ମହିଳା ପୁରୁଷଙ୍କ ତୁଳନାରେ ବହୁତ ଅଧିକ ପରିଶ୍ରମ କରନ୍ତି। ଖାସକରି ଯଦି ସେ ଜବ କରୁଥିବେ ତେବେ ତାଙ୍କର ଏହି ପରିଶ୍ରମ ବହୁତ ଅଧିକ ବଢିଯାଏ। ଯେତେବେଳେ ଜଣେ ପୁରୁଷ କାମ କରନ୍ତି ତେବେ ସେତେବେଳେ ତାଙ୍କୁ ଘରର ଗୃହସ୍ଥିର ଚିନ୍ତା ହୋଇନଥାଏ। ଆପଣ ମଧ୍ୟ ବୋଧ ହୁଏ କୌଣସି ପୁରୁଷଙ୍କୁ ଚାକିରି କରୁଥିବା ସମୟରେ ନିଜର ପିଲାଙ୍କୁ ସମ୍ଭାଳୁଥିବାର ଦେଖିଥିବେ। ଅନ୍ୟପକ୍ଷରେ ଜଣେ କାର୍ଯ୍ୟରତ ମହିଳାଙ୍କୁ ନିଜର କାମ ସହିତ ନିଜର ପିଲାଙ୍କର ମଧ୍ୟ ଦେଖରଖ କରିବାକୁ ପଡିଥାଏ।

ଏମିତି ଜଣେ ପୋଲିସ ଅଧିକାରୀ ଅଛନ୍ତି, ପ୍ରିୟଙ୍କାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଏହି ଭିଡିଓ ସେକ୍ଟର ୧୫/୨୩ର ଗୋଲଘର ନିକଟରେ। ଏଠାରେ ମହିଳାଙ୍କୁ ନିଜର କୋଳରେ ପିଲାକୁ ଧରି ଟ୍ରାଫିକ ଡ୍ଯୁଟି କରୁଥିବାର ଦେଖାଯାଇଥିଲା। ମହିଳା ନିଜର ଚାକିରିର ଦାୟିତ୍ଵକୁ ସମ୍ବାଳିବା ସହିତ ନିଜର ମା ହେବାର କର୍ତ୍ତବ୍ୟକୁ ମଧ୍ୟ ନିଭାଉଛନ୍ତି।

ଭିଡିଓରେ ଦେଖିପାରିବେ ମହିଳାଙ୍କ ହାତରେ ଏକ ପିଲାଟିଏ ଅଛି। ମାଙ୍କ କୋଳରେ ସେ ବଡ ଆରାମରେ ଶୋଇଛି। ତା’ର ମା ପିଲାଟିକୁ ସମ୍ଭାଳିବା ସହିତ ଟ୍ରାଫିକକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ନିଜର କର୍ତ୍ତବ୍ୟ ପ୍ରତି ସମର୍ପିତ ଏହି ମହିଳାଙ୍କର ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ତାଙ୍କର ଭିଡିଓକୁ ଯିଏବି ଦେଖୁଛନ୍ତି ସେ ମହିଳାଙ୍କୁ ସଲାମ କରୁଛନ୍ତି।

ଆଶ୍ଚର୍ଯ୍ୟକର କଥା ହେଉଛିକି, ଏହି ମହିଳାଙ୍କୁ ଷ୍ଟାଫ ପଚାରିଥିଲେ ସେ ଘରକୁ ଯିବାକୁ ଚାହୁଞ୍ଚନ୍ତିକି ସେ ମନା କରିଦେଇଥିଲେ। ଟ୍ରାଫିକ ମହିଳାଙ୍କର କହିବା କଥାକି ସେ ନିଜର ଡ୍ଯୁଟି କରିବାକୁ ଚାହାନ୍ତି। ଏହି ଭିଡିଓକୁ ସେଠାକାର ଜଣେ ସ୍ଥାନୀୟ ବ୍ୟକ୍ତି କରିଛନ୍ତି। ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଭିଡିଓ ଦେଖନ୍ତୁ:-

ଏକ ପକ୍ଷରେ ଅନେକ ଲୋକ ଟ୍ରାଫିକ ପୋଲିସଙ୍କର ପ୍ରଶଂସା କରୁଛନ୍ତି ତୋ ଆଉ କିଛି ପିଲାକୁ ଘରେ ରଖିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ତାଙ୍କର କହିବା କଥାକି କରୋନାର ସ୍ଥିତିକୁ ଦେଖି ପିଲାକୁ ଭିଡ ସ୍ଥାନକୁ ଆଣିବା ଉଚିତ ନୁହଁ। ଆହୁରି ଏତେ ଖରାରେ ପିଲାମାନେ ରହିଲେ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଆସିପାରେ।

ଆପଣଙ୍କୁ ଏହି ଭିଡିଓଟି କିପରି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଏହା ସହିତ ଭିଡିଓ ପସନ୍ଦ ଆସିଥିଲେ ଅଧିକରୁ ଅଧିକ ଲୋକଙ୍କ ସହିତ ସେୟାର କରନ୍ତୁ। ଏହିପରି ଅନ୍ୟ ଲୋକମାନେ ମହିଳାଙ୍କ ଠାରୁ ପ୍ରେରଣା ପାଇଁ ନିଷ୍ଠାର ସହ ନିଜର କାର୍ଯ୍ୟ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *