ନଦୀରେ ଫସି ଯାଇଥିବା ହରିଣ କରୁଥିଲା ବାହାରକୁ ବାହାରିବା ପାଇଁ ଚେଷ୍ଟା, ଅଚାନକ ଦୁଇଟି କୁମ୍ଭୀର କରିଦେଲେ ଆ-କ୍ର-ମ-ଣ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପଶୁମାନଙ୍କର ଆଶ୍ଚର୍ଯ୍ୟଜନକ ଭିଡିଓ ପ୍ରାୟତ ଭାଇରାଲ ହେବାରେ ଲାଗିଥାଏ | ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ହରିଣକୁ ତାର ମୂର୍ଖତା କାରଣରୁ କୁମ୍ଭୀରର ଶିକାର ହେବାକୁ ପଡିଲା | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓକୁ ଆଇଏଫଏସ ଅଫିସର ପ୍ରବୀଣ ଆଙ୍ଗୁସ୍ୱାମୀ ସେୟାର କରିଛନ୍ତି | ଏହାସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ ସାହସିକତା ଏବଂ ମୂର୍ଖତା ମଧ୍ୟରେ ଏକ ପତଳା ରେଖା ରହିଥାଏ, ଯାହାକୁ କେବେବି ଅତିକ୍ରମ କରିବା ଉଚିତ ନୁହେଁ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓରେ ଆପଣ ନିଜେ ଦେଖିପାରିବେ ଯେ କିପରି ଗୋଟିଏ ହରିଣ ନଦୀର ମଝିରେ ଫସି ଯାଇଛି ଏବଂ ସେ ବାହାରକୁ ବାହାରିବା ପାଇଁ ଚିନ୍ତାରେ ଥାଇ ଏପଟ-ସେପଟ ହେଉଥିବାର ଦେଖାଯାଉଛି | ସେହିପରି କିଛି ଦୂରତାରେ ଆପଣ ଦେଖିପାରୁଥିବେ ଯେ ଗୋଟିଏ କୁମ୍ଭୀର ମଧ୍ୟ ବସିଛି | କିଛି ସମୟ ପରେ ହରିଣଟି ଆଗକୁ ବଢିଥାଏ ଏବଂ ଅଚାନକ ପାଣି ଭିତରକୁ ଡେଇଁପଡେ | କିନ୍ତୁ ଠିକ ସେତିକିବେଳେ ତୁରନ୍ତ ସେହି କୁମ୍ଭୀରଟି ମଧ୍ୟ ହରିଣ ଆଡକୁ ଦ୍ରୁତ ଗତିରେ ଯାଉଥାଏ ଏବଂ ଅନ୍ୟପଟରୁ ମଧ୍ୟ ଆଉ ଏକ କୁମ୍ଭୀର ହରିଣ ଆଡକୁ ମାଡି ଆସୁଥିବାର ଦେଖାଯାଉଛି | ହରିଣଟି ନିଜର ସ୍ପିଡ଼କୁ ଆହୁରି ବଢାଇବାକୁ ଲାଗେ, କିନ୍ତୁ କୁମ୍ଭୀର ଏତିକିରେ ହିଁ ତାକୁ ନିଜର ଶିକାର କରିଦିଏ |

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷରୁ ମଧ୍ୟ ଅଧିକ ଥର ଦେଖାଗଲାଣି | ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଖୁବ ପସନ୍ଦ ମଧ୍ୟ କରୁଛନ୍ତି | ଏହାସହିତ ଏହି ଭିଡିଓକୁ ଦେଖି ବହୁତ ଲୋକ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *