ଭାରତ ସହିତ ଇଂଲଣ୍ଡ:କେ ଏଲ୍ ରାହୁଲ ଖୋଲିଲେ ବିରାଟ କୋହଲିଙ୍କ ରାଜ୍,ପ୍ରଥମ ଥର କରିଲେ ଏହି କଥାର ଖୁଲାସା

ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩-୧ ରେ ଶୋଚନୀୟ ଭାବେ ପରାଜିତ କରିଛି|ଏହି ସିରିଜର ଶେଷ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଗୋଟିଏ ପାଳି ଓ ୨୫ ରନରେ ହରାଇଛି|ଏହାସହ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଜାଗା ବନେଇଛି|ଭାରତର ଏହି ସଫଳତା ପରେ ଦଳର ଖେଳାଳି କେଏଲ୍ ରାହୁଲ କୋହଲିଙ୍କ ବିଷୟରେ ଵଡ ଖୁଲାସା କରିଛନ୍ତି|

ରାହୁଲ କହିଛନ୍ତି ଯେ କୋହଲି ଦୁଇ ବର୍ଷ ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିଲେ|ବିରାଟଙ୍କ ମଜବୁତ ଲକ୍ଷ୍ୟ ସମ୍ପର୍କରେ ରାହୁଲ ବିସିସିଆଇ ଆପ ମାଧ୍ୟମରେ କହିଛନ୍ତି ଯେ ପୂର୍ବ ୨ ଵର୍ଷରୁ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରୁ ଆମେ ହାର ମାନି ନାହୁଁ|ଏହି କଥା ସହ ଏକମତ ହୋଇ କୋହଲି କହିଛନ୍ତି ଆମେ ଦୁଇଵର୍ଷ ହେଲାଣି ଯେଭଳି ଖେଳୁଛୁ, ଫାଇନାଲରେ ପହଞ୍ଚିବାକୁ ହକଦାର ଅଟୁ|

ଇଂଲଣ୍ଡକୁ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୩-୧ ରେ ହରାଇବା ପରେ ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛି|ଏଥିରେ ପହଞ୍ଚିବାକୁ ଭାରତକୁ ସିରିଜରେ ୪-୦,୩-୧ ବା ୨-୧ରେ ଜିତିବା ଆବଶ୍ୟକ ଥିଲା|ଭାରତ ଜୁନରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଏଵେ ନ୍ୟୁଜିଲାଣ୍ଡର ସମ୍ମୁଖୀନ ହେବ|

ଭାରତ ଇଂଲଣ୍ଡକୁ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୩-୧ ରେ ଶୋଚନୀୟ ଭାବେ ପରାଜିତ କରିଥିଲା|ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୨୨୭ରନର ବାଜି ମାରିଥିଲା|ଏହାପରେ ଭାରତ ପ୍ରତ୍ୟାବର୍ତ୍ତନ କରି ୩୧୭ରନର ଵିଜୟ ହାସଲ କରିଥିଲା|ସିରିଜର ତୃତୀୟ ଟେଷ୍ଟରେ ଭାରତ କେବଳ ଦୁଇଦିନରେ ୧୦ ୱିକେଟରେ ଵିଜୟ ହାସଲ କରିଥିଲେ|ଶେଷ ଟେଷ୍ଟରେ ଗୋଟିଏ ପାଳି ଓ ୨୫ ରନରେ ଜିତିଥିଲା|

ଭାରତୀୟ ଦଳ ଇଂଲଣ୍ଡକୁ ସିରିଜରେ ପରାସ୍ତ କରିବା ସହ ଏକ ବଡ ରେକର୍ଡ ନିଜ ନାମରେ ନାମିତ କରିଥିଲା|ଘରୋଇ ମାଟିରେ ଏହା ଭାରତର ଲଗାତାର ୧୩ତମ ସିରିଜ ବିଜୟ ଥିଲା|ଦୁନିଆରେ କୈାଣସି ଦଳ ଭାରତ ଠାରୁ ଅଧିକ ଲଗାତାର ସିରିଜ ଜିତି ନାହିଁ|ଭାରତ ୨୦୧୩ ଠାରୁ ନେଇ ଏପର୍ଯ୍ୟନ୍ତ ଲଗାତାର ୧୩ଟି ସିରିଜ ଜିତିଛି|ଭାରତ ପରେ ଏହି କ୍ରମରେ ଅଷ୍ଟ୍ରେଲିଆର ନାମ ଆସିବ|ସେ ନଭେମ୍ବର ୧୯୯୪ ଠାରୁ ନଭେମ୍ବର ୨୦୦୦ ପର୍ଯ୍ୟନ୍ତ ଘରୋଇ ମାଟିରେ ଲଗାତାର ୧୦ ସିରିଜ ଜିତିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *