ଏସିଆ କପ ୨୦୨୧:ଅଲଗା ଦଳ ସହ ଓହ୍ଲାଇବ ଭାରତ!ରାହୁଲ ହୋଇପାରନ୍ତି ନୂଆ ଅଧିନାୟକ

କରୋନା ମହାମାରୀ କାରଣରୁ ପୂର୍ବବର୍ଷ ସ୍ଥଗିତ କରିବାକୁ ପଡ଼ିଥିଲା ଓ ଏହି ବର୍ଷ ଏହାକୁ ନେଇ ସଂଶୟ ସୃଷ୍ଟି ହୋଇଛି|ଯଦି ସବୁକିଛି ଠିକଠାକ ରହେ ତେବେ ଏସିଆ କପର ଆୟୋଜନ ଜୁନ ୨୦୨୧ରେ ଶେଷରେ ଶ୍ରୀଲଙ୍କାରେ ହୋଇପାରେ ଓ ଏହି ମାସରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମୁକାବିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଵାକୁ ଯାଉଛି|ଏମିତିରେ ଏହାକୁ ନେଇ ଏକ ସଂଶୟ ସୃଷ୍ଟି ହୋଇଛି|

ଏମିତିରେ ବିସିସିଆଇ ପ୍ଲାନିଙ୍ଗ କରୁଛି ଯେ ଏକ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବା ପାଇଁ(ଲର୍ଡ୍ସ) ଯାଉ ଓ ଅନ୍ୟ ଏକ ଦଳ ବନାଯାଉ ଯାହା ଏସିଆ କପ ୨୦୨୧ ପାଇଁ ଶ୍ରୀଲଙ୍କା ଯାଉ|ମିଡିଆ ରିପୋର୍ଟ ଅନୁସାରେ ଯଦି ଏସିଆ କପ ହୁଏ ତେବେ ଆଉକିଛି ବିକଳ୍ପ ନାହିଁ|ଆମେ ଇଂଲଣ୍ଡ ବିରୁଦ୍ଧ ସିରିଜ ପାଇଁ କୈାଣସି ଜଖିମ ନେଇପାରିବୁ ନାହିଁ|ଖେଳାଳି ଦୁଇଥର କ୍ୱରେଣ୍ଟାଇନରେ ରହିପାରିବେନି|ଶ୍ରୀଲଙ୍କାରେ ଖେଳିବାକୁ ଥିବା ଏସିଆ କପ ଟି-୨୦ ଫର୍ମାଟରେ ହେବ|

ପ୍ରକୃତରେ ଭାରତୀୟ କ୍ରିକେଟ ଦଳର ଏବର୍ଷ ବହୁତ ବ୍ୟସ୍ତ କାର୍ଯ୍ୟକ୍ରମ ରହିଛି|ଏହାକୁ ଇଂଲଣ୍ଡ ବିରୁଦ୍ଧରେ ପାଞ୍ଚ ଟେଷ୍ଟ ମ୍ୟାଚର ସିରିଜ ଖେଳିବାକୁ ହେବ|ଏହାପରେ ଟି-୨୦ ବିଶ୍ୱକପ୍ ଖେଳିବ|ଏସବୁକୁ ଧ୍ୟାନ ରଖି ଭାରତ ପାଖରେ ଏସିଆ କପ ୨୦୨୧ ପାଇଁ ଅନ୍ୟ ଦଳ ପଠାଇବା ଛଡା ଆଉକିଛି ବିକଳ୍ପ ନାହିଁ|ଏମିତିରେ ଯଦି ଜୁନ ଶେଷରେ ଏସିଆ କପ ହୁଏ,ତେଵେ ଭାରତୀୟ ଦଳ ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା,ଋଷଭ ପନ୍ତ,ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ବିନା ଓହ୍ଲାଇବ|

ଯଦିଓ ଏପର୍ଯ୍ୟନ୍ତ ଏସିଆ କପ ୨୦୨୧କୁ ନେଇ କୈାଣସି ଅଧିକାରିକ ଅପଡେଟ ଆସିନାହିଁ|କିନ୍ତୁ ପ୍ରଶ୍ନ ଉଠିଛି ଯେ ଏହି ଦୁଇ ଦଳର ଅଧିନାୟକ କିଏ କିଏ ହେବ?ବିରାଟ କୋହଲି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଅଧିନାୟକତ୍ୱ ଗ୍ରହଣ କରିବେ|ଏମିତିରେ କ’ଣ ୱିକେଟ କିପର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲଙ୍କୁ ଭାରତୀୟ ଦଳର ଅଧିନାୟକତ୍ୱ ମିଳିପାରେ?ଏହା ଦେଖିବାକୁ ପଡିବ|କହିରଖେ ଯେ ଭାରତୀୟ ଦଳ ଏସିଆ କପରେ ଏପର୍ଯ୍ୟନ୍ତ ଇତିହାସରେ ସବୁଠାରୁ ସଫଳ ରହିଛି|ଭାରତ ଏପର୍ଯ୍ୟନ୍ତ ସର୍ବାଧିକ ୭ ଥର ଏସିଆ କପ୍ ଜିତିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *