ଧୋନୀଙ୍କ ରେ-କ-ର୍ଡ଼ ଭା-ଙ୍ଗିବେ ଋଷଭ ପନ୍ତ, 10 ବର୍ଷ ପର୍ଯ୍ୟନ୍ତ ଖେଳିବେ ତିନୋଟି ଫର୍ମାଟରେ

ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତର ଟରନିଂ ପିଚକୁ ନେଇ ଋଷଭ ପନ୍ତଙ୍କୁ ସନ୍ଦେହ କରାଯାଇଥିଲା କିନ୍ତୁ ସିରିଜରେ 428 ଓଭର ବୋଲିଂର ଉଇକେଟ କିପିଂ ଓ ସେଥିମଧ୍ୟରୁ ପାଞ୍ଚଟି କ୍ୟାଚ ଓ 8ଟି ଷ୍ଟମ୍ପିଂ ସହିତ ସେ ଆଲୋଚକଙ୍କ ମୁହଁ ବ-ନ୍ଦ କରିଦେଇଛନ୍ତି। ଏଥିପାଇଁ ଭାରତୀୟ କ୍ରିକେଟର ପୂର୍ବତନ ଉଇକେଟ କିପର କିରଣ ମୋରେ କହିଛନ୍ତି, ଋଷଭ ପନ୍ତ ମହେନ୍ଦ୍ର ସିଂହ ଧୋନୀଙ୍କ ରେ-କର୍ଡ଼ ଭା-ଙ୍ଗିଦେବେ ।

ଏହି ଟେଷ୍ଟ ସିରିଜରେ ତାଙ୍କର ପ୍ରଦର୍ଶନ ବହୁତ ଚମତ୍କାର ଥିଲା ଓ ସେ ଋଦ୍ଧିମାନ ଶାହଙ୍କ ଉପରେ ମଧ୍ୟ ସ-ଙ୍କଟ ହୋଇଯାଇଛନ୍ତି।

ପନ୍ତଙ୍କ ଉଇକେଟ କିପିଂରେ ବହୁତ ସୁଧାର ଆସିଛି :-

ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜ ପରେ ପୂର୍ବ ଭାରତୀୟ ଉଇକେଟ କିପର କିରଣ ମୋରେ କହିଛନ୍ତି କି, ପୂର୍ବାପେକ୍ଷା ପନ୍ତଙ୍କ ଉଇକେଟ କିପିଂ ବହୁତ ସୁଧାର ଆସିବା ସହ ସନ୍ତୁଳନ ହୋଇଛି । ପୂର୍ବରୁ ନିଶ୍ଚିତ କରାଯାଇଥିଲା ପନ୍ତ ବିଦେଶରେ ଓ ଶାହ ଘରୋଇ କଣ୍ଡିସନରେ ଉଇକେଟ କିପିଂ କରିବେ ।

ପନ୍ତଙ୍କୁ ପ୍ରଥମେ ମୌକା ମିଳିବାର ଥିଲା :-

ମୋରେଙ୍କ କହିବା କଥା ହେଲା, ପନ୍ତଙ୍କୁ କଣପାଇଁ ପ୍ରଥମେ ସୁଯୋଗ ଦିଆଗଲା ନାହିଁ ! କାରଣ ପନ୍ତ 2018 ମସିହାରେ ଇଂଲଣ୍ଡରେ ସେ ଡେବ୍ୟୁ କରିବା ସମୟରେ ତାଙ୍କର ପ୍ରଦର୍ଶନ ବହୁତ ଖାଆସ ଥିଲା । ସେଠାରେ ପନ୍ତ ତିନି ମ୍ୟାଚରୁ 15 କ୍ୟାଚ ଧରିଥିଲେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ତାଙ୍କର ପ୍ରଦର୍ଶନ ଶାନଦାର ଥିଲା । ସେ 4ଟି ଟେଷ୍ଟରେ 20ଟି କ୍ୟାଚ ଧରିଥିଲେ । ଏଥିରୁ 11ଟି କ୍ୟାଚ ତ କେବଳ ସେ ଆଡ଼ିଲେଡ଼ରେ ଧରିଥିଲେ । ତଥାପି ତାଙ୍କୁ ଘରୋଇ ପରିସ୍ଥିତିରେ ମୌକା ମିଳିନଥିଲା ।

Google

ଧୋନୀଙ୍କ ନକ୍ସାରେ ଚାଲିବେ ପନ୍ତ :-

ମୋରେ ସେହି ସିଲେକ୍ସନ କମିଟିର ସଦସ୍ୟ ଥିଲେ ଯିଏକି 2000 ମସିହାରେ ଧୋନୀଙ୍କୁ ଉଇକେଟ କିପିଂ ରୂପରେ ବାଛିଥିଲେ । ସେହିପରି ତାଙ୍କର ମାନିବା ହେଉଛି ଋଷଭ ପନ୍ତ ମଧ୍ୟ ଧୋନୀଙ୍କ ପରି ହେବେ । ସେ ଏବେ ନିଜ ଭୁଲରୁ ଶିଖି ତାକୁ ସୁଧାରୁଛନ୍ତି । ଯଦି ସେ ଆଗକୁ ଏହିପରି ଖେଳିବେ ତାହେଲେ ସେ ଭବିଷ୍ୟତରେ ମହେନ୍ଦ୍ର ସିଂହ ଧୋନୀଙ୍କ ରେ-କ-ର୍ଡ଼ ମଧ୍ୟ ଭାଙ୍ଗିପାରନ୍ତି ।

ପନ୍ତ ଆଗାମୀ 10 ବର୍ଷ ପର୍ଯ୍ୟନ୍ତ ଭାରତ ପାଇଁ ତିନି ଫର୍ମାଟରେ ଖେଳିବେ :-

ବହୁତବାର ପ୍ରଶ୍ନ ଉଠିଥାଏ କି, ଭବିଷ୍ୟତରେ ଭାରତ ପାଇଁ କିଏ ଉଇକେଟ କିପିଂ କରିବ ? ଏଥିରେ ସନ୍ଦେହ ନାହିଁ ଶାହ ଜଣେ ଅନୁଭବୀ ଓ ବରିଷ୍ଠ ଉଇକେଟ କିପର ଯିଏକି ଦୁନିଆର ସବୁଠାରୁ ମହାନ ଉଇକେଟ କିପର ମାନଙ୍କ ମଧ୍ୟରେ ଆସିଥାନ୍ତି କିନ୍ତୁ ଦଳରେ ସନ୍ତୁଳନ କଥା ଦେଖିବାକୁ ଗଲେ 6ଟି ଉଇକେଟ ପରେ ଏକା ଦଳକୁ ବିଜୟ ଦେବାରେ ଋଷଭ ପନ୍ତ ଆଗରେ ରହିବେ ଯେପରିକି ଅଷ୍ଟ୍ରେଲିଆର ଆଡ଼ମ ଗିଲକ୍ରିଷ୍ଟ ଥିଲେ ଓ ମୋରେଙ୍କୁ ଲାଗୁଛି ସେ ଆଗାମୀ 10 ବର୍ଷ ପର୍ଯ୍ୟନ୍ତ ଦଳରେ ଖେଳିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *