ବିଜେପିରେ ମିଶିବା ପୂର୍ବରୁ ମମତା ବାନାର୍ଜୀଙ୍କ ପାର୍ଟିର ସାଂସଦ ହୋଇଥିଲେ ମିଥୁନ ଚକ୍ରବର୍ତ୍ତୀ,ଏହି କାରଣରୁ ଦଳରୁ ଛାଡିଥିଲେ

ରବିବାର ଦିନ ସକାଳେ ପଶ୍ଚିମବଙ୍ଗର ରାଜନୀତି ବଡ ମୋଡ ନେଇଛି|ଦିଗ୍ଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କିଛି ଦିନ ପୂର୍ବରୁ ଘଟୁଥିବା ଘଟଣାକୁ ଵିରାମ ଦେଇ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି|ସେ କଲିକତାର ବିଗ୍ରେଡ ପଡ଼ିଆରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି|

କିନ୍ତୁ ଆପଣ ଜାଣନ୍ତି କି,ଭାଜପା ସହ ଯୋଡି ହେବା ପୂର୍ବରୁ ସେ ତୃଣମୂଳ କଂଗ୍ରେସ ସହ ଯୋଡି ହୋଇଥିଲେ,ଯାହା ବିରୁଦ୍ଧରେ ଵଙ୍ଗାଲରେ ଲଢ଼ିବାକୁ ପଡିବ|୨୦୧୧ରେ ବଙ୍ଗାଲରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଆସିବା ପରେ ମିଥୁନ ଵଙ୍ଗାଲ ରାଜନୀତି ସହ ଯୋଡି ହୋଇଥିଲେ|୨୦୧୪ରେ ପାର୍ଟି ତାଙ୍କୁ ରାଜ୍ୟସଭା ପଠେଇଥିଲା|କିନ୍ତୁ ଶାରଦା ଘୋଟଲାରେ ନାଁ ଆସିବା ପରେ ତାଙ୍କ ଛବି ମଳିନ ପଡ଼ିଥିଲା|ସେ ଏହି ଘୋଟାଲାରେ ବ୍ରାଣ୍ଡ ଆମ୍ବାସଡର ଥିଲେ|ଏଥିରେ ଅନ୍ୟାନ୍ୟ ଟିଏମ୍ସି ନେତା ମଧ୍ୟ ଥିଲେ|

ଘୋଟାଲାର ଯାଞ୍ଚ ସମୟରେ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯାଇଥିଲା|ଏଥିରେ ବ୍ରାଣ୍ଡ ଆମ୍ବାସଡର ପାଇଁ ମିଥୁନ ୨ କୋଟି ଟଙ୍କା ନେଇଥିଲେ|୨୦୧୫ରେ ସେ ଇଡିଙ୍କୁ ୧.୧୯କୋଟି ଟଙ୍କା ଦେବାକୁ ପଡ଼ିଥିଲା|୨୦୧୬ରେ ମିଥୁନ ସ୍ୱାସ୍ଥ୍ୟଗତ କାରଣରୁ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ|

ମିଥୁନ କଲକତାର ବିଗ୍ରେଡ ରାଲିରେ ଆସିଥିବା ଲୋକମାନଙ୍କୁ ସମ୍ବୋଧିତ କରି ନିଜର ଫିଲ୍ମ ସମ୍ବାଦ ଦ୍ଵାରା କହିଛନ୍ତି “ଏହା ମୋର ନୟା ସମ୍ବାଦ,ମୁଁ ଜୋଲ ଡୋରା ସାପ ନୁହେଁ,ମୁଁ ବେଗଲୋରା ସାପ ନୁହେଁ,ମୁଁ ଶୁଦ୍ଧ କୋବରା|ମୁଁ ଦଂଶନ କରିବି ତ ଏକ ଚିତ୍ର ବନିଯିବ|ଏଥିରେ ଦର୍ଶକମାନେ ନାରାବାଜି ଦେଇଥିଲେ|

Leave a Reply

Your email address will not be published. Required fields are marked *