ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ପଦ କେମିତି ମିଳିଥିଲା, କହିଲେ ବିସିସିଆଇ ପୂର୍ବ ଅଧ୍ୟକ୍ଷ ଶରଦ ପାୱାର

ବିସିସିଆଇ ପୂର୍ବ ଅଧ୍ୟକ୍ଷ ଶରଦ ପାୱାର ଭାରତୀୟ ପୂର୍ବ ଅଧିନାୟକ କ୍ୟାପଟେନ କୁଲ ଧୋନୀଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଧୋନୀଙ୍କୁ ଏହିପରି ଭାବରେ ମିଳିଥିଲା ଭାରତୀୟ ଦଳର ଅଧିନାୟକ ପଦ ।

NCP ନେତା ଶରଦ ପାୱାର 2005 ମସିହାରୁ 2008 ମସିହା ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଥିଲେ ଏବଂ 2007 ମସିହାରେ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ପଦ ଦିଆଯାଇଥିଲା ।

ଶରଦ ପାୱାର କହିଛନ୍ତି, ଧୋନୀ ହେଉଛନ୍ତି ସେହି ବ୍ୟାଟ୍ସମ୍ୟାନ ଯିଏକି ଭାରତୀୟ କ୍ରିକେଟ ପାଇଁ ମହାନ ଯୋଗଦାନ ଦେଇଛନ୍ତି।

Google

ଭାରତ ଇଂଲଣ୍ଡ ଗସ୍ତ ସମୟରେ ସେହିସମୟରେ ଅଧିନାୟକ ଥିବା ରାହୁଲ ଦ୍ରାଭିଡ ମୋତେ କହିଥିଲେ, ଅଧିନାୟକ କାରଣରୁ ମୋ ଖେଳ ଉପରେ ପ୍ରଭାବ ପଡୁଛି ଓ ମୁଁ ଇସ୍ତଫା ଦେବାକୁ ଚାହୁଁଛି ।

ସଚିନ ତେନ୍ଦୁଲକର ମଧ୍ୟ ସେହି ସମୟରେ ଅଧିନାୟକ ପଦ ଗ୍ରହଣ କରିବାକୁ ମନାକରିଦେଲେ କିନ୍ତୁ ତାଙ୍କୁ ପଚାରିବାରୁ ସଚିନ କହିଥିଲେ କି, ଧୋନୀଙ୍କୁ ଅଧିନାୟକ ପଦ ଦିଆଯିବାପାଇଁ ଯିଏକି ଭାରତୀୟ କ୍ରିକେଟକୁ ଆଗକୁ ନେଇଯାଇପାରିବ । ସେହି 2007 ମସିହାରେ ଧୋନୀଙ୍କୁ t-20 ଦଳର ଅଧିନାୟକ ପଦ ଦିଆଗଲା ଓ ପରେ ଦିନିକିଆ ଓ ଟେଷ୍ଟ ଦଳର ମଧ୍ୟ ଅଧିନାୟକ ପଦ ଦିଆଗଲା ।

ଧୋନୀଙ୍କ ଅଧିନାୟତ୍ୱରେ ଭାରତୀୟ ଦଳ 2007 t-20 ବିଶ୍ୱକପ, 2011 ବିଶ୍ୱକପ ଓ 2013 ଆଇସିସି ଚମ୍ପିୟାନସ ଟ୍ରଫି ଜିତିଛି । ଏହାସହ ସେ ଭାରତକୁ ଟେଷ୍ଟ ରାଙ୍କରେ ବି ନମ୍ବର୍ 1 କରିଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *