ୱାର୍ଲଡ ଟେଷ୍ଟ ଚାମ୍ପିଅନସିଅପ : ଜାଣନ୍ତୁ କେଉଁଠି ଓ କେବେ ହେବ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ୍ ?

ଟିମ ଇଣ୍ଡିଆ ଚତୁର୍ଥ ଟେଷ୍ଟ ମ୍ୟାଚ ଜିତି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ନିଜର ଜାଗା ବନାଇଛି । ଶେଷ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡ ଦଳକୁ 25 ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଦଳ ପ୍ରଥମ ଟେଷ୍ଟ 0-1 ରେ ହାରିବାପରେ ଶେଷରେ 3-1 ରେ ସିରିଜ ଜିତି ଟେଷ୍ଟ ଚମ୍ପିୟାନସିପ ପାଇଁ ଦୌଡ଼ରେ ଥିବା ଅଷ୍ଟ୍ରେଲିଆକୁ ବିଦା କରିଛି।

ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ 18 ରୁ 22 ଜୁନରେ ଲର୍ଡ଼ସ ରେ ଖେଳାଯିବ । ଫାଇନାଲରେ ଟିମ ଇଣ୍ଡିଆର ମୁକାବିଲା ନ୍ୟୁଜିଲାଣ୍ଡ ସହିତ ହେବ । ବିଶ୍ୱ ଟେଷ୍ଟ ଚମ୍ପିୟାନସିପ କଥା କହିବାକୁ ଗଲେ ଭାରତ 12 ଟି ଜିତିଥିବାବେଳେ ନ୍ୟୁଜିଲାଣ୍ଡ 7ଟି ଜିତିଛି । ଘରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଆମକୁ 2-0 ରେ ହରାଇଥିଲା । ଏମିତିରେ ଟିମ ଇଣ୍ଡିଆ ଏହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ । ଏହାସହ ଟିମ ଇଣ୍ଡିଆ 2000 ମସିହାର ଆଇସିସି ଚମ୍ପିୟାନସ ଟ୍ରଫିର ପରାଜୟକୁ ମଧ୍ୟ ବରାବର କରିବାକୁ ଚାହିଁବ । ଏହି ମ୍ୟାଚରେ ଇଣ୍ଡିଆକୁ 4 ଉଇକେଟରେ ପରାଜୟ ମିଳିଥିଲା । ଟିମ ଇଣ୍ଡିଆ 10 ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପହଞ୍ଚିଛି । ଟିମ ଇଣ୍ଡିଆ ତିନିଥର ଦିନିକିଆ ବିଶ୍ୱକପ, ଦୁଇଥର t-20 ବିଶ୍ୱକପ, ଚାରିଥର ଚମ୍ପିୟାନସ ଟ୍ରଫି ଓ ଏଥର ଟେଷ୍ଟ ଚମ୍ପିୟାନସ ଟ୍ରଫି ଫାଇନାଲରେ ପହଞ୍ଚିଛି । ଭାରତ ପରି ଅଷ୍ଟ୍ରେଲିଆ ମଧ୍ୟ ସର୍ବାଧିକ 10 ଥର ଆଇସିସି ଫାଇନାଲରେ ପ୍ରବେଶ କରିସାରିଛି ।

ଏହାସହ ଚତୁର୍ଥ ଟେଷ୍ଟ ମ୍ୟାଚ କଥା କହିବାକୁ ଗଲେ, ଇଂଲଣ୍ଡ ଦଳ ପ୍ରଥମ ପାଳିରେ 75 ଓଭରରେ 205 ରନ କରି ଅଲ ଆଉଟ ହୋଇଯାଇଥିଲେ । ଜବାବରେ ଭାରତୀୟ ଦଳ 365 ରନ କରିଥିଲା । ଋଷଭ ପନ୍ତ 101 ରନର ପାଳି ଖେଳିବାସହ ୱାଶିଂଟନ ସୁନ୍ଦର 96* ଓ ଅକ୍ସର ପଟେଲ 43 ରନର ଆବଶ୍ୟକୀୟ ପାଳି ଭାରତ ପାଇଁ ଖେଳିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *