ଏହି ଗ୍ୟାରେଜରେ ଲୁଚି ରହିଛି ୧୦ ଫୁଟର ଲମ୍ବା ସାପ, ବର୍ତ୍ତମାନ ସୁଦ୍ଧା କେହି ଖୋଜି ପାଉ ନାହାନ୍ତି, କ’ଣ ଆପଣଙ୍କ ଭିତରେ ଦମ ଅଛି ?

ସୋସିଆଲ ମିଡିଆରେ କେତେକ ମଜାଦାର ଜିନିଷ ଭାଇରାଲ ହୋଇଥାଏ | ବିଶେଷକରି ଆଜିକାଲି ଫଟୋରେ ଲୁଚି ରହିଥିବା ଜିନିଷକୁ ଖୋଜିବାଭଳି ମାଇଣ୍ଡ ଗେମ ବହୁତ ଫେମସ ରହିଛି | ଏହି ଗେମରେ ଆପଣଙ୍କୁ ଗୋଟିଏ ଫଟୋ ଦେଖାଯାଇଥାଏ ଏବଂ ତା’ପରେ ସେହି ଫଟୋରେ ଲୁଚି ରହିଥିବା ପ୍ରାଣୀକୁ ଖୋଜିବାକୁ କୁହାଯାଇଥାଏ | ଏହାମଧ୍ୟରେ ଅନେକ ଏପରି ଫଟୋ ମଧ୍ୟ ରହିଥାଏ, ଯେଉଁଥିରେ ସାପକୁ ଖୋଜିବାପାଇଁ କୁହାଯାଇଥାଏ | ଏହି ଫଟୋ ଅଧିକାଂଶ ଅଷ୍ଟ୍ରେଲିଆର ହୋଇଥାଏ | ଏହାର କାରଣ ଏହା ଯେ ଏହି ଦେଶରେ ସାପ ଅଧିକ ସଂଖ୍ୟାରେ ମିଳିଥାଏ | ଏପରି ପରିସ୍ଥିତିରେ ସାପମାନେ ପ୍ରାୟତଃ ଲୋକମାନଙ୍କ ଘରେ ମଧ୍ୟ ପଶିଯାନ୍ତି |

ବର୍ତ୍ତମାନ କିଛି ସମୟ ପୂର୍ବରୁ ଭାଇରଲ ହୋଇଥିବା ଏହି ଫଟୋକୁ ହିଁ ଦେଖିନିଅନ୍ତୁ | ଏହି ଫଟୋକୁ Australia’s Snake Catchers Brisbane & Gold Coast ନିଜର ଫେସବୁକ ପେଜରେ ସେୟାର କରିଛନ୍ତି | ସେ ଲୋକମାନଙ୍କୁ ଏକ ଚାଲେଞ୍ଜ ଦେଇଛନ୍ତି | ଏଥିରେ ସେମାନଙ୍କୁ ଗ୍ୟାରେଜ ଭିତରେ ଲୁଚିଥିବା ସାପକୁ ଖୋଜିବାକୁ ପଡିବ | ଜଣେ ବ୍ୟକ୍ତି ତାଙ୍କ ଗ୍ୟାରେଜ ଖୋଲିବା ମାତ୍ରେ ତା ସାମ୍ନାରେ ୧୦ ଫୁଟର ମୃତ୍ୟୁ ଦେଖାଗଲା | ତାଙ୍କ ଗ୍ୟାରେଜରେ ଏକ ବଡ଼ ସାପ ଲୁଚି ରହିଥିଲା | ତେବେ ସେ ଏହାର ଏକ ଫଟୋ ଉଠାଇଥିଲେ | କିନ୍ତୁ ଯେତେବେଳେ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରାଗଲା, ସେତେବେଳେ ଲୋକମାନଙ୍କୁ ସାପ ହିଁ ଦେଖାଗଲା ନାହିଁ |

ଚାଲନ୍ତୁ ବର୍ତ୍ତମାନ ଆପଣ ମଧ୍ୟ ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ଏବଂ କୁହନ୍ତୁ ଯେ କ’ଣ ଆପଣଙ୍କୁ ଏଥିରେ କୌଣସି ସାପ ଦେଖାଯାଉଛି |

ତେବେ ଆପଣଙ୍କୁ କ’ଣ ଏହି ଗ୍ୟାରେଜରେ କୌଣସି ସାପ ଦେଖାଗଲା ? ନାହିଁ ନା ? କିଛି କଥା ନାହିଁ | ଆପଣଙ୍କ ପରି ଅନେକ ଲୋକ ଏଥିରେ ଲୁଚି ରହିଥିବା ସାପକୁ ଖୋଜିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସମସ୍ତେ ବିଫଳ ହୋଇଛନ୍ତି | ବାସ୍ତବରେ ସାପଟି ଏହି ଗ୍ୟାରେଜରେ ଏତେ ଚତୁରତାର ସହିତ ଲୁଚି ରହିଛି ଯେ ବାରମ୍ବାର ଖୋଜିବା ପରେ ମଧ୍ୟ ଦେଖାଯାଉ ନାହିଁ | ସାପର ପ୍ରକୃତି ଏହା ଯେ ସେ ନିଜର ଆଖପାଖରେ ସହଜରେ ଲୁଚି ରହିଥାଏ | ତେବେ ଚାଲନ୍ତୁ ବର୍ତ୍ତମାନ ତଳ ଫଟୋରେ ଦେଖିବା ଯେ ପ୍ରକୃତରେ ସାପଟି କେଉଁଠି ଲୁଚି ରହିଛି |

ତେବେ ଆପଣ ଦେଖିଲେ ଯେ ସାପ କେତେ ଚତୁରତାର ସହିତ ଲୁଚି ଥାନ୍ତି ଏବଂ ଆମକୁ ଜଣାପଡେନାହିଁ | ଏଥିପାଇଁ ଯଦି ଆପଣ ମଧ୍ୟ ଏପରି ଅଞ୍ଚଳରେ ରୁହନ୍ତି, ଯେଉଁଠାରେ ସାପ ଯିବା-ଆସିବା ସାଧାରଣ ଅଟେ, ତେବେ ଟିକିଏ ଦୃଷ୍ଟି ଦିଅନ୍ତୁ | ନିଜର ଆଖପାଖ ସ୍ଥାନକୁ ସାବଧାନତାର ସହିତ ଦେଖିବେ | ଗୋଟିଏ ସ୍ଥାନରେ ଅଧିକ ଜିନିଷ ଏକାଠି ରଖନ୍ତୁ ନାହିଁ | ଯଦି ଆପଣଙ୍କ ଘରେ ଅଧିକ ମୂଷା ଅଛନ୍ତି, ତେବେ ସେମାନଙ୍କ କବଳରୁ ମୁକ୍ତି ପାଆନ୍ତୁ | କାରଣ ଅଧିକାଂଶ ସାପ ଖାଦ୍ୟ ଖୋଜିବାକୁ ହିଁ ଆସିଥାନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *