ଦୁଇ ପୁଅ ଭଲ ରୋଜଗାର କରନ୍ତି , ତଥାପି ୯୮ ବର୍ଷିୟ ବାବା କାହିଁକି ବିକ୍ରି କରୁଛନ୍ତି ଚଣା ? ଜାଣନ୍ତୁ ପୁରା କାହାଣୀ !

ବାବା ଦେଲେ ଲୋକମାନଙ୍କୁ ସନ୍ଦେଶ :-

କିଛି ଲୋକ ଥାନ୍ତି, ଯେଉଁମାନେ ଜୀବନରେ ଯାହା ବି କରନ୍ତି ନିଜେ ହିଁ କରିଥାନ୍ତି | ୟୁପିର ରାୟବରେଲି ପାଖରେ ଗୋଟିଏ ଗାଁରେ ଏପରି ଜଣେ ବୃଦ୍ଧ ଅଜା ଅଛନ୍ତି | ତାଙ୍କ ବୟସ ୯୮ ବର୍ଷ ଅଟେ | ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି | ଏଥିରେ ସେ ଚଣା ବିକ୍ରି କରୁଥିବାର ଦେଖାଯାଉଛନ୍ତି | ସମସ୍ତେ ଚିନ୍ତା କରିଥାନ୍ତି ଯେ ୯୮ ବର୍ଷ ବୟସରେ ତାଙ୍କୁ ଚଣା ବିକ୍ରି କରିବାର କିଛି ଆବଶ୍ୟକତା କିମ୍ବା କୌଣସି ଅଭାବ ରହିଥିବ | ଯେଉଁ କାରଣରୁ ସେ ଚଣା ବିକ୍ରି କରୁଛନ୍ତି | କିନ୍ତୁ ଏପରି ନୁହେଁ |

ଦୁଇ ପୁଅ ରୋଜଗାର କରନ୍ତି, କିନ୍ତୁ …

ଏହି ଭିଡିଓରେ ଯେତେବେଳେ ବାବାଙ୍କୁ ପଚରାଗଲା ଯେ ପିଲାମାନଙ୍କଠାରୁ କାହିଁକି ସାହାଯ୍ୟ ନେଉନାହାନ୍ତି ? ସେତେବେଳେ ସେ ପ୍ରଥମେ କହିଲେ ଯେ ତାଙ୍କର ପିଲାମାନେ ରୋଜଗାର କରନ୍ତି, ସମ୍ପୂର୍ଣ୍ଣ ପରିବାର ମଧ୍ୟ ରହିଛି | ତାଙ୍କର ଉତ୍ତର ଥିଲା ଯେ ସେ କାହା ଉପରେ ବୋଝ ହୋଇ ରହିବାକୁ ଚାହୁଁନାହାନ୍ତି | କାମକଲେ ସେ ନିଜକୁ ଫିଟ ବୋଲି ଅନୁଭବ କରୁଛନ୍ତି ଏବଂ ଘରେ ରହି ଖାଲି ବସିବାକୁ ତାଙ୍କୁ ଭଲ ଲାଗେନାହିଁ |

ସମ୍ମାନିତ ମଧ୍ୟ କରାଗଲା :-

ତାଙ୍କର ଏହି ଭିଡିଓ ଭାଇରାଲ ହୋଇଗଲା | କଥା ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା | ସିଏମ ଅଫିସର ନିର୍ଦ୍ଦେଶରେ ଡିଏମ ବୈଭବ ଶ୍ରୀବାସ୍ତବ ବିଜୟ ପାଲଙ୍କୁ ଡକାଇଲେ ଏବଂ ପ୍ରଶଂସା କରିଥିଲେ | ୧୧୦୦୦ ଟଙ୍କା ପୁରସ୍କାର ମଧ୍ୟ ଦିଆଗଲା | ଏକ ବାଡ଼ି, ସାଲ ଏବଂ ଯୋଗ୍ୟ ଘରୋଇ ରେସନ କାର୍ଡ ମଧ୍ୟ ଦିଆଗଲା |

ଯୁବପିଢ଼ିକୁ ତାଙ୍କଠାରୁ ପ୍ରେରଣା ନେବା ଉଚିତ :-

ଏହି ବୟସରେ ଚଣା ବିକ୍ରି କରୁଥିବା ବୃଦ୍ଧଙ୍କ ଭିଡିଓ ଲୋକମାନଙ୍କୁ ଗୋଟିଏ ପଟେ ସଂଘର୍ଷ କରିବାକୁ କହୁଛି | କୁହାଯାଉଛି ଯେ ହରଚାନ୍ଦପୁରରେ ରହୁଥିବା ବିଜୟ ପାଲ ସିଂଙ୍କର ଦୁଇଟି ପୁଅ ଅଛନ୍ତି, ଦୁହେଁ ଭଲ ରୋଜଗାର କରନ୍ତି | ଏହା ସତ୍ତ୍ୱେ ମଧ୍ୟ ସେ ଏହି ବୟସରେ ଚଣା ବିକ୍ରି କରି ରୋଜଗାର କରନ୍ତି |

ଶବ୍ଦ ନାହିଁ ମୋ ପାଖରେ :-

ଯୁବପିଢ଼ିକୁ ମେସେଜ ଦେଉଛି ଏହି ଭିଡିଓ :-

ଅଜାଙ୍କୁ ସାଲ୍ୟୁଟ :-

ତେବେ ଆପଣ ଦେଖିଲେ … ବାବା ନିଜର କର୍ମ ଦ୍ୱାରା ଆଜିର ଯୁବପିଢ଼ିକୁ ସନ୍ଦେଶ ଦେଇଛନ୍ତି ଯେ ଭାଇ କାମରୁ ପଛକୁ ହଟନ୍ତୁନାହିଁ | ଫିଟ ରହିବାର ଅଛି ଯଦି କର୍ମ କର |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *