ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲା ଗର୍ଭବତୀ ଗାଈ । ପେଟ ଚିରାଯିବାରୁ ବାହାରିଲା ୭୧ କେଜି ପ୍ଲାଷ୍ଟିକ,ଜାଣନ୍ତୁ ପୁରା ଖବର

ଭାରତରେ ଗାଈ କୁ ମାତା ସଦୃଶ ମାନାଯାଇଥାଏ । ବହୁତ ସାରା ଲୋକ ଏହାର ପୂଜାପାଠ ମଧ୍ୟ କରିଥାନ୍ତି । ଗୋସେବାକୁ ସବୁଠାରୁ ବଡ଼ ପୂଣ୍ୟ ମଧ୍ୟ ମାନାଯାଇଥାଏ । ତଥାପି ଆମେ ଆମ ଗାଈ ମାତା ପାଇଁ ଏକ ଅନ୍ୟାୟ କରିଥାଉ, ରାସ୍ତା କଡରେ ଆମେ ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ପକାଇଥାଉ ଯାହାକି ଅଜାଣତରେ ଗାଈ ପେଟ ଭିତରକୁ ଚାଲିଯାଇଥାଏ ।

ହରିଆନାର ଫରିଦାବାଦରେ ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ଗର୍ଭବତୀ ଗାଈ ପେଟରୁ 71 କିଲୋ ପ୍ଲାଷ୍ଟିକ ବାହାରିଥିଲା । ତା’ପେଟରେ ଏତେ ଆବର୍ଜନା କାରଣରୁ ପେଟରେ ଥିବା ପିଲାଟିର ମୃତ୍ୟୁ ହୋଇଯାଇଥିଲା ଓ ତିନିଦିନ ପରେ ଗାଈଟିର ମଧ୍ୟ ମୃତ୍ୟୁ ହୋଇଗଲା ।

ଗାଈର ଏହି ଫୋଟୋକୁ ଆଇଏଫଏସ ଅଫିସର praveen angusamy ଶେୟର କରିଥିଲେ । ଲେଖିଥିଲେ କି, ଯନ୍ତ୍ରଣା କାରଣରୁ ଗାଈ ପେଟ ଚିରାଯାଇଥିଲା ଓ ପେଟ ଚିରିବାରୁ 71 କିଲୋ ପ୍ଲାଷ୍ଟିକ ମିଳିଥିଲା । ପେଟରେ ଥିବା ଛୋଟ ଛୁଆ ମଧ୍ୟ ମରିଯାଇଥିଲା ।

ଆଇଏଫଏସ ଅଫିସର ଲେଖିଥିଲେ କି, ବଡ଼ ଦୁଃଖର ବିଷୟ ଏହାକି ଯେ, ଏପଟେ ଆମେ ଗାଈ ପୂଜା କରୁଛେ ଓ ଅନ୍ୟ ପଟରେ ଆବର୍ଜନା କରାଇ ଗାଈ ମାଆକୁ ହତ୍ୟା କରୁଛେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *