ପଞ୍ଚକ ୨୦୨୧: ଏଥର ମହାଶିବରାତ୍ରିରେ ଲାଗିବ ପଞ୍ଚକ, ଏହି କଥାପ୍ରତି ବିଶେଷ ଧ୍ୟାନ ରଖନ୍ତୁ

ଏହି ବର୍ଷ ମହାଶିବରାତ୍ରି ୧୧ମାର୍ଚ୍ଚ ଗୁରୁବାର ଦିନ ଅଟେ। ମହତ୍ବପୂର୍ଣ କଥା ହେଉଛିକି ଏଥର ମହାଶିବରାତ୍ରି ଦିନ ପଞ୍ଚକ ଲାଗୁଅଛି। ପଞ୍ଚକରେ କିଛି ବିଶେଷ କଥା ପ୍ରତି ଧ୍ୟାନ ରଖାଯାଏ। ମହାଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ ପର୍ବ ଅଟେ। ଏହି ବର୍ଷ ଏହି ପର୍ବ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଛି। ଫାଲଗୁନ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ୧୧ ମାର୍ଚ୍ଚରେ ଦ୍ଵିପହର ୨:୪୩ ମିନିଟରୁ ୧୨ ମାର୍ଚ୍ଚ ଦ୍ଵିପହର ୩:୩ମିନିଟ ପର୍ଯ୍ୟନ୍ତ ରହିବ।

କେବେ ରୁ କେବେ ଲାଗିବ ପଞ୍ଚକ?

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପଞ୍ଚକ ୧୧ମାର୍ଚ୍ଚ ଦିନ ସକାଳ ୯:୨୧ ମିନିଟରୁ ଆରମ୍ଭ ହୋଇ ୧୬ମାର୍ଚ୍ଚ ସକାଳ ୪:୪୪ମିନିଟ ପର୍ଯ୍ଯନ୍ତ ରହିବ।

ମହାଶିବରାତ୍ରିରେ ସୃଷ୍ଟି ହେଉଛି ଏହି ଦୁଇ ମହାନ ଶୁଭ ଯୋଗ:-

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ବର୍ଷ ମହାଶିବରାତ୍ରିରେ ଦୁଇ ମହାନ ଯୋଗ ସୃଷ୍ଟି ହେଉଛି। ଜ୍ଯୋତିଷାର୍ଚାୟଙ୍କ ଅନୁସାରେ, ୧୧ମାର୍ଚ୍ଚ ସକାଳ ୯:୨୨ ମିନିଟ ପର୍ଯ୍ୟନ୍ତ ମହାନ ‘ଶିବଯୋଗ’ ଓ ଏହାପରେ ‘ସିଦ୍ଧଯୋଗ’ ଆରମ୍ଭ ହୋଇଯିବ। ଏହି ଦୁଇ ଯୋଗ ପୂଜା-ଆରାଧନାରେ ବିଶେଷ ଫଳଦାୟୀ ମନାଯାଏ।

ପଞ୍ଚକ ସମୟରେ ଏହି କଥାପ୍ରତି ବିଶେଷ ଧ୍ୟାନ ରଖନ୍ତୁ:-

ଶାସ୍ତ୍ର ଅନୁସାରେ, ପଞ୍ଚକ ସମୟରେ କିଛି ବିଶେଷ କାର୍ଯ୍ୟ କରିବା ବର୍ଜିତ ଅଟେ। ପଞ୍ଚକ ସମୟରେ କାଠ ସଂଗ୍ରହ କରିବା, ଖଟ କିଣିବା କିମ୍ବା ନିର୍ମାଣ କରିବା, ଘରର ଛାତ ତିଆରି କରିବା ଏବଂ ଦକ୍ଷିଣ ଦିଗକୁ ଯାତ୍ରା କରିବା ଅଶୁଭ ବୋଲି ବିବେଚନା କରାଯାଏ। ଏଗୁଡିକ ବ୍ୟତୀତ ଆପଣ ଅନ୍ୟ କୌଣସି କାର୍ଯ୍ୟ କରିପାରିବେ। ତାହା ଶୁଭ ହୋଇଥାଏ।

କେବେ ହୁଏ ପଞ୍ଚକ?

ମୂହୁର୍ତ୍ତ ଜ୍ଯୋତିଷଙ୍କ ମହାନତମ ଗ୍ରନ୍ଥ “ମୂହୁର୍ତ୍ତ ଚିନ୍ତାମଣି” ଅନୁସାରେ ଘନିଷ୍ଠା, ଶତଭିଷା, ପୂର୍ବା ଭାଦ୍ରପଦ, ଉତ୍ତରା ଭାଦ୍ରପଦ ତଥା ରେବତୀ ଏହି ନକ୍ଷତ୍ରରେ ଯେତେବେଳେ ଚନ୍ଦ୍ରମା ଗୋଚର କରନ୍ତି ସେତେବେଳେ ସମୟକୁ ପଞ୍ଚକ କାଳ କୁହନ୍ତି। ଏହାକୁ “ଭଦବା” କୁହନ୍ତି। ପଞ୍ଚକ ନିର୍ମାଣ ସେତେବେଳେ ହୁଏ ଯେତେବେଳେ ଚନ୍ଦ୍ରମା କୁମ୍ଭ ଓ ମୀନ ରାଶିରେ ଗୋଚର କରନ୍ତି।

ପଞ୍ଚକର ପ୍ରକାର:-

ରୋଗ ପଞ୍ଚକ- ରବିବାର ଦିନ ଆରମ୍ଭ ହେବାକୁ ଥିବା ପଞ୍ଚକକୁ ରୋଗ ପଞ୍ଚକ କୁହାଯାଏ। ଏହିପରି ମାଙ୍ଗଳିକ କାର୍ଯ୍ୟରେ ପଞ୍ଚକକୁ ଅଶୁଭ ବୋଲି ମନାଯାଏ।

ରାଜ ପଞ୍ଚକ- ସୋମବାର ଦିନ ଆରମ୍ଭ ହେଉଥିବା ପଞ୍ଚକଊ ରାଜ ପଞ୍ଚକ କୁହାଯାଏ ଓ ଏହି ପଞ୍ଚକ ଶୁଭ ଅଟେ।

ଅଗ୍ନି ପଞ୍ଚକ- ମଙ୍ଗଳବାର ଦିନ ଆରମ୍ଭ ହେଉଥିବା ପଞ୍ଚକକୁ ଅଗ୍ନି ପଞ୍ଚକ କୁହାଯାଏ। ଏହି ପଞ୍ଚକରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଓ ମଶିନରୀ କାମକୁ ଆରମ୍ଭ କରିବା ଅଶୁଭ ମନାଯାଏ।

ଚୋର ପଞ୍ଚକ- ଶୁକ୍ରବାର ଦିନ ଆରମ୍ଭ ହେଉଥିବା ପଞ୍ଚକକୁ ଚୋର ପଞ୍ଚକ କୁହନ୍ତି। ଏହି ପଞ୍ଚକରେ ଦେବା-ନେବା, ବ୍ୟବସାୟ ଓ କୌଣସି ପ୍ରକାର ଦେବା ନେବାରୁ ବଞ୍ଚନ୍ତୁ।

ବୁଧୁବାର ଓ ଗୁରୁବାର ଆରମ୍ଭ ହେଉଥିବା ପଞ୍ଚକ ସମସ୍ତ ପ୍ରକାର କାର୍ଯ୍ୟ କରିପାରନ୍ତି । ନିର୍ବନ୍ଧ, ବିବାହ ଓ ଅନ୍ୟ ଶୁଭ କାର୍ଯ୍ୟ ମଧ୍ୟ କରାଯାଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *