ଆଇପିଏଲ ୨୦୨୧, ଏପ୍ରିଲ ୯ ରୁ ଆରମ୍ଭ , ୩୦ ମଇରେ ଖେଳାଯିବ ଫାଇନାଲ

ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ ଆଇପିଏଲର ୧୪ତମ ସିଜିନ ଏପ୍ରିଲ ୯ରେ ଖେଳାଯିବ। ମିଡିଆ ରିପୋର୍ଟ୍ସ ଅନୁସାରେ ଆଇପିଏଲର ତାରିଖ ଫାଇନାଲ ହୋଇସାରିଛି ବର୍ତ୍ତମାନ କେବଳ ଗଭର୍ନିଙ୍ଗ କାଉନ୍ସିଲ ବୈଠକରେ ଅନୁମତି ମିଳିବା ବାକି ଅଛି। ନ୍ଯୁଜ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବିକ ଏପ୍ରିଲ ୯ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ୩୦ମୟରେ ଖେଳାଯିବ। ଆଇପିଏଲ ବିବରଣୀ ଉପରେ ଅନ୍ତିମ ମୂହର ଆଗାମୀ ସପ୍ତାହର ଶେଷ ସୁଦ୍ଧା ଲାଗିବ।

ଗଭର୍ନିଙ୍ଗ କାଉନ୍ସିଲର ସଦସ୍ୟ କହିଛନ୍ତି, ‘ଆମେ ଗଭର୍ନିଙ୍ଗ କାଉନ୍ସିଲର ବୈଠକ ସ୍ଥିର କରିନାହୁଁ, ସେ ଆଇପିଏଲର ସ୍ଥାନ ଏବଂ ତାରିଖ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଆମେ ଏପ୍ରିଲ ୯ ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ପରାମର୍ଶ ଦେଇଛୁ ଏବଂ ଫାଇନାଲ ମେ ୩୦ରେ ଅନୁଷ୍ଠିତ ହେବ, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଏହି ବୈଠକରେ ନିଆଯିବ। ଆସନ୍ତା ସପ୍ତାହ ସୁଦ୍ଧା, ଆଇପିଏଲର ସ୍ଥାନ ଏବଂ ବିବରଣୀରେ ସ୍ପଷ୍ଟ ହୋଇପାରେ।

କେଉଁ ସହରରେ ହେବ ଆଇପିଏଲ ୨୦୨୧?

ପ୍ରଥମେ କଥାବାର୍ତ୍ତା ହେଉଥିଲେ ଆଇପିଏଲକୁ ମୁମ୍ବାଇରେ ଆୟୋଜିତ କରାଯିବ କିନ୍ତୁ ପରେ ଖବର ଆସିଲାକି ଆଇପିଏଲ ମୁକାବିଲା ୬ସହରରେ ହେବ। ବର୍ତ୍ତମାନ ପ୍ରଶ୍ନ ହେଉଛିକି ଏହି ସହର ଗୁଡିକ କିଏ କିଏ? ରିପୋର୍ଟ୍ସ ମୁତାବିକ ବିସିସିଆଇ ୬ସହରରେ ଆଇପିଏଲ ଆୟୋଜିତ କରିବ। ଏଥିରେ ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଓ ମୁମ୍ବାଇ। ମୁମ୍ବାଇରେ କରୋନା ମାମଲା ଲଗାତାର ବଢୁଅଛି କିନ୍ତୁ ଏହା ବ୍ଯତୀତ ରାଜ୍ୟସରକାର ବିସିସିଆଇକୁ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି।

ରିପୋର୍ଟ ମୁତାବିକ ଭାରତ ଓ ଇଂଲଣ୍ଡ ସିରିଜ ଅନ୍ତର୍ଗତ ଆଇପିଏଲ ପାଇଁ ପଡିଆକୁ ୫୦ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। ଚେନ୍ନାଇ ଓ ଅହମ୍ମଦାବାଦରେ ୫୦ପ୍ରତିଶତ ଦର୍ଶକଙ୍କ ସହିତ ମ୍ଯାଚ ଆୟୋଜନ କରାଯାଇଥିଲା। ମୁମ୍ବାଇରେ ମ୍ଯାଚ ଖାଲି ଷ୍ଟାଡିୟମରେ ହେବ କିମ୍ବା ୫୦ପ୍ରତିଶତ ଦର୍ଶକଙ୍କ ସହିତ? ଏହାର ପୃଷ୍ଟି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *