ଏମିତି ଏକ କ୍ରିକେଟ ମ୍ୟାଚ ଏମିତି ଯେଉଁଥିରେ ଏକ ହ୍ୟୁଇଲ ଚେୟାରରେ ଦିବ୍ୟାଙ୍ଗ ଜଣକ ବସି ଚୌକା-ଛକା ମାରୁଛନ୍ତି,ଦେଖନ୍ତୁ ..

କ୍ରିକେଟ ଏକ ଏମିତି ଖେଳ ଅଟେ ଯାହାକୁ ପ୍ରତିଟି ଭାରତୀୟ ଭଲ ପାଇଥାଆନ୍ତି ଓ ଭାରତର ପ୍ରତ୍ୟେକ ଗଳି ଗଳିରେ ଏହାକୁ ଖେଳାଯାଇଥାଏ । କିନ୍ତୁ ଆଜି ଆମେ ଏମିତି ଏକ କ୍ରିକେଟ ମ୍ୟାଚ ବିଷୟରେ କହିବୁ ଯାହାକୁ ଆପଣ ପ୍ରଥମେ କେବେ ଦେଖିନଥିବେ । ଶୁକ୍ରବାର ଦିନ ବାରଣାସୀରେ ରାଜର୍ସି ରାଜିତ ପ୍ରସାଦ ଯାଦବ ମେମୋରିଆଲ ହ୍ବିଲଚେୟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ରଖାଯାଇଛି ।

ଏହି ମ୍ୟାଚ କାଶୀର ସିଗରା ଷ୍ଟାଡିୟମରେ ପ୍ରଥମଥର ହୋଇଥିଲା । ଏଥିରେ ପୂର୍ବାଞ୍ଚଳର କେତେକ କ୍ରିକେଟ ପ୍ରେମୀ ଦିବ୍ୟାଙ୍ଗ ଭାଗ ନେଇଥିଲେ । ଏମାନେ ହ୍ବିଲ ଚେୟାରରେ ବସିଥିବା ସତ୍ତ୍ୱେ ମଧ୍ୟ ଶାନଦାର ପ୍ରଦର୍ଶନ କରିଥିଲେ। ଜଣେ ବୋଲର ହ୍ବିଲଚେୟାରରେ ବସି ସ୍ପିନ ବୋଲିଂ ଚମତ୍କାର କରିଥିଲେ ଓ ଅନ୍ୟ କେତେକ ହ୍ବିଲ ଚେୟାରରେ ବସି ଚୌକା ଓ ଛକା ମଧ୍ୟ ମାରୁଥିଲେ ।

ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ଶର୍ଟ ମରାଯାଉଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ତାଙ୍କ ବ୍ୟାଟରେ ବଲ ବାଜିବା କ୍ଷଣୀ ସେ ହ୍ବିଲ ଚେୟାର ମାଧ୍ୟମରେ ହିଁ ସିଙ୍ଗଲ ଓ ଡବଲ ଦୌଡୁଥିଲେ ।

ଏହି ମ୍ୟାଚ 16-16 ଓଭର ବିଶିଷ୍ଟ ହୋଇଥିଲା । ପ୍ରଥମ ମୁକାବିଲାରେ ସମ୍ଭବ ପାରା ସ୍ପୋର୍ଟସ ଏକାଡେମୀ ଓ କିଙ୍ଗସ ଅଫ ମିର୍ଜାପୁର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ ଉତ୍ତରପ୍ରଦେଶ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନ ଦ୍ୱାରା କରାଯାଇଥିଲା ।

କେନ୍ଦ୍ରୀୟ ଦିବ୍ୟାଙ୍ଗଜନ ଉପଦେଶକାରୀ ବୋର୍ଡ଼ ଡ଼କ୍ଟର ଉତ୍ତମ ଓଝାଙ୍କ ମୁତାବିକ, ବର୍ତ୍ତମାନ ଏହି ପ୍ରତିଯୋଗିତା ଜିଲ୍ଲା ସ୍ତରରେ ହେଉଛି । ଆଗକୁ ଏହା ରାଜ୍ୟ ସ୍ତରୀୟ କରାଇବାକୁ ଯୋଜନା କରାଯାଇଛି । ଏଥିରେ ଦିବ୍ୟାଙ୍ଗ ମାନଙ୍କୁ ଆତ୍ମବିଶ୍ୱାସ ମିଳିବ ଓ ସେମାନେ ନିଜକୁ ଅନୁଭବ କରିବେ କି, ସେମାନେ କାହାଠାରୁ କମ ନୁହଁନ୍ତି ।

ଆପଣଙ୍କୁ ଜାଣି ହଇରାଣ ହେବ କି, ଏମାନଙ୍କ ମଧ୍ୟରୁ କିଛି ଦିବ୍ୟାଙ୍ଗ ଏମିତି ଅଟନ୍ତି ଯିଏକି ଅଲମ୍ପିକ ପାଇଁ ଚେଷ୍ଟା କରୁଛନ୍ତି। ଯଦି ତାଙ୍କର ସିଲେକ୍ସନ ହୋଇଯିବ ତାହେଲେ ସେ ଦୁନିଆ ପାଇଁ ଏକ ନୂଆ ମିସାଲ ହୋଇଯିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *