କରୋନା ଟିକା ନେବା ପୂର୍ବରୁ ଓ ପରେ କେଉଁ ଭଳି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ? ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ଭାରତରେ ଏପର୍ଯ୍ୟନ୍ତ ୧କୋଟି ୬୬ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଭାଇରସ ଟିକା ଲଗାଯାଇଛି|ଏପର୍ଯ୍ୟନ୍ତ ଟିକାର କୈାଣସି ଗମ୍ଭୀର ପ୍ରଭାବ ସାମ୍ନାକୁ ଆସିନାହିଁ|ଯଦିଓ କିଛି ଲୋକଙ୍କଠାରେ ଅଳ୍ପ ଦୁସ୍ପ୍ରଭାବ ଦେଖାଦେଇଛି|ମହାରାଷ୍ଟ୍ରର କୋଭିଡ-୧୯ ଟାସ୍କ ଫୋର୍ସ ସଦସ୍ୟ ଡକ୍ଟର ଶଶାଙ୍କ ଜୋଶୀ କହିଛନ୍ତି ଯେ ଭାରତରେ ବ୍ୟବହାର କରାଯାଉଥିବା ଏହି ଟିକାଦ୍ୱୟ ସମ୍ପୁର୍ଣ୍ଣ ନିରାପଦ ଓ ସୁରକ୍ଷିତ|ଏହି ଟିକାକରଣ ଅଭିଯାନରେ ଭାରତ ଵାୟୋଟେକର କୋଭାକ୍ସିନ ଓ ସିରମର କୋଭିସିଲ୍ଡ ଟିକା ବ୍ୟବହାର କରାଯାଉଛି|

Google

ଟିକା ନେବା ପୂର୍ବରୁ କ’ଣ କରିବେ?

*ଯଦି କୌଣସି ଆଲର୍ଜି ଅଛି ତେବେ ଟିକା ନେବା ପୂର୍ବରୁ ଡାକ୍ତରଙ୍କୁ କୁହନ୍ତୁ|

*ଟିକାକରଣ ପୂର୍ବରୁ ଭଲ ଖାଦ୍ୟ ଖାଆନ୍ତୁ ଓ ପ୍ରଚୂର ନିଦ୍ରା ନିଅନ୍ତୁ|

*ସମ୍ଭବ ଅନୁସାରେ ଆରାମ କରନ୍ତୁ|ଚିନ୍ତିତ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ|

*ମଧୁମେହ ଵା ରକ୍ତଚାପ ଥିବା ଲୋକଙ୍କୁ ଏହାର ନିୟନ୍ତ୍ରଣ ଆବଶ୍ୟକ

*କ୍ୟାନ୍ସର ରୋଗୀ ଓ ବିଶେଷ କେମୋଥେରାପି କରୁଥିବା ଲୋକ ଚିକିତ୍ସା ପରେ କରନ୍ତୁ

*ଯେଉଁ ଲୋକମାନେ କୋଭିଡ-୧୯ ଉପଚାର ଭାବେ ରକ୍ତ ପ୍ଲାଜମା ଵା ମନୋକ୍ଲୋନଲ ଆଣ୍ଟିବଡି ପାଇଛନ୍ତି ବା ପୂର୍ବ ଦେଢବର୍ଷରୁ ସଂକ୍ରମିତ ହୋଇଛନ୍ତି,ତାଙ୍କୁ ଏବେ ଟିକା ନନେଵାକୁ ପରାମର୍ଶ ଦିଆଯାଉଛି|

Google

ଟିକା ନେବା ପରେ କ’ଣ କରିବେ?

*କୈଣସି ଗମ୍ଭୀର ଆଲର୍ଜିର ପ୍ରତିକ୍ରିୟାରୁ ରକ୍ଷା ନିମନ୍ତେ ପ୍ରଥମେ ଟିକାଧାରୀଙ୍କୁ ଟିକା ପରେ କିଛି ସମୟ ବସାଯାଏ ଓ ନଜର ରଖାଯାଏ|

*ଶରୀରର ଯେଉଁ ଠାରେ ଟିକା ଦିଆଯାଇଛି ସେଠାରେ ପିଡା ହେବା ଓ ଟିକା ଫଳରେ ଜ୍ୱର ଭଳି ଦୁସ୍ପ୍ରଭାଵ ସାଧାରଣ|ଏଥିରେ ଚିନ୍ତିତ ହେବେନି|

*ଥଣ୍ଡା ଲାଗିବା,ଥକ୍କା ପରିଲକ୍ଷିତ ହେବା ଭଳି ଘଟଣା ସାଧାରଣତଃ ହୋଇପାରେ|

କ’ଣ କରିବେ:ଯଦି ଆପଣ ଟିକା ନେଇ ସାରିଛନ୍ତି ତେଵେ ଭାଇରସରୁ ଵଞ୍ଚିବା ପାଇଁ ନିଯମ ପାଳନ କରନ୍ତୁ (ମାସ୍କ ପିନ୍ଧିବା ସହ ଦୂରତା ବଜାୟ)|

ଏହା ମଧ୍ୟ ଜାଣନ୍ତୁ:ଟିକା ନେବାର କିଛିଦିନ ପରେ ଯାଇ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ|ଏଥିପାଇଁ ସମୟ ଲାଗିଥାଏ

*ତେଣୁ ଟିକାକରଣ ପରେ ତତକ୍ଷଣାତ୍ କୋଭିଡ-୧୯ରେ ସଂକ୍ରମିତ ହୋଇପାରେ,ତେଣୁ ନିୟମପାଳନ ଅତ୍ୟନ୍ତ ଆବଶ୍ୟକ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *