ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଯଶପ୍ରୀତ ବୁମରା । ଗୋଆରେ ହେବାକୁ ଯାଉଛି ବିବାହ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ବର୍ତ୍ତମାନ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କର ଚର୍ଚ୍ଚାରେ ରହିବାର କାରଣ ତାଙ୍କର ଖେଳ ନୁହେଁ ବରଂ ଆଉ କିଛି । ଖବର ଆସୁଛି କି, ଯଶପ୍ରୀତ ବୁମରା ବିବାହ କରିବାକୁ ଯାଉଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଚତୁର୍ଥ ଟେଷ୍ଟ ମ୍ୟାଚରେ ବୁମରା ବିସିସିଆଇ ପାଖରୁ ଛୁଟି ମାଗିଥିଲେ ଓ ବିସିସିଆଇ ତାଙ୍କୁ ଛୁଟି ମଞ୍ଜୁର କରିଥିଲେ । ଯାହାଦ୍ୱାରା ସେ ଶେଷ ଟେଷ୍ଟ ମ୍ୟାଚ ଭାରତ ପାଇଁ ଖେଳିନଥିଲେ । ଏମିତିରେ ଫ୍ୟାନ ମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି କି, ସାରା ଦୁନିଆର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାପରେ ବର୍ତ୍ତମାନ ବୁମରା କେଉଁ ଅଭିନେତ୍ରୀଙ୍କ ପ୍ରେମରେ କ୍ଲିନ ବୋଲଡ଼ ହୋଇଛନ୍ତି

Google

କହିଦେଉଛୁ କି, ଫ୍ୟାନ ମାନଙ୍କ ଆଲୋଚନା ମଧ୍ୟରେ ଖବର ସାମ୍ନାକୁ ଆସୁଛି କି, ଯଶପ୍ରୀତ ବୁମରା ତେଲୁଗୁ ଓ ମାଲୟଲମ ଅଭିନେତ୍ରୀ ଅନୁପମାଙ୍କୁ ବିବାହ କରିବାକୁ ଯାଉଛନ୍ତି । କାରଣ ଅନୁପମା ମଧ୍ୟ ଏହିସମୟରେ ନିଜର କାମରୁ ବ୍ରେକ ନେଇଛନ୍ତି। ଜଣାପଡୁଛି ବହୁତ ଜଲଦି ଉଭୟଙ୍କର ବିବାହ ଗୋଆରେ ହେବାକୁ ଯାଉଛି ।

ଜଣାଇଦେଉଛୁ କି, କିଛି ସମୟ ପୂର୍ବରୁ ଖବର ଆସୁଥିଲା କି, ଯଶପ୍ରୀତ ଓ ଅନୁପମା ପରସ୍ପରକୁ ଡେଟ କରୁଛନ୍ତି । ଅନୁପମା ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫୋଟୋ ଶେୟର କରିଛନ୍ତି । 25 ବର୍ଷୀୟ ଏହି ଅଭିନେତ୍ରୀ ଗାଲରେ ରଙ୍ଗ ଲଗାଇ ଫୋଟୋ ଶେୟର କରି ଲେଖିଛନ୍ତି, ‘ ହାପି ହଲିଡେ ଟୁ ମି’ ।

Google

ସୋସିଆଲ ମିଡିଆରେ ଏକ ଅଧିକାରୀ ସୂଚନା ଅନୁସାରେ କୁହାଯାଇଛି କି, ବୁମରା ବହୁତ ଜଲଦି ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଉପଲବ୍ଧ ହୋଇ ପାରିନାହାଁନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ, ସେ କାହାକୁ ଓ କେବେ ବିବାହ କରିବାକୁ ଯାଉଛନ୍ତି ।

ଯଦି ଏମିତି ହୁଏ କି, ଯଶପ୍ରୀତ ବୁମରା ଓ ଅଭିନେତ୍ରୀ ଅନୁପମା ବିବାହ କରୁଛନ୍ତି ତାହେଲେ ଏହା କ୍ରିକେଟ ଜଗତ ଫିଲ୍ମ ଜଗତ ଫ୍ୟାନଙ୍କ ପାଇଁ ବହୁତ ଖୁସିର ଖବର ହେବ । ଅତୀତରେ ଏମିତି କିଛି କ୍ରିକେଟର ରହିଛନ୍ତି ଯିଏକି ଅଭିନେତ୍ରୀ ମାନଙ୍କ ସହିତ ବିବାହ କରିସାରିଛନ୍ତି । ଭାରତରେ ବିରାଟ-ଅନୁଷ୍କା, ଜାହିର- ସାଗରିକାଙ୍କ ନାମ ରହିଛି ।

Google

ଜଣାଇଦେଉଛୁ, ଯଶପ୍ରୀତ ବୁମରା ଭାରତୀୟ କ୍ରିକେଟରେ ଏକ ବଡ଼ ନାମ ଅଟେ । ସେହିପରି ଅନୁପମା ଦକ୍ଷିଣ ଭାରତୀୟ ଫିଲ୍ମର ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସୋସିଆଲ ମିଡିଆରେ ମଧ୍ୟ ଉଭୟଙ୍କର ବହୁତ ଫ୍ୟାନ ଫଲୋଇଂ ରହିଛନ୍ତି। ବୁମରାଙ୍କର ଇଂଷ୍ଟାଗ୍ରାମରେ 63 ଲକ୍ଷ ଥିବାବେଳେ ଅନୁପମାଙ୍କର 85 ଲକ୍ଷ ଫ୍ୟାନ ଫଲୋଇଂ ରହିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *