ଧରାଶାୟୀ ହେଲା ଇଂଲଣ୍ଡ : ଭାରତୀୟ ଦଳ ୩-୧ରେ ସିରିଜ ଜିତି ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲା

ଜବରଦସ୍ତ ବିଜୟ ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲର ଟିକେଟ କାଟିଛି ଭାରତୀୟ ଦଳ। ଜବରଦସ୍ତ ବୋଲିଂ ସହିତ ଆକର୍ଷଣୀୟ ବ୍ୟାଟିଂ ସାହାଯ୍ୟରେ ଭାରତୀୟ ଦଳ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୨୫ ରନରେ ହରାଇ ଚାରିମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି। ଏହି ବିଜୟ ସହ ଭାରତ ଦ୍ୱିତୀୟ ଦଳ ଭାବରେ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ ସହ ଖେଳିବ।

ଇଂଲଣ୍ଡ ପ୍ରଥମ ଇନିଙ୍ଗ୍ସରେ ୨୦୫ ରନ କରିଥିଲା ଓ ଭାରତ ପ୍ରଥମ ଇନିଂସରେ ୩୬୫ ରନରେ ଅଲଆଉଟ ହୋଇ ୧୬୦ ରନର ବଡ଼ ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ପିନ ଆଗରେ ଇଂଲଣ୍ଡ ଦଳ ମୁଣ୍ଡ ନୂଆଁଇଥିଲା। ଯାହା ଫଳରେ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୩୫ ରନ କରି ଅଲଆଉଟ ହୋଇଯାଇଥିଲେ। ଭାରତ ପକ୍ଷରୁ ଅକ୍ଷର ୪୮ ରନ ଦେଇ ୫ଟି ଓ ଅଶ୍ୱିନ ୪୭ ରନ ଦେଇ ୫ଟି ୱିକେଟ ନେଇଥିଲେ। ଇଂଲଣ୍ଡର ଟପ ସ୍କୋରର ଥିଲେ ଡାନ ଲରେନ୍ସ, ଯିଏକି ୫୦ ରନର ଏକ ଇନିଂସ ଖେଳିଛନ୍ତି।

ମ୍ୟାଚ ପରେ ପରସ୍ପରକୁ ଶୁଭେଚ୍ଚା ଜଣାଉଛନ୍ତି:-

ପ୍ରଥମ ଇନିଂସରେ ୧୬୦ ରନରେ ପଛୁଆ ଥିବା ଇଂଲଣ୍ଡ ଦଳ ପାଇଁ ଆରମ୍ଭ ଆଦୌ ଭଲ ରହିନଥିଲା। ସେତେବେଳେ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ଅଶ୍ୱିନ। ଇଂଲଣ୍ଡର ଇନିଂସର ପଞ୍ଚମ ଓଭରରେ ଚତୁର୍ଥ ବଲରେ ଜାକ କ୍ରଲୀ (୫) ଓ ପଞ୍ଚମ ବଲରେ ଜନ୍ନି ବେୟାରଷ୍ଟୋ (୦)ଙ୍କୁ ଆଉଟ୍ କରି ଅଶ୍ୱିନ ହ୍ୟାଟ୍ରିକର ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ହ୍ୟାଟ୍ରିକ ବଲକୁ ଜୋ ରୁଟ ବହୁତ ସହଜରେ ଖେଳିଥିଲେ। ଏହା ପରେ ଅକ୍ଷର ପଟେଲ ନିଜର କମାଲ ଦେଖାଇବା ଆରମ୍ଭ କରିଥିଲେ। ଅକ୍ଷର ପ୍ରଥମେ ଡମ ସିବଲେ (୩) ଏବଂ ପରେ ବେନ ଷ୍ଟୋକ୍ସ (୨)ଙ୍କୁ ପ୍ୟାଭିଲିୟନକୁ ପଠାଇ ଇଂଲଣ୍ଡର ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ।

Google

କ୍ୟାପଟେନ୍ ରୁଟ ଧୈର୍ଯ୍ୟ ଓ ଓଲି ପୋପ ପାଖାପାଖି ୧୧ ଓଭର ବ୍ୟାଟିଂ କରିଥିଲେ ଓ ଦଳକୁ ସଙ୍କଟରୁ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଦୁହିଁଙ୍କ ଯୋଡ଼ିକୁ ଅକ୍ଷର ଭାଙ୍ଗି ଦେଇଥିଲେ। ଅକ୍ଷରଙ୍କ ବଲରେ ପୋପ(୧୫) ଆଗକୁ ଚଢ଼ି ମାରିବାରେ ପ୍ରୟାସ କରିଥିଲେ, କିନ୍ତୁ ୱିକେଟକିପର ଋଷଭ ପନ୍ତ ଚତୁରତାର ସହ ତାଙ୍କୁ ଷ୍ଟମ୍ପ ଆଉଟ କରିଥିଲେ। ରୁଟଙ୍କ ବ୍ୟକ୍ତିଗତ ୩୦ ରନ କରି ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୂ ଆଉଟ ହୋଇ ଯାଇଥିଲେ। ରୁଟ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ ଓ ସେଥିରେ ବିଫଳ ହୋଇଥିଲେ।

ଶେଷ ୱିକେଟ୍‌ ନେଲେ ଅଶ୍ୱିନ:-

ଡାନ ଲରେନ୍ସ ଓ ବେନ ଫୋକ୍ସ ସପ୍ତମ ୱିକେଟ ପାଇଁ ୪୪ ରନର ଭାଗିଦାରୀ କରିଥିଲେ, କିନ୍ତୁ ଏହା ଦଳର ପରାଜୟକୁ ରୋକିବା ପାଇଁ ଯଥେଷ୍ଟ ନଥିଲା। ଫୋକ୍ସ ୧୩ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ତାଙ୍କ ପରେ ବ୍ୟାଟିଂ ପାଇଁ ଆସିଥିବା ଡମ ବେସ ମାତ୍ର ୨ ରନ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ଲରେନ୍ସ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ କରିଥିଲେ, ଶେଷ କ୍ରମରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ। ଜ୍ୟାକ ଲିଚ ୨ ରନ କରି ଆଉଟ ହୋଇଯାଇଥିଲେ। ଜେମ୍ସ ଆଣ୍ଡରସନ ୧ ରନ କରି ନଟଆଉଟ ଥିଲେ।

ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିଲେ ଡାନ ଲରେନ୍ସ:-

ଏହା ପୂର୍ବରୁ ତୃତୀୟ ଦିବସର ଆରମ୍ଭରେ ଭାରତ ନିଜର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୯୪/୭ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ନଟଆଉଟ ଥିବା ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଇଂଲଣ୍ଡ ଦଳର ବୋଲରଙ୍କୁ ପ୍ରବଳ ପିଟିଥିଲେ। ସୁନ୍ଦର ଓ ଅକ୍ଷର ସପ୍ତମ ୱିକେଟ ପାଇଁ ୧୦୬ ରନର ଭାଗିଦାରୀ କରି ଭାରତକୁ ବଡ଼ ଅଗ୍ରଣୀ ସ୍କୋର ଅଭିମୁଖେ ନେଇ ଯାଇଥିଲେ। ଅକ୍ଷର ୪୩ ରନ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ରନ ଆଉଟ ହୋଇ ଯାଇଥିଲେ।

Google

ଅକ୍ଷର ପଟେଲ ଅପିଲ କରୁଛନ୍ତି:-

ସୁନ୍ଦରଙ୍କ ପାଖରେ ଶତକ ମାରିବା ପାଇଁ ଭଲ ସୁଯୋଗ ଥିଲା କିନ୍ତୁ ତାଙ୍କୁ ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କର ସହଯୋଗ ମିଳିନଥିଲା। ଅକ୍ଷରଙ୍କ ଆଉଟ ହେବାର ପରବର୍ତ୍ତୀ ଓଭରରେ ହିଁ ଭାରତ ନିଜର ଶେଷ ୱିକେଟ ଦୁଇଟି ହରାଇଥିଲା। ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଖାତା ଆଦୌ ଖୋଲିପାରିନଥିଲେ। ସୁନ୍ଦର ଶେଷ ପର୍ଯ୍ୟନ୍ତ ନଟଆଉଟ ରହି ୧୭୪ ବଲରେ ୧୦ଟି ଚୌକା ଓ ୧ଟି ଛକା ସହ ୯୬ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ସେହିପରି ଜେମ୍ସ ଆଣ୍ଡରସନ ୩ଟି ଓ ଜ୍ୟାକ ଲିଚ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *