ଦେଖନ୍ତୁ ଭିଡିଓ: ୪୨ ବର୍ଷୀୟ ସେୱାଗ ଓ ୪୭ ବର୍ଷୀୟ ସଚିନ କଲେ ପଡିଆରେ ରନ ବର୍ଷା, ସେୱାଗ ପିଟିଲେ ୫ଟି ଛକା, ୧୦ଟି ଚଉକା

କୁହନ୍ତିକି ବରଂ ବୟସ ବଢିଯାଉ, କିନ୍ତୁ ଶିକାର କରିବା କେହି ଭୁଲନ୍ତି ନାହିଁ। ବିରେନ୍ଦ୍ର ସେୱାଗ, ଯିଏ ଅପନିଂ କରିବା ପାଇଁ ପଡିଆକୁ ଆସନ୍ତି, ଦର୍ଶକଙ୍କର ଲୋମ ଟାଙ୍କୁରି ଯାଏ। ବୋଲରଙ୍କ ଗୋଡ କମ୍ପିବାକୁ ଲାଗେ, କାରଣ ସେୱାଗ ତାଙ୍କୁ ପ୍ରଥମ ବୋଲରୁ ପିଟି ତାଙ୍କର ଲକ୍ଷ୍ୟ ବିଗାଡି ଦିଅନ୍ତି।

କିଛି ଏମିତି ଦୃଶ୍ୟ ୪୨ବର୍ଷୀୟ ସେୱାଗ ପୁଣିଥରେ କାରନାମା ଦେଖାଇଛନ୍ତି। ସୁଯୋଗ ଥିଲା ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ୨୦୨୧ ଦେଇ ଖେଳାଯାଉଥିବା ମ୍ଯାଚରେ। ବାଂଲାଦେଶ ବି-ରୁଦ୍ଧରେ ଟି-୨୦ ମ୍ଯାଚ ଖେଳିବା ପାଇଁ ଉଲ୍ହାଇଥିବା ଦିଗ୍ଗଜ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେୱାଗ ଓ ସଚିନ ତେନ୍ଦୁଲକର ବ୍ୟାଟିଂ ଏମିତି କାରନାମା ଦେଖାଇଛନ୍ତି।

୧୧୧ରନର ଲକ୍ଷ୍ୟର ପିଛା କରି ସଚିନ ତେନ୍ଦୁଲକର ଓ ସେୱାଗ ଅପିନିଙ୍ଗ କରି ପୁଣିଥରେ ଲେଜେଣ୍ଡାରୀ ଦିନକୁ ମନେ ପକାଇଲେ। ସେୱାଗ ପଡିଆରେ ଏମିତି ଗଦର କରିଦେଲେ ଦର୍ଶକ ଖୁସି ହୋଇଉଠିଲେ। ସେହିପରି ସୁନ୍ଦର ସୁନ୍ଦର ଶଟ, ଭଲ କଳା, ଗଜବ ଫୁଟୱାର୍କ ପ୍ରଦର୍ଶନ କରି ସେୱାଗ ଆସିବା ମାତ୍ରେ ରନ କରିବା ଆରମ୍ଭ କରିଦେଲେ। ସେୱାଗ ପ୍ରାୟତଃ ପ୍ରଥମ ବଲରେ ବାଉଣ୍ଡରୀ ପିଟନ୍ତି।

Google

ଏହା ପରେ ସେୱାଗ ରନର ବର୍ଷା କରି ଦର୍ଶକଙ୍କର ଆଶ୍ଚର୍ଯ୍ୟ କରିଦେଲେ। ସେୱାଗ ୩୫ଟି ବଲରେ ୫ଟି ଛକା ଓ ୧୦ଟି ଚଉକା ପିଟିଥିଲେ। ସେୱାଗ ୮୦ ରନ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୨୨୮.୫୭କୁ ଦେଖି ଲାଗିଲାକି ସେ କେବେବି ସନ୍ୟାସ ନେବା କଥା ନୁହଁ।

ଭାରତ ସେୱାଗଙ୍କ ଅର୍ଦ୍ଧଶତକରୁ ୧୦.୧ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୬ଟି ବଲରୁ ୫ଟି ଚଊକା ସହାୟତାରେ ୩୩ ରନର ନଟଆଉଟ ଇନିଙ୍ଗ୍ସ ଖେଳିଥିଲେ। ଉଭୟର ମିଶ୍ରଣ ଐତିହାସିକ ଥିଲା।

ପ୍ରଥମ ଓଭରରୁ ଆକ୍ରାମକ:-

ସେୱାଗ ମହମ୍ମଦ ରଫିକ ପ୍ରଥମ ଓଭରରେ ତିନି ଚଊକା ଓ ଗୋଟିଏ ଛକା ସହ ୧୯ ରନ କରିଥିଲେ। ସେ ମାତ୍ର ୨୦ ବଲରେ ପଚାଶ ରନ କରିଥିଲେ। ଏହା ପରେ ସେୱାଗ ଏବଂ ସଚିନ ଖାଲିଦ ମେହମୁଦଙ୍କ ଓଭରରେ ତିନିଟି ଚଊକା ମାରିଥିଲେ, ଏହା ପରେ ସେୱାଗ ଭାରତକୁ ଛକା ମାରି ଭାରତକୁ ପୁନର୍ବାର ବିଜୟ ପ୍ରଦାନ କରିଥିଲେ।

ପ୍ରଥମେ ବ୍ୟାଟିଂ ପାଇଁ ଆସିଥିବା ବାଂଲାଦେଶ ଲେଜେଣ୍ଡ ଦଳ ୧୦୯ରନ କରିଥିଲେ। ଦଳ ଭଲ ଆରମ୍ଭ କରିଥିଲା ତାପରେ ପ୍ରଜ୍ଞାନ ଓଝା ଓ ଯୁବରାଜ ସିଂ ଭଲ ବୋଲିଂ କରି ୱିକେଟ ନେଇଥିଲେ। ୫୯ରନରେ କୌଣସି ୱିକେଟ ଯାଇନଥିଲା। ଶେଷ ୫୦ରନରେ ୧୦ୱିକେଟ ଯାଇଥିଲା। ଯୁବରାଜ ସିଂ ଓ ଓଝା ୨-୨ଟି ୱିକେଟ ନେଇଥିଲେ। ରାୟପୁର ପଡିଆରେ ଏହି ମ୍ଯାଚ ଖେଳାଯାଇଥିଲା। ସେୱାଗ ୨୦ ଅକ୍ଟୋବର ୨୦୧୫ରେ ସନ୍ୟାସ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *