ବୁମରାହଙ୍କ ବିବାହ : ଏହି ତିନିଜଣ ସେଲିବ୍ରିଟିଙ୍କ ନାମ ସହିତ ଯୋଡି ହୋଇସାରିଛି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ,ଜାଣନ୍ତୁ ସେ କିଏ କିଏ ?

ଟିମ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଖେଳୁ ନାହାଁନ୍ତି | ସେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ ବିସିସିଆଇରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟି ମାଗି ନେଇଥିଲେ | ଭାରତୀୟ ବୋର୍ଡ ମଧ୍ୟ ତାଙ୍କ ଚାହିଦାକୁ ମାନିନେଇ ତାଙ୍କର ଚୟନ କରିନଥିଲା | ତେବେ ପରେ ବିସିସିଆଇର ସୂତ୍ର ଏଏନଆଇ ସହିତ କଥାବାର୍ତ୍ତା କରି ଖୁଲାସା କରିଛି ଯେ ବୁମରାହ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି |

ବୁମରାହଙ୍କ ବିବାହ ଖବର ଖୁବ ଭାଇରାଲ ହେଲା, କିନ୍ତୁ ଏହା ଜଣାପଡିଲା ନାହିଁ ଯେ ସେ କେବେ ଓ କାହା ସହିତ ବୈବାହିକ ବନ୍ଧନରେ ବାନ୍ଧିହେବେ | ସେପଟେ ବୁମରାହଙ୍କ ନାମ ଦକ୍ଷିଣ ଭାରତର ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କ ସହିତ ପୁଣିଥରେ ଯୋଡି ହେବାରେ ଲାଗିଲା ଏବଂ ଦୁହିଁଙ୍କ ବିବାହର କଳ୍ପନା ଜଳ୍ପନା ଦ୍ରୁତ ଗତିରେ ବ୍ୟାପିଲା | ବର୍ତ୍ତମାନ ଆନୁଷ୍ଠାନିକ ଭାବରେ କୌଣସି କଥା ନିଶ୍ଚିତ ହୋଇନାହିଁ, କିନ୍ତୁ ଆସନ୍ତୁ ଥରେ ଦେଖିନେବା ସେହି ମହିଳା ଷ୍ଟାରଙ୍କ ଉପରେ, ଯେଉଁମାନଙ୍କର ନାମ ବୁମରାହଙ୍କ ନାମ ସହିତ ଯୋଡ଼ା ଯାଇଥିଲା |

Google

ଏହି ଲିଷ୍ଟରେ ତେଲୁଗୁ ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କ ନାମ ସବୁଠାରୁ ପ୍ରଥମରେ ରହିଛି | ୨୫ ବର୍ଷୀୟ ଅଭିନେତ୍ରୀ ଏବଂ ବୁମରାହଙ୍କ ସମ୍ପର୍କର ଚର୍ଚ୍ଚା ଗତ ଦୁଇ ବର୍ଷ ଧରି ହେଉଛି | ଅନୁପମା ୨୦୧୫ ମସିହାରେ ପ୍ରେମମ ନାମକ ଫିଲ୍ମରେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ, ଏହାପରେ ବହୁତ ଜଲଦି ନିଜର ପରିଚୟ ସୃଷ୍ଟି କରିପାରିଥିଲେ |

ଅନୁପମା ବୁମରାହଙ୍କ ସହିତ ସମ୍ପର୍କରେ ୨୦୨୦ ରେ ପ୍ରତିକ୍ରିୟା ଦେଇଥିଲେ | ସେ ବୁମରାହଙ୍କ ବିଷୟରେ କହିଥିଲେ, ‘ମତେ ଜଣାନାହିଁ ଯେ ସେ କିଏ | ମୁଁ କେବଳ ଏତିକି ଜାଣିଛି ଯେ ସେ ଜଣେ କ୍ରିକେଟର ଅଟନ୍ତି, ଏହା ବ୍ୟତୀତ ମୁଁ ଆଉ କିଛି ବି ଜାଣିନାହିଁ | ଅନୁପମା ଏହି ମାମ-ଲାରେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ” କୌଣସି ଠିକ ସୂଚନା ନଥାଇ କୌଣସି ମହିଳାଙ୍କ ବିଷୟରେ ସୋସିଆଲ ମିଡିଆରେ ଏପରି ଭାବରେ ଗୁଜବକୁ ଦେଖିବା ଦୁଃଖଦାୟକ ଅଟେ |”

Google

ବୁମରାହଙ୍କ ନାମ କ୍ରିକେଟ ଆଙ୍କର/ପ୍ରେଜେଣ୍ଟର ସଞ୍ଜନା ଗଣେଷନଙ୍କ ସହିତ ମଧ୍ୟ ଯୋଡି ହୋଇଥିଲା | ସେ ଗତ କିଛି ସମୟରୁ ଅନେକ ଟୁର୍ନାମେଣ୍ଟର ଅଂଶ ହୋଇ ଆସୁଛନ୍ତି | ସେ ଆଇପିଏଲରେ ସକ୍ରିୟ ରହିବା ସହିତ ଷ୍ଟାର ସ୍ପୋର୍ଟସ ସହିତ ମଧ୍ୟ ଜ-ଡିତ ଅଛନ୍ତି | ତେବେ ୨୮ ବର୍ଷୀୟ କ୍ରିକେଟ ପ୍ରେଜେଣ୍ଟରଙ୍କର ବୁମରାହଙ୍କ ସହ ସମ୍ପର୍କ କଳ୍ପନା ଜଳ୍ପନା ହିଁ ଲାଗୁଥିଲା |

ଏହି ଲିଷ୍ଟରେ ତିନି ନମ୍ବରରେ ଆଉ ଜଣେ ଅଭିନେତ୍ରୀଙ୍କ ନାମ ସାମିଲ ଅଛି | ମାଡ୍ରାସ କାଫେ ନାମକ ଗୋଟିଏ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ରାଶି ଖାନ୍ନାଙ୍କ ନାମ ମଧ୍ୟ ବୁମରାହଙ୍କ ସହିତ ଜ-ଡିତ ଥିଲା | କିନ୍ତୁ ଏହି ୩୦ ବର୍ଷୀୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଏହାକୁ କେବଳ ଏକ ପ୍ରକାରର ଗୁଜବ ବୋଲି କହିଥିଲେ ଏବଂ ଏହିପରି ଖବରକୁ ପ୍ରତ୍ୟାଖ୍ୟାନ କରିଦେଲେ |

ବର୍ତ୍ତମାନ ଭାରତର ଷ୍ଟାର କ୍ରିକେଟରଙ୍କ ପ୍ରେମ କାହାଣୀକୁ ନେଇ ବର୍ତ୍ତମାନ ସୁଦ୍ଧା କେବଳ କଳ୍ପନାଜଳ୍ପନା କରାଯାଉଛି ଏବଂ ଆଶା କରାଯାଉଛି ଯେ ଖୁବଶୀଘ୍ର ଏହାଉପରୁ ପରଦା ଉଠିବ ଏବଂ ଆମକୁ ବୁମରାହଙ୍କ ବୋହୂଙ୍କ ବିଷୟରେ ସୂଚନା ମିଳିବ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *