ଅପରେସନ ସମୟରେ ମହିଳାଙ୍କ ପେଟରେ ରହିଗଲା ଏକ କପଡା । ତିନିମାସ ପର୍ଯ୍ୟନ୍ତ ଚାଲିଲା ଚିକିତ୍ସା, ତା’ପରେ ଯାହା ହେଲା..ଜାଣନ୍ତୁ ପୁରା ଘ-ଟ-ଣା

ଉତ୍ତରପ୍ରଦେଶର ଏକ ଘରୋଇ ହସ୍ପିଟାଲ ଘ-ଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଗର୍ଭବତୀ ମହିଳାର ଅପରେସନ ସମୟରେ ତାଙ୍କ ପେଟରେ ଭୁଲରେ ଗଜ କପଡ଼ା ରହିଯାଇଥିଲା । ଏତିକି ମଧ୍ୟ ନୁହେଁ ତିନିମାସ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା ପରେ ହାର୍ନିଆ ହୋଇଥିବା କହି ତାଙ୍କୁ ରେଫର କରିଦିଆଗଲା ।

ଏହି ମା-ମଲା ଦେବରିଆ ଅଞ୍ଚଳର ଏକ ଘରୋଇ ହସ୍ପିଟାଲର ଅଟେ । ଏଠାରେ ଏକ ଗର୍ଭବତୀ ମହିଳାଙ୍କ ଚିକିତ୍ସା ହେଉଥିଲା। ଅଗଷ୍ଟ ମାସରେ ତାଙ୍କର ଡିଲିଭରୀ ହେବାର ଥିଲା। ସେ ତାଙ୍କ ମାଆଙ୍କ ଘରକୁ ଗଲେ ଓ ସେଠାରୁ ସେ ଅଗଷ୍ଟ 12 ତାରିଖରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ପରେ ମହିଳା ଜଣକ ପିଲାଟିକୁ ଜନ୍ମ ଦେଲେ ଏହାପରେ ମହିଳାଙ୍କ କହିବା ହେଲା, ପିଲା ଜନ୍ମ ଦେବାପରେ ତାଙ୍କ ପେଟରେ ଦରଜ ହୋଇଥିଲା ଓ ଏହା ନଭେମ୍ବର ମାସ ପର୍ଯ୍ୟନ୍ତ ହୋଇଥିଲା ପରବର୍ତ୍ତୀ ସମୟରେ ଏହାକୁ ହାର୍ନିଆ କହି ଅନ୍ୟ ଆଡ଼କୁ ରେଫର କରିଦିଆଯାଇଥିଲା ।

Google

ଗୋରଖପୁରରୁ ସେ ଲକ୍ଷନୌ ଯାଇଥିଲେ ଚିକତ୍ସା ପାଇଁ କିନ୍ତୁ ସେଠାରେ କିଛି ବି ହୋଇନଥିଲା । ତାଙ୍କୁ କେହିଜଣେ ଉପଦେଶ ଦେଲେ କି, ଗୋରଖପୁରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବାକୁ । ମହିଳା ଜଣକ ସେହି ହସ୍ପିଟାଲ ଯାଇଥିଲେ ଓ ସେଠାରେ ତାଙ୍କର ଅପରେସନ ହେଲା ଓ ତା’ପରେ ଡ଼କ୍ଟରମାନେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅପରେସନ କରାଯାଇ ମହିଳାଙ୍କ ପେଟରୁ ଗଜ କପଡା ବାହାର କରାଗଲା । ଏହି କପଡା କାରଣରୁ ତାଙ୍କ ପେଟରେ ସଂକ୍ରମଣ ହୋଇଯାଇଥିଲା ଓ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷାର ସହିତ ପେଟରୁ କାଢି ଦିଆଗଲା ।

ମହିଳାଙ୍କ ପତିଙ୍କ କହିବା ହେଲା, ସେ ଜଣେ ଦିନ ମଜୁରିଆ ତାଙ୍କର ଛୋଟ ଛୋଟ ତିନୋଟି ପିଲା ଅଛନ୍ତି । ଚିକିତ୍ସା ପାଇଁ ସେ ନିଜର କ୍ଷେତ ବିକ୍ରି କରିବାସହ ଗହଣା ମଧ୍ୟ ବନ୍ଧା ପକାଇଦେଲେ ।

Google

ସିଏମଓ ଦେବରିଆ ଆଲୋକ ପାଣ୍ଡେଙ୍କ କହିଥିଲେ, ଯାଞ୍ଚ ଟିମ ଉକ୍ତ ହସ୍ପିଟାଲ ବିରୁ-ଦ୍ଧରେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *