ଜାଣନ୍ତୁ କିଏ ସେହି ଧନଞ୍ଜୟ, ଯିଏକି ଗୋଟିଏ ଓଭରରେ ହ୍ୟାଟ୍ରିକ ଉଇକେଟ ନେବାସହ ୬ ବଲରେ ୬ଟି ଛକା ଖାଇଥିଲେ ଓ ହୋଇ ଯାଇଥିଲେ ଦୁନିଆର ପ୍ରଥମ ବୋଲର,ଜାଣନ୍ତୁ ପୁରା ଖବର

ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ t-20 ମ୍ୟାଚରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିଥିଲା । ୱେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲର୍ଡ଼ 11 ଟି ବଲରୁ ତୁଫାନି 38 ରନ କରିଥିଲେ । ସେ ଶ୍ରୀଲଙ୍କା ଲେଗ ସ୍ପିନର ଅକିଲା ଧନଞ୍ଜୟଙ୍କ ଗୋଟିଏ ଓଭରରୁ 6ଟି ବଲରେ 6ଟି ଛକା ମାରିଥିଲେ ଓ ଏହି ମ୍ୟାଚରେ ଧନଞ୍ଜୟ ମଧ୍ୟ ହ୍ୟାଟ୍ରିକ ଉଇକେଟ ନେଇଥିଲେ ।

Google

ସେ ଚତୁର୍ଥ ଓଭରରେ ତିନୋଟି ବଲରୁ ତିନୋଟି ଉଇକେଟ ନେଇଥିଲେ। ସେ ଏଭିନ ଲୁଇସ (28), କ୍ରିସ ଗେଲ ଓ ନିକୋଲାସ ପୂରଣଙ୍କ ଉଇକେଟ ନେଇଥିଲେ । ସେ ନିଜର ଚତୁର୍ଥ ଓଭରର ଶେଷ ବେଳକୁ 62 ରନ ଦେଇ ତିନୋଟି ଉଇକେଟ ନେଇଥିଲେ। ୱେଷ୍ଟଇଣ୍ଡିଜ ସାମ୍ନାରେ 132 ରନର ବିଜୟ ଲକ୍ଷ୍ୟ ଥିଲା ଯାହାକୁ ୱେଷ୍ଟଇଣ୍ଡିଜ 41 ବଲ ବାକି ଥାଇ ଜିତିଥିଲା ।

ୱେଷ୍ଟଇଣ୍ଡିଜର ଏହି ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ତୁଫାନି ପାଳିରେ ୱେଷ୍ଟଇଣ୍ଡିଜ ଏହାକୁ ଅତି ସହଜରେ ଜିତିନେଇଥିଲା । ଯୁବରାଜଙ୍କ ପରେ ପୋଲାର୍ଡ଼ ଏମିତି ଏକ ବ୍ୟାଟ୍ସମ୍ୟାନ ଯିଏକି t-20 କ୍ରିକେଟରେ 6ଟି ବଲରେ 6ଟି ଛକା ମାରିଥିଲେ ।

ଏଥିସହ ଧନଞ୍ଜୟ ଅନ୍ତରାଷ୍ଟ୍ରୀୟ କ୍ରିକେଟର 6ଟି ଛକା ଖାଇବାରେ ତୃତୀୟ ବୋଲର ହୋଇଯାଇଥିଲେ । ତାଙ୍କ ପୂର୍ବରୁ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ଓ ନେଦରଲ୍ୟାଣ୍ଡର ଡନ ବ୍ୟାନ ବଙ୍ଗୀଙ୍କ ନାମ ସାମିଲ ରହିଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *