ଏହି ଦେଶରେ କମଳାରୁ ଉତ୍ପାଦନ କରାଯାଉଛି ବିଦ୍ୟୁତ, ଜାଣନ୍ତୁ କିପରି ?

ପାଣି, କୋଇଲା, ପବନ ଏବଂ ତରଙ୍ଗରୁ ବିଦ୍ୟୁତ ଉତ୍ପାଦନ କରାଯାଏ ବୋଲି ତ ଆପଣ ଦେଖିଥିବେ ଏବଂ ଶୁଣିଥିବେ | କଣ ଆପଣ କେବେ କମଳାରୁ ବିଦ୍ୟୁତ ଉତ୍ପାଦନ ବିଷୟରେ ଶୁଣିଛନ୍ତି ? ଆଜ୍ଞା ହଁ, ଏପରି ହୋଇଥାଏ | ସ୍ପେନର ଏକ ସହରରେ ଯେଉଁଠାରେ କମଳାର ଉତ୍ପାଦନ ବହୁତ ଅଧିକ ଏବଂ ଗୁଣାତ୍ମକ କୌଶଳରେ କରାଯାଇଥାଏ, ବର୍ତ୍ତମାନ ଏଠାରେ କମଳାରୁ ବିଦ୍ୟୁତ ଉତ୍ପାଦନ କରାଯାଉଛି | ଆସନ୍ତୁ ଜାଣିବା କମଳାରୁ କିପରି ଭାବେ ବିଦ୍ୟୁତ ଉତ୍ପାଦନ କରାଯାଉଛି ?

ସ୍ପେନର ସେଭିଲ ସହର ଆନ୍ତର୍ଜାତୀୟ ସ୍ତରରେ କମଳା ଉତ୍ପାଦନ ପାଇଁ ଜଣାଶୁଣା ଅଟେ | ଏଠାରେ ଗୁଣାତ୍ମକ କମଳା କାରଣରୁ ମାର୍ମାଲେଡ, କଣ୍ଟ୍ରିୟୁ ଏବଂ ଗ୍ରାଣ୍ଡ ମରୀନର ଭଳି ଡ୍ରିଂକ୍ସ ତିଆରି କରାଯାଏ | ଏଠାରେ ଥିବା କମଳା ସତେଜ, ବହୁତ ସୁନ୍ଦର ଏବଂ ଅତ୍ୟଧିକ ଅମ୍ଳଯୁକ୍ତ ସ୍ବାଦର ହୋଇଥାଏ | କିନ୍ତୁ ଏହା କେବଳ ଏତିକି କାମ କରିନଥାଏ, ଏହାର ବ୍ୟବହାର ବର୍ତ୍ତମାନ ବିଦ୍ୟୁତ ତିଆରିରେ କରାଯାଉଛି | ତାହା ମଧ୍ୟ ଏକ ବଡ଼ ଧରଣର |

Google

ସେଭିଲ ସହରର ମ୍ୟୁନିସିପାଲିଟି ୱାଟର କମ୍ପାନୀ ଏମାସେସା କିଛି ଦିନ ପୂର୍ବେ ପ୍ରସ୍ତାବ ଦେଇଥିଲେ ଯେ ଯେଉଁ କମଳା ନଷ୍ଟ ହୋଇଯାଇଥାଏ, ସେଥିରୁ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ | ପ୍ରଥମେ ତ ଲୋକମାନେ ଆଦୌ ବୁଝିପାରିଲେ ନାହିଁ | କିନ୍ତୁ କମ୍ପାନୀ କହିଥିଲା ଯେ ଆମେ ଖରାପ କମଳାରୁ ଜୁସ ବାହାର କରିବୁ |

ଏହାପରେ ଅବଶିଷ୍ଟ ଅଂଶରୁ କମ୍ପୋଷ୍ଟ ପ୍ରସ୍ତୁତ କରାଯିବ | ଏହାପରେ ସେଗୁଡିକର ବ୍ୟବହାର କ୍ଷେତରେ କରାଯାଇପାରିବ | ସଭିଲ ରାସ୍ତାରେ ପଡ଼ିଥିବା, ରାସ୍ତାରେ ଫିଙ୍ଗାଯାଇଥିବା, ବଜାରରେ ପଡିଥିବା ଏବଂ କ୍ଷେତରୁ ପଡିଥିବା ୩୫ ଟନ ଖରାପ କମଳାର ବ୍ୟବହାର ଏହି କାମ ପାଇଁ କରାଯିବ |

ଯେଉଁ ଜୁସ ବାହାର କରାଯିବ ତାକୁ EDAR Copero Wastewater Treatment Plant କୁ ପଠାଯିବ, ସେମାନେ ଏହାକୁ ଜୈବିକ ଇନ୍ଧନରେ ବଦଳାଇ ତା’ଠାରୁ ବିଦ୍ୟୁତ ସୃଷ୍ଟି କରିବେ | କମଳା ରସରୁ 1500kWh ବିଦ୍ୟୁତ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି | ଏଥିରୁ ୧୫୦ ଘରକୁ ବିଦ୍ୟୁତ ସପ୍ଲାଇ ହେବ | ବର୍ତ୍ତମାନ ସଭିଲ ପ୍ରଶାସନକୁ ଏଥିପାଇଁ ୨.୫୦ ଲକ୍ଷ ୟୁରୋ ଅର୍ଥାତ ୨୨.୧୨ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ | ଉଦାହରଣ ପାଇଁ ଛୋଟ ସ୍ତରରେ ଖରାପ କମଳାରୁ ବିଦ୍ୟୁତ ଉତ୍ପାଦନ କରି ଦେଖାଯାଇଛି |

ସଭିଲର ମେୟର ଜୁଆନ ଏସପଡାସ ସେଜସ ଏହି ପ୍ରୋଜେକ୍ଟକୁ ଶୁଭାରମ୍ଭ କରିବା ସମୟରେ ମିଡ଼ିଆକୁ କହିଛନ୍ତି ଯେ ବର୍ତ୍ତମାନ ସ୍ପେନରେ ଏମାଶେସାକୁ ରୋଲ ମଡେଲ ଭଳି ଦେଖାଯାଉଛି | କାରଣ ଏହି କମ୍ପାନୀ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରୁଛି | ଆମ ଉତ୍ପାଦରୁ ହିଁ ଆମକୁ ବିଦ୍ୟୁତ୍ ଏବଂ ସାର ତିଆରି କରି ଦେଉଛି | ଏହା ଏକ ନିଆରା ପ୍ରୋଜେକ୍ଟ ଅଟେ | ଏଥିପାଇଁ ମୁଁ ପ୍ରକୃତରେ ବହୁତ ଖୁସି |

Google

ଏହି ବର୍ଷ ଫେବୃଆରୀରେ ଆମେରିକୀୟ କମ୍ପାନୀ ବ୍ଲୁଶିଫ୍ଟ ବାୟୋଫ୍ଲୁଲରୁ ଉଡୁଥିବା ରକେଟ ଷ୍ଟାର୍ଡଷ୍ଟ ତିଆରି କରିଥିଲା, ତାର ସଫଳତାର ସହ ପରୀକ୍ଷା ମଧ୍ୟ କଲା | ଷ୍ଟାର୍ଡଷ୍ଟ ରକେଟ ଏହି ଇନ୍ଧନ ସହିତ ୧୨୨୯ ମିଟରର ଉଚ୍ଚତା ପର୍ଯ୍ୟନ୍ତ ଗଲା | ରକେଟ ୬ ମିଟରର ଉଚ୍ଚତା ଥିଲା | ଏହାର ଓଜନ ୨୫୦ କିଲୋଗ୍ରାମ ଥିଲା | ଏହା ଅନ୍ତରୀକ୍ଷର ଫ୍ଲାଇଟର ଏକ ଶସ୍ତା ମାଧ୍ୟମ ହୋଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *