SBI ର ଆଜିଠାରୁ ଦମଦାର ଅଫର, ଗ୍ରାହକଙ୍କ ପାଖରେ ଟଙ୍କା ବଞ୍ଚାଇବାର ସୁଯୋଗ

ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI)ର ଗ୍ରାହକ ତାର ଡିଜିଟାଲ ବ୍ୟାଙ୍କିଙ୍ଗ ଆପ YONO ରେ ମାର୍ଚ୍ଚ ମାସ ୪ ତାରିଖରୁ ଭାରି ରକମର ସଞ୍ଚୟ କରିପାରିବେ | ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ରହିବ ଏହି ଅଫର ଏବଂ କେଉଁଥିରେ ରିହାତି ମିଳୁଛି |

ଫ୍ଲାଇଟ, ହୋଟେଲ ବୁକିଂରେ ୫୦% ସେଭିଙ୍ଗ :-

ବ୍ୟାଙ୍କ ନିଜର YONO ଆପରେ ସୁପର ସେଭିଙ୍ଗ ଡେଜ ଉପସ୍ଥାପନା କରିଛି | ଏହି ଅଫର ମାର୍ଚ୍ଚ ୪ତାରିଖରୁ ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ରହିବ | ଏହି ସମୟରେ ବ୍ୟାଙ୍କର ଗ୍ରାହକ ଆପରେ ହୋଟେଲ ବୁକିଂ, ଫ୍ଲାଇଟ ବୁକିଂ, ଆପରେଲ ଏବଂ ହେଲ୍ଥ କାଟାଗୋରିରେ ୫୦% ପର୍ଯ୍ୟନ୍ତ ରିହାତିର ଫାଇଦା ଉଠାଇପାରିବେ |

Google

ଆମାଜନ, ଓୟୋ, ବେଦାନ୍ତୁରେ ମଧ୍ୟ ଅଫର :-

SBI ଅନେକ ଟପ ବ୍ୟବସାୟୀଙ୍କ ସହ ମଧ୍ୟ ପାର୍ଟନରସିପ କରିଛି | ତେଣୁ ବ୍ୟାଙ୍କର ୩.୬ କୋଟି ଗ୍ରାହକ ଆମାଜନ, ଆପୋଲୋ 24×7, ଇଜ ମାଇଁ ଟ୍ରିପ,ଓୟୋ, ବେଦାନ୍ତୁ ଏବଂ ରେମଣ୍ଡରେ ଅଫରର ଲାଭ ନେଇପାରିବେ | ଆମାଜନରେ ଗ୍ରାହକ 7.5% ର ଏକ୍ସଟ୍ରା ଅନଲିମିଟେଡ଼ କ୍ୟାସବ୍ୟାକ ମଧ୍ୟ ପାଇପାରିବେ |

ଆହୁରି କାଟାଗୋରୀରେ ଫାଇଦା :-

ବ୍ୟାଙ୍କ ଟ୍ରାଭଲ, ହସ୍ପିଟାଲିଟି, ହେଲ୍ଥ,,ଅପେରାଲ ଏବଂ ଅନଲାଇନ ସପିଙ୍ଗରେ ଖାସ ଅଫର ଦେଉଛି | YONO ଅର୍ଥାତ You Only Need One ଆପ SBI ର ଡିଜିଟାଲ ବ୍ୟାଙ୍କିଙ୍ଗ ଏବଂ ଲାଇଫଷ୍ଟାଇଲ ଆପ ଅଟେ |

ଲଗାତାର ଦ୍ୱିତୀୟ ମାସରେ ଆସିଲା ଅଫର :-

SBI ଡିଜିଟାଲ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ଫେବୃଆରୀରେ ମଧ୍ୟ ଏହିପରି ଅଫର ସୁପର ସେଭିଙ୍ଗ ଡେଜ ଉପସ୍ଥାପନା କରିଥିଲା | ୪ ରୁ ୭ ଫେବୃଆରୀ ମଧ୍ୟରେ ଏହି ଅଫର ସମୟରେ YONO ର ଟ୍ରାଫିକ ଏବଂ କାରବାର ଭଲ୍ୟୁମରେ ବୃଦ୍ଧି ଦେଖିବାକୁ ମିଳିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *