ମ୍ୟାନ ଅଫ ଦ ମ୍ୟାଚ ହେବାପରେ ଖେଳାଳିଙ୍କୁ ଦିଆଗଲା 5 ଲିଟର ପେଟ୍ରୋଲ । ସୋସିଆଲ ମିଡ଼ିଆରେ ଖେଳିଲା ଫୋଟୋ

ଦିନକୁ ଦିନ ପେଟ୍ରୋଲ ଦାମ ବଢ଼ିବାରେ ଲାଗିଛି ଓ ସୋସିଆଲ ମିଡିଆରେ ଏହାକୁ ନେଇ ଲୋକମାନେ ଆଲୋଚନା କରୁଛନ୍ତି। ଏମିତି ଏକ ସୋସିଆଲ ମିଡିଆରେ ଘଟଣା ଘଟିଛି ଯେ, ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ଖେଳାଳିଙ୍କୁ 5 ଲିଟର ପେଟ୍ରୋଲ ପୁରସ୍କାର ଦିଆଯାଇଛି । ସୋସିଆଲ ମିଡିଆରେ ଏହି ଖବର ଖୁବ ଭାଇରାଲ ହେଉଛି । ଏହି ମ୍ୟାଚ ରବିବାର ଦିନ ଭୋପାଳରେ ଆୟୋଜିତ କରାଯାଇଥିଲା । ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ଦାମ 91.17 ଥିବାବେଳେ ମୁମ୍ବାଇରେ ଏକ ଲିଟର ପେଟ୍ରୋଲ ଦର 97.57 ରହିଛି ।

ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଲୋକମାନେ ଭାରି ମାତ୍ରାରେ କମେଣ୍ଟ କରୁଛନ୍ତି । ଏହାସହ କ୍ରିକେଟ
କମେଣ୍ଟାଟର ହର୍ଷା ଭୋଗଲେ ଏହି ଖବର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ ଟ୍ୱିଟ ମଧ୍ୟ କରିଛନ୍ତି । ଟ୍ୱିଟରେ ସେ ଲେଖିଥିଲେ, ଭୋପାଳରେ ଏକ ମ୍ୟାଚ ହୋଇଥିବା ଖବର ବିଷୟରେ ପଢ଼ିଲି ଓ ମ୍ୟାନ ଅଫ ଦ ମ୍ୟାଚ ଖେଳାଳିଙ୍କୁ 5 ଲିଟର ପେଟ୍ରୋଲ ଦିଆଯିବା ମଧ୍ୟ ଶୁଣିଲି । ମଧ୍ୟପ୍ରଦେଶରେ ପେଟ୍ରୋଲ ବର୍ତ୍ତମାନ 100 ଟଙ୍କା ପାର ହୋଇଯାଇଛି ।

ଦେଶର ସବୁଠାରୁ ବଡ଼ ସରକାରୀ ପେଟ୍ରୋଲ ଇଣ୍ଡିଆନ ଅଏଲ ଲଗାତାର 4 ଦିନ ପର୍ଯ୍ୟନ୍ତ ପେଟ୍ରୋଲ ଦର ଅପରିବର୍ତ୍ତିତ ରଖିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *