ଦେଖନ୍ତୁ ମଜାଳିଆ ଭିଡ଼ିଓ : ଖାଇବା ସମୟରେ ପିଲାଟିକୁ ନିଦ ଲାଗିଲା, ହାତରେ ଭାତ ନେଉ ନେଉ ଧଡ଼ କରି ପଡିଗଲା ତଳେ,ଆଉ ତା ପରେ..

ସୋସିଆଲ ମିଡିଆରେ ପ୍ରାୟତଃ ମଜାଳିଆ ଭିଡିଓ ଏବଂ ଆଶ୍ଚର୍ଯ୍ୟଜନକ ଫଟୋଗୁଡିକ ଭାଇରାଲ ହେବାରେ ଲାଗିଥାଏ | ବର୍ତ୍ତମାନ ଏପରି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ହସି ହସି ଥକିଯିବେ ଏବଂ ଏହାସହିତ ଭିଡିଓକୁ ଦେଖିବା ପରେ ଆପଣଙ୍କୁ ଆପଣଙ୍କର ପିଲାଦିନର ଦିନଗୁଡ଼ିକ ମନେ ପଡିଯିବ | ଏହି ଭିଡିଓରେ ଗୋଟିଏ ପିଲା ଖାଦ୍ୟ ଖାଉଥିବାର ଦେଖାଯାଉଛି ଏବଂ ଖାଇବା ସମୟରେ ଅଚାନକ ତାକୁ ନିଦ ଲାଗୁଛି, ଠିକ ସେତିକିବେଳେ ଯାହା ହେଲା, ତାକୁ ଦେଖି ଆପଣ ନିଜ ହସକୁ ରୋକିପାରିବେ ନାହିଁ | ଏହି ଭିଡିଓ ବହୁତ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରଲ ହେଉଛି |

Google

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ @ganeshnain ନାମକ ଜଣେ ୟୁଜର ସେୟାର କରିଛନ୍ତି | ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତି, ‘କି ପିଲାଦିନ ଥିଲା ସତରେ, ଖାଉ ଖାଉ ନିଦ ଆସିଯାଉଥିଲା |’ ଭିଡିଓଟି ବହୁତ ମଜାଦାର ଅଟେ | ଏହି ଭିଡିଓରେ ଆପଣ ନିଜେ ଦେଖିପାରିବେ ଯେ ଗୋଟିଏ ପିଲା ହାତରେ ଥାଳି ଧରି ବସିଛି ଏବଂ ଖାଦ୍ୟ ଖାଉଛି, କିନ୍ତୁ ଧୀରେ ଧୀରେ ତାକୁ ନିଦ ଲାଗୁଛି ଏବଂ ତା ଆଖି ବନ୍ଦ ହେବାକୁ ଆରମ୍ଭ କରୁଛି | ଏତିକିରେ ସେ ଯେମିତି ହାତରେ ଭାତ ପାଟିକୁ ନେବାକୁ ଚେଷ୍ଟା କରୁଛି, ଠିକ ସେତିକିବେଳେ ନିଦ ଲାଗୁଥିବା କାରଣରୁ ସେ ଅଚାନକ ତଳେ ଧଡ଼ କରି ପଡିଯାଉଛି ଏବଂ ତା ନିଦ ଭାଙ୍ଗିଯାଉଛି |

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷରୁ ମଧ୍ୟ ଅଧିକ ଥର ଦେଖାଗଲାଣି | ଭିଡିଓରେ ଲୋକମାନେ ମଜାଳିଆ କମେଣ୍ଟସ କରୁଛନ୍ତି ଏବଂ ନିଜ ପିଲାଦିନର ଦିନଗୁଡ଼ିକୁ ମନେ ପକାଉଛନ୍ତି | କ’ଣ ଆପଣଙ୍କୁ ମଧ୍ୟ ଏହି ଭିଡିଓ ଦେଖିବା ପରେ ନିଜ ପିଲାଦିନର ଦିନ ପନେପଡ଼ୁଛି ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *