୬୨ ବର୍ଷ ବୟସରେ ଅଜବ ପ୍ରକାରର ଡ୍ୟାନ୍ସ, ଦେଖନ୍ତୁ ମୁମ୍ବାଇର ଡ୍ୟାନ୍ସିଂ ଜେଜେମାଙ୍କର ଭିଡ଼ିଓ

କଣ ଆପଣଙ୍କୁ ଲାଗୁଛି କି ନିଜର ସ୍ୱପ୍ନକୁ ପୂରଣ କରିବାର ବୟସ ଚାଲିଯାଇଛି ? ଯଦି ହଁ, ତେବେ ଆପଣ ୬୨ ବର୍ଷିୟ ରବି ବାଲା ଶର୍ମା ତଥା ଡ୍ୟାନ୍ସିଂ ଜେଜେମାଙ୍କଠାରୁ ପ୍ରେରଣା ନେଇପାରିବେ, ଯିଏକି ନିଜ ସ୍ୱପ୍ନକୁ ଏହି ବୟସରେ ବଞ୍ଚାଉଛନ୍ତି | ଉତ୍ତରପ୍ରଦେଶର ମୁରାଦାବାଦରୁ ଆସିଥିବା ରବି ବାଲା ଶର୍ମା ନିଜ ପୁଅ ସହିତ ମୁମ୍ବାଇରେ ରୁହନ୍ତି ଏବଂ ଇନଷ୍ଟାଗ୍ରାମରେ ନିଜ ଡ୍ୟାନ୍ସିଂ ଭିଡିଓ ମାଧ୍ୟମରେ ସେ ଖ୍ୟାତି ଅର୍ଜନ କରିପାରିଛନ୍ତି | ଡ୍ୟାନ୍ସରେ ପାରଙ୍ଗମ ଡ୍ୟାନ୍ସିଂ ଜେଜେମାଙ୍କୁ ଲୋକ ଗୀତ, ବଲିଉଡ ଗୀତ ସହିତ ସୁନ୍ଦର ଶୈଳୀରେ ପୁରା ସହଜ ଏବଂ ଚମତ୍କାରତା ସହିତ ନାଚୁଥିବାର ଦେଖିପାରିବେ | ଏପରି ନୁହେଁ ଯେ ଡ୍ୟାନ୍ସିଂ ଜେଜେମାଙ୍କର କଳାର ପ୍ରଶଂସକ କେବଳ ସାଧାରଣ ଲୋକ ଅଟନ୍ତି ବରଂ ବଲିଉଡର ଜଣାଶୁଣା କଳାକାରମାନେ ମଧ୍ୟ ଜେଜେମାଙ୍କ ଭିଡିଓକୁ ପସନ୍ଦ ଏବଂ ସେୟାର କରନ୍ତି, ଯେପରିକି ଦିଲଜିତ ଦୋସାଞ୍ଜ, ଇମତିଆଜ ଅଲି ଏବଂ ଟେରେନ୍ସ ଲୁଇସ ସୋସିଆଲ ମିଡିଆରେ ତାଙ୍କ ଭିଡିଓକୁ ପସନ୍ଦ ଏବଂ ସେୟାର କରିଥିଲେ |

Google

ଦିଲଜିତ ଦୋସାଞ୍ଜ କଲେ ଟର୍ଣ୍ଣିଙ୍ଗ ପଏଣ୍ଟ :-

ଦୁଇ ପିଲାଙ୍କର ମା ରବି ବାଲା ଶର୍ମା ଦିଲ୍ଲୀ ସରକାରୀ ସ୍କୁଲରେ ୨୭ ବର୍ଷ ଧରି ମ୍ୟୁଜିକ ଟିଚର ଭାବରେ ଚାକିରୀ କରିଛନ୍ତି | ଶର୍ମା କଥକ, ଗୀତ ଏବଂ ତବଲାରେ ପାରଙ୍ଗମ ଅଟନ୍ତି | ସେ ନିଜ ବାପା ଶାନ୍ତି ସ୍ୱରୂପ ଶର୍ମାଙ୍କଠାରୁ ପିଲାଦିନେ ଏହି କଳା ଶିଖିଥିଲେ | ଅବସର ପରେ ରବି ବାଲା ଶର୍ମା ଡ୍ୟାନ୍ସିଂ କ୍ଷେତ୍ରରେ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଇନଷ୍ଟାଗ୍ରାମକୁ ବାଛିଛନ୍ତି | ଇଣ୍ଡିଆନ ଏକ୍ସପ୍ରେସ ସହିତ କଥା ହୋଇ ନିଜର ସେଲିବ୍ରିଟି ସ୍ଥିତି ବିଷୟରେ ସେ ସମ୍ପୂର୍ଣ୍ଣ ଜୋସ ଏବଂ ଉତ୍ସାହର ସହିତ କହିଛନ୍ତି ଯେ ଦିଲଜିତ ଦୋସାଞ୍ଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିବା, ମୋର ସବୁଠାରୁ ବଡ ଆୱାର୍ଡ ଅଟେ | ସେ କହିଛନ୍ତି ଯେ ମୁଁ ପ୍ରମାଣ କରିଦେଇଛି ଯେ ବୟସ କେବଳ ଗୋଟିଏ ସଂଖ୍ୟା ଅଟେ ଏବଂ ଆପଣ ଜୀବନର ଯେକୌଣସି ପର୍ଯ୍ୟାୟରେ ନିଜର ଏକ ପରିଚୟ ସୃଷ୍ଟି କରିପାରିବେ |

ବର୍ତ୍ତମାନ ଦେଖନ୍ତୁ ଡ୍ୟାନ୍ସିଂ ଜେଜେମାଙ୍କ ଡାନ୍ସ :-

ଟେକ୍ନୋଲୋଜି କ୍ଷେତ୍ରରେ ଶର୍ମାଙ୍କ ହାତ ଟିକେ ଦୁର୍ବଳ ଅଟେ, ଏଭଳି ପରିସ୍ଥିତିରେ ତାଙ୍କ ଝିଅ ଏବଂ ପୁଅ ଭିଡିଓ ସୁଟିଂ କରିବା, ଗୀତ ବାଛିବା ଏବଂ ପୋଷାକ ବାଛିବାରେ ସାହାଯ୍ୟ କରନ୍ତି | ରବି ବାଲା ଶର୍ମା କହିଛନ୍ତି ଯେ ଲୋକମାନଙ୍କୁ ନିଜର ବୟସ କାରଣରୁ ନିଜର ସ୍ୱପ୍ନକୁ ଛାଡିଦେବା ଉଚିତ ନୁହେଁ |

ଡ୍ୟାନ୍ସିଂ ଜେଜେମାଙ୍କୁ ଅନଲାଇନରେ ବହୁତ ସାରା ଭଲ ପାଇବା ମିଳୁଛି ଏବଂ ଲୋକମାନେ ତାଙ୍କୁ ନିଜର ପ୍ରେରଣା କହି ମଧ୍ୟ ସେୟାର କରନ୍ତି ଯେ କିପରି ନିଜର ମା ଏବଂ ଜେଜେମା ନିଜ ସ୍ୱପ୍ନକୁ ବୟସ ଏବଂ ଅନ୍ୟ କାରଣଗୁଡିକ ପାଇଁ ଅଧୁରା ଛାଡି ଦେଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *