୮ ବର୍ଷୀୟ ବାଳକ ଗେମ ଖେଳି ରୋଜଗାର କଲା ୨୪ ଲକ୍ଷ ଟଙ୍କା, ଆପଣ କ’ଣ କରୁଛନ୍ତି ?

ଜାଣିଛନ୍ତି ଯେତେବେଳେ ମୁଁ ୮ ବର୍ଷର ଥିଲି, ସେତେବେଳେ ଭାବୁଥିଲି ଜ୍ୱର ହେବାର ନାଟକ କିପରି କରିବି | କିନ୍ତୁ ଆଜି ଜଣେ ୮ ବର୍ଷୀୟ ବାଳକର କାହାଣୀ ଶୁଣି ନିଜ ଉପରେ ରାଗ ଲାଗୁଛି | ଏହି ୮ ବର୍ଷର ପୁଅଟି ଗେମ ଖେଳି ହିଁ ୨୪ ଲକ୍ଷ ଟଙ୍କା ରୋଜଗାର କରୁଛି

ଆମେରିକାରେ ରୁହନ୍ତି :-

ଏହି ପିଲାଟିର ନାମ ଜୋସେଫ ଡିନ, ସେ ଆମେରିକାର କାର୍ଲିଫୋର୍ଣ୍ଣିଆରେ ରୁହେ | ସେ ଦୁନିଆର ସବୁଠାରୁ ଛୋଟ ବୟସର ବାଳକ ଅଟେ, ଯିଏକି Fortnite ଗେମ ଖେଳିଥାଏ | ନିକଟରେ ତାକୁ ଟିମ ୩୩ ତରଫରୁ ଗୋଟିଏ ହାଇ ସ୍ପିଡ଼ କମ୍ପ୍ୟୁଟର ମିଳିଛି ଏବଂ ୨୪ ଲକ୍ଷ ଟଙ୍କାର ସାଇନିଙ୍ଗ ବୋନସ ମିଳିଛି |

୪ ବର୍ଷ ବୟସରୁ ଖେଳୁଥିଲା ଏହି ଗେମ :-

ଜୋସେଫ ୪ ବର୍ଷ ବୟସରୁ ହିଁ Fortnite ଗେମ ଖେଳୁଛି | ଏହି କାରଣରୁ ତାର ଗେମିଙ୍ଗ ଦକ୍ଷତା ବହୁତ ବଢିଯାଇଛି | ବର୍ତ୍ତମାନ ସେ ବହୁତ ଅଲଗା ଲେଭଲର ଖେଳାଳି ହୋଇସାରିଛି |

Google

ବାପାମାଙ୍କର କୌଣସି ଅସୁବିଧା ନାହିଁ :-

ବିବିସି ଅନୁଯାୟୀ, ଜୋସେଫର ବାପାମାଙ୍କୁ ମଧ୍ୟ ଏହି କଥାରେ ଅସୁବିଧା ନାହିଁ ଯେ ସେ ଗେମ ଖେଳୁଛି | କୁହାଯାଏ ଯେ ଏହି ଗେମ ଟିକେ ହିଂସା ପ୍ରକୃତିର ଅଟେ | ଜୋସେଫର ମା କୁହନ୍ତି ଯେ ‘ଆମେ ଏହି ଗେମ ଦେଖିଛୁ, ମୋତେ ଲାଗୁନି ଯେ ଆମେ କିଛି ଭୁଲ କରୁଛୁ |’ ସ୍କୁଲରୁ ଆସିବାପରେ ସେମାନେ ତାକୁ ୨ ଘଣ୍ଟା ଗେମ ଖେଳିବାକୁ ଦିଅନ୍ତି | ସପ୍ତାହ ଶେଷବେଳକୁ ସେ ଟିକେ ଅଧିକ ସମୟ ଗେମ ଖେଳିଥାଏ | ଗେମ ଖେଳିବା ପୂର୍ବରୁ ସେ ପ୍ରତ୍ୟେକ ଥର ନିଜ ମାଙ୍କଠାରୁ ପଚାରିକି ଯାଇଥାଏ |

ବଡ ହୋଇ ହେବାକୁ ଚାହୁଁଛି ଗେମର :-

ଜୋସେଫ ବଡ ହୋଇ ଡାକ୍ତର କିମ୍ବା ଇଂଜିନିୟର ନୁହେଁ, ବରଂ ଗେମର ହେବାକୁ ଚାହୁଁଛି | ସେ କୁହେ, ‘ ମୁଁ ପ୍ରଫେସନାଲ ଗେମର ହେବାକୁ ଚାହୁଁଛି, କିନ୍ତୁ ଟିମ ୩୩ ଆସିବା ପର୍ଯ୍ୟନ୍ତ କେହିବି ମତେ ସିରିୟସ ଭାବୁନଥିଲେ |’ ତାର ପରିବାର ଏହି ସାଇନିଙ୍ଗ ବୋନସ ତାର ସେଭିଙ୍ଗରେ ଜମା କରି ଦେଇଛନ୍ତି | ତାଙ୍କ ଅଭିଭାବକଙ୍କ କହିବା କଥା ହେଉଛି ଏହି ରାଶି ସେମାନେ ଜୋସେଫ ପାଇଁ ହିଁ ରଖିଛନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *