ବ୍ୟକ୍ତି ଜଣକ ନିଜ ଅଟୋ ଉପରେ ତିଆରି କରିଛି କି ସୁନ୍ଦର ଘର,ଦେଖନ୍ତୁ କେତେ ସୁନ୍ଦର ଲାଗୁଛି

ଅଟୋରେ କିଛି ଲୋକ ଶୋଇଥିବାର ଆପଣ ଦେଖିଥିବେ, ଖାଆସ କରି ଅଟୋ ଡ୍ରାଇଭର ଦିନଯାକ ପରିଶ୍ରମ କରି ଯେତେବେଳେ ଥକି ଯାଏ ସେ ନିଜ ଅଟୋରେ ହିଁ ଶୋଇଯାଇଥାଏ ଓ ତା’ ରାତି ମଧ୍ୟ କଟିଯାଇଥାଏ । କିନ୍ତୁ ଆପଣ କେବେ ଜାଣିଛନ୍ତି କି ! ନିଜର ଅଟୋକୁ କେହି ଘର ରୂପରେ ପରିଣତ କରିବା । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଅରୁଣ ପ୍ରଭୁ ନାମକ ଜଣେ ବ୍ୟକ୍ତି ନିଜ ଅଟୋକୁ ଘର ରୂପରେ ପରିଣତ କରିଦେଇଛନ୍ତି । ଏହି ଘରେ ସବୁ ସୁବିଧା ଉପଲବ୍ଧ ରହିଛି । ଏହାକୁ ଦେଖିବା ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ର ଖୁସି ହୋଇ ଟ୍ୱିଟ କରିଛନ୍ତି ।

ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟ ପୋଷ୍ଟ କରି ଲେଖିଥିଲେ, ଅରୁଣଙ୍କ ଦ୍ଵାରା ଏହା ଏକ ନୂଆ ଉଦ୍ଭାବନ ଓ ଯାତ୍ରୀମାନଙ୍କୁ ଏହାର ଦରକାର ମଧ୍ୟ ହେବ ବିଶ୍ରାମ ପାଇଁ କିନ୍ତୁ ଅରୁଣ ଯଦି ଏହି ଉପାୟଟି ବୋଲେରୋ ପିକଅପ ଉପରେ କରିଥାନ୍ତେ ତ ତାଙ୍କ ପାଇଁ ବହୁତ ଭଲ ହୋଇଥାନ୍ତା । ଏହାସହ ସେ ଅରୁଣଙ୍କର ବହୁତ ପ୍ରଶଂସା କରିଥିଲେ ।

ଏହି ଘରକୁ ଅରୁଣ ନିଜ ଅଟୋ ଉପରେ ନିର୍ମାଣ କରିଥିଲେ, ଏହି ଘରେ ସାରା ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଝରକା, କବାଟ ସହିତ ଛାତ ମଧ୍ୟ ରହିଛି ଯାହାଉପରେ କପଡା ମଧ୍ୟ ଶୁଖାଯାଇପାରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *