ବଦଳିଲା ସ୍କୁଲ ସମୟ: ସକାଳ ୭ରୁ ଆରମ୍ଭ ହେବ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ୮ରୁ ୧୨ ପର୍ଯ୍ୟନ୍ତ ପାଠ ପଢିବେ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ସକାଳୁଆ ପାଠପଢା ସମୟକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଭୀଷଣ ମାତ୍ରାରେ ଖରା ହେଉଥିବାରୁ ଏହିପରି ନିଷ୍ପତ୍ତି ନିଆଯାଇଛି। ଦଶମ,ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ଗଣଶିକ୍ଷା ବିଭାଗ। ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ହେଉଥିଲା। ଆଉ ନବମ,ଏକାଦଶ ପିଲାଙ୍କ କ୍ଲାସ ଟାଇମ ସମୟକୁ ପରିବର୍ତ୍ତନ କରାଯାଇନାହିଁ। ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ପାଠ ପଢିବେ ଛାତ୍ରଛାତ୍ରୀ।

ସୂଚନା ଅନୁସାରେ, ରାଜ୍ୟରେ ଭୀଷଣ ଖରାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି। ଗତ ୨୬ ତାରିଖରେ ଗତ ୧ତାରିଖରୁ ସମସ୍ତ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସକାଳୁଆ କରାଯାଇଛି। ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କର ପାଠପଢ଼ା ହେବ ଏବଂ ୯ରୁ ଦିନ ୧ଟା ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ହେବ। ନବମ ଓ ଏକାଦଶଙ୍କ ଧାର୍ଯ୍ୟ ସମୟ ଅପରିବର୍ତ୍ତିତ ଥିବା ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ସମୟ ସୀମା ପରିବର୍ତ୍ତନ କରାଯାଇଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ସମୟ ସୀମା ପରିବର୍ତ୍ତନ କରିବାର କାରଣ, ପିଲାମାନେ ଡହ ଡହ ଖରାରେ ଘରକୁ ଫେରୁଥିଲେ, ଫଳରେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବା ସହ ଅଂଶୁ-ଘାତ ହେବାର ସମ୍ଭାବନା ମଧ୍ୟ ଥିଲା। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓ ଅଭିଭାବକ ସଂଘ। ଆଉ ଏହା ସହ ସମୟକୁ ପରିବର୍ତ୍ତନ କରିବା ପାଇଁ ଦାବି ମଧ୍ୟ କରିଥିଲେ। ଏହିସବୁ କାରଣକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଏପରି ପଦକ୍ଷେପ ନେଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *