ଦେଖନ୍ତୁ ଭିଡିଓ : ରାହୁଲ ଗାନ୍ଧୀ ଜୋରରେ ଧରିଲେ ବାଳକର ହାତ, ତା’ପରେ ଏମିତି ଦାବିଲେ ଯେ, ଯନ୍ତ୍ରଣା ପାଇ ତଳେ ବସିପଡିଲା ବାଳକ ଜଣକ

ରାହୁଲ ଗାନ୍ଧୀ ଆଜିକାଲି ତାମିଲନାଡୁ ଗସ୍ତରେ ଅଛନ୍ତି, ଯେଉଁଠାରେ ତାଙ୍କର ଏକ ଅଲଗା ଷ୍ଟାଇଲ ଦେଖିବାକୁ ମିଳିଛି | ତାମିଲନାଡୁର ମୁଲଗୁମଡୁବନ ଜିଲ୍ଲାରେ ରୋଡ ଶୋ ପରେ ସେ ସେଣ୍ଟ ଜୋସେଫ ମ୍ୟାଟ୍ରିକ ହାଇ ସେକେଣ୍ଡ୍ରି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ସହ କଥା ହେବାକୁ ପହଞ୍ଚିଥିଲେ | ଯେଉଁଠାରେ ସେ ପୁସଅପ କରୁଥିବାର ଦେଖାଯାଇଥିଲା | ଏହାପରେ ସେ ଗୋଟିଏ ହାତରେ ମଧ୍ୟ ପୁସଅପ କରିଥିଲେ |ଏହା ପରେ ସେ ମାର୍ଶଲ ଆର୍ଟ ‘ଆଇକିଡୋ’ କରୁଥିବାର ଦେଖାଯାଇଥିଲେ | ସେ ପିଲାଟି ସହିତ ଆଇକିଡୋ କଲେ | ସୋସିଆଲ ମିଡିଆରେ ଭିଡିଓ ଖୁବ ଦ୍ରୁତ ଗତିରେ ହେବାରେ ଲାଗିଛି |

କିଛି ଦିନ ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀଙ୍କ ଫିଟନେସକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା, ଯେତେବେଳେ ତାଙ୍କର ଏବ୍ସ ଦେଖାଯାଇଥିଲା | ସ୍କୁଲରେ ପିଲାମାନଙ୍କ ସହ ବାର୍ତ୍ତାଳାପ ସମୟରେ ରାହୁଲ ଗାନ୍ଧୀ ଜଣେ ଛାତ୍ରକୁ ଆଇକିଡୋ ଶିଖାଇଲେ | ସେ ଛାତ୍ରଙ୍କ ହାତ ଧରିଲେ ଏବଂ ଦାବିଥିଲେ | ଛାତ୍ରଟି ଯନ୍ତ୍ରଣାରେ ତଳେ ବସିପଡିଲା | ଏହା ପରେ ରାହୁଲ ତାଙ୍କୁ ଛାଡିଦେଲେ ଏବଂ ହାତ ମିଶାଇଲେ |

ଦେଖନ୍ତୁ ଭିଡିଓ :-

କହିବାକୁ ଗଲେ ରାହୁଲ ଗାନ୍ଧୀ ଆଜିକାଲି ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି, ପୁଡୁଚେରୀ ଏବଂ କେରଳ ପରେ ସେ ତାମିଲନାଡୁରେ ପହଞ୍ଚିଛନ୍ତି | ଛାତ୍ରମାନଙ୍କ ସହ କଥାବାର୍ତ୍ତା ପୂର୍ବରୁ ନାଗରକୋଇଲରେ ରାହୁଲ ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ |

ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଇତିହାସ ଦେଖାଇଦେଇଛି ଯେ ତାମିଲନାଡୁରେ ତାମିଲ ଲୋକଙ୍କ ବ୍ୟତୀତ ଅନ୍ୟ କେହି କ୍ଷମତାକୁ ଆସିପାରିବେ ନାହିଁ | ୨୩୪ ବିଧାନସଭା ଆସନ ପାଇଁ ତାମିଲନାଡୁରେ ଏପ୍ରିଲ ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ | କଂଗ୍ରେସ ଡିଏମକେ ନେତୃତ୍ୱାଧୀନ ମିଳିତ ମଞ୍ଚ ସହିତ ନିର୍ବାଚନ ଲଢ଼ୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *