ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ବଦଳରେ ମିଳିବ ୩୦ ହଜାର ଟଙ୍କା

ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ତରଫରୁ ପ୍ରତିବର୍ଷ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲ୍ୟାପଟପ ଦିଆ ଯାଇଥାଏ। ୨୦୧୩ ମସିହାରୁ ରାଜ୍ୟ ସରକାର ବିଜୁ ଯୁବ ସଶକ୍ତିକରଣ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ, ଚଳିତ ବର୍ଷ ଠାରୁ ରାଜ୍ୟ ସରକାର ଲ୍ୟାପଟପ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ବଦଳରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(ଡେବିଟି) ମାଧ୍ୟମରେ ୩୦ ହଜାର ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଗଣଶିକ୍ଷା ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ବିଜୁ ଯୁବ ସଶକ୍ତିକରଣ ଯୋଜନାରେ କୃତକାର୍ଯ୍ୟ ହୋଇଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷରୁ ଲ୍ୟାପଟପ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଏହା ବଦଳରେ ଡିବିଟି ମାଧ୍ୟମରେ ୩୦ହଜାର ଟଙ୍କା ପ୍ରଦାନ କରାଯିବ। ଏହାଦ୍ବାରା, ଛାତ୍ରଛାତ୍ରୀ ନିଜ ପସନ୍ଦର ଲ୍ୟାପଟପ କିଣିପାରିବେ। ଏହି ଲ୍ୟାପଟପ ଅର୍ଥ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ମାର୍ଚ୍ଚ ମାସ ୧୮ ତାରିଖ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ନିଜର ଡକ୍ୟୁମେଣ୍ଟ ଅପଲୋଡ଼ କରିବାକୁ ପଡ଼ିବ।

Google

ସୂଚନା ଅନୁସାରେ, ଯୁକ୍ତ ଦୁଇ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ୧୫ ହଜାର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏହି ଲ୍ୟାପଟପ ବଣ୍ଟନ କରାଯାଇଥାଏ। ବିଜ୍ଞାନରେ ୭ହଜାର,ବାଣିଜ୍ୟରେ ୨ହଜାର,କଳା ବର୍ଗରେ ୫୪୦୦,ଶିକ୍ଷାରେ ୨୦୦ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟର ୪୦୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଲ୍ୟାପଟପ ପ୍ରଦାନ କରାଯାଇଥାଏ। ଏହି ଲ୍ୟାପଟପ ପ୍ରଦାନ କରିବା ଗତବର୍ଷରୁ ରାଜ୍ୟସ୍ତରରେ ନ କରି ଜିଲ୍ଲାସ୍ତରରେ ପ୍ରଦାନ କରାଯାଉଛି। ଆଉ ଚଳିତବର୍ଷରୁ ରାଜ୍ୟ ସରକାର ଲ୍ୟାପଟପ ପ୍ରଦାନ ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନାରୁ ଜଣାପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *