ଅତିଶୀଘ୍ର ବାହାହେବା ହେବାପାଇଁ ଯାଉଛନ୍ତି ଜସପ୍ରିତ ବୁମ୍ରା,ବିବାହ ପାଇଁ ନେଲେ ଭାରତୀୟ ଦଳରୁ ଛୁଟି

ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ଏହି କାରଣରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚରୁ ସେ ବାହାରି ଯାଇଛନ୍ତି। ବିସିସିଆଇ ସୂତ୍ରରୁ ନ୍ୟୁଜ ଏଜେନ୍ସି ଏଏନଆଇଙ୍କୁ ଏହି ବିଷୟରେ ସୂଚନା ଦେଇଛି। ପ୍ରକୃତରେ, ଏହି ଦ୍ରୁତ ବୋଲର ବ୍ୟକ୍ତିଗତ କାରଣ ଦର୍ଶାଇ ଚତୁର୍ଥ ଟେଷ୍ଟରୁ ନଜର ନାମ ଫେରାଇ ନେଇଥିଲେ। ସୂଚନା ମୁତାବିକ,ଏକ ସପ୍ତାହ ମଧ୍ୟରେ ବୁମ୍ରା ବିବାହ କରିବାକୁ ଯାଉଛନ୍ତି। ବିବାହ କେବେ ଓ କେଉଁଠାରେ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଆପଣଙ୍କୁ ଜଣାଇ ଦେଇଛୁଯେ, ଟେଷ୍ଟ ସିରିଜ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୨ମାର୍ଚ୍ଚରୁ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ହେବ। ଟି-୨୦ ସିରିଜରେ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ଏହାପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯିବ। ଏକ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୨୩ ମାର୍ଚ୍ଚରେ ହେବ।

ଉଲ୍ଲେଖନୀୟ କଥା ହେଉଛିକି, ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା। ତା’ପରେ ତୃତୀୟ ଟେଷ୍ଟରେ ଏହି ଦ୍ରୁତ ବୋଲର ଫେରି ଆସିଥିଲେ କିନ୍ତୁ ବୁମ୍ରା ତାଙ୍କ ବୋଲିଂରୁ କିଛି ବିଶେଷ କରିପାରିନଥିଲେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚରେ ସ୍ପିନରମାନଙ୍କ ଯାଦୁ ଚାଲିଲା। ଅନୁଭବୀ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ ଏବଂ ଅକ୍ଷର ପଟେଲ ମିଶି ଭାରତୀୟ ଦଳକୁ ମାତ୍ର ଦୁଇ ଦିନ ମଧ୍ୟରେ ବିଜୟୀ କରାଇଥିଲେ। ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଥିଲେ। ବର୍ତ୍ତମାନ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳ ୨-୧ର ଆଗରେ ରହିଛି। ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ ୪ମାର୍ଚ୍ଚରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *