ଭାରତ ବନାମ ଇଂଲଣ୍ଡ : ଏହି ଚାରିଜଣ ଖେଳାଳିଙ୍କୁ ନେଇ ଦେଖାଦେଇଛି ଦ୍ଵନ୍ଦ,ଜାଣନ୍ତୁ ଚତୁର୍ଥ ଟେଷ୍ଟ ମ୍ୟାଚରେ କିଏ କିଏ ରହି ପାରନ୍ତି ପ୍ଲେଇଂ ଇଲେଭେନରେ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଓ ଶେଷ ଟେଷ୍ଟ ମ୍ୟାଚ ମାର୍ଚ୍ଚ 4 ତାରିଖ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି । ବର୍ତ୍ତମାନ ଭାରତ 2-1 ରେ ସିରିଜରେ ଆଗୁଆ ରହିଛି । ଭାରତୀୟ ବୋଲର ଯଶପ୍ରୀତ ବୁମରା ବ୍ୟକ୍ତିଗତ କାରଣ ପାଇଁ ଶେଷ ଟେଷ୍ଟରୁ ବାଦ ପଡିଥିବାବେଳେ, ଚୂଡାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ନିଆଯିବ ସେନେଇ ଚିନ୍ତାରେ ପଡିଛି ଭାରତ ।

ରୋହିତ ଶର୍ମା :-

ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦ୍ବିତୀୟ ଟେଷ୍ଟର ପ୍ରଥମ ପାଳିରେ 161 ରନ କରି ଲୟରେ ଫେରିଥିଲେ। ତୃତୀୟ ଟେଷ୍ଟରେ ମଧ୍ୟ ସେ ପ୍ରଥମ ପାଳିରେ 66 ରନ ଓ ଦ୍ବିତୀୟରେ 26 ରନ କରିଥିଲେ । ଶେଷ ଟେଷ୍ଟରେ ତାଙ୍କ ପାଖରୁ ଏକ ଚମତ୍କାର ପ୍ରଦର୍ଶନ ଭାରତ ଆଶା ରଖିଛି ।

ଶୁବମାନ ଗିଲ :-

ଯୁବ ତାରକା ଶୁବମାନ ଗିଲ ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଟାଣିଛନ୍ତି । କିନ୍ତୁ ସେ ଦ୍ଵିତୀୟ ଓ ତୃତୀୟ ଟେଷ୍ଟରେ ଫ୍ଲପ ରହିଥିଲେ । ଶେଷ ଟେଷ୍ଟରେ ରୋହିତ ଓ ଗିଲଙ୍କ ଯୋଡି ଉପରେ ବହୁତ କିଛି ଆଶା ରହିଛି ।

ଚେତେଶ୍ୱର ପୂଜାରା :-

ଟିମର ଭରସା ଓ ଟେଷ୍ଟ କ୍ରିକେଟର ସ୍ପେସାଲିଷ୍ଟ ଅନୁଭବୀ ବ୍ୟାଟ୍ସମ୍ୟାନ ପୂଜାରା ପୂର୍ବ ଆହମ୍ମଦାବାଦ ଟେଷ୍ଟରେ ଦ୍ଵିଶତକ ମାରିଥିଲେ । 2012 ମସିହାରେ ଇଂଲଣ୍ଡ ବିପକ୍ଷ ପାଳିରେ ସେ ଏହି କାରନାମା କରିଥିଲେ । ଦେଖିବାକୁ ବାକି ରହିଲା ସଙ୍ଗେସ ଟେଷ୍ଟ ମ୍ୟାଚରେ ତାଙ୍କର ପ୍ରଦର୍ଶନ କେମିତି ରହୁଛି ।

ବିରାଟ କୋହଲି :-

ଭାରତୀୟ ଅଧିନାୟକ ବିରାଟ କୋହଲି ଏହିସମୟରେ ନିଜ ଫର୍ମରେ ନାହାଁନ୍ତି । ସେ ତୃତୀୟ ଟେଷ୍ଟରେ ମାତ୍ର 27 ରନ କରି ପାଭିଲିୟନ ଫେରିଥିଲେ । କୋହଲି ବିଗତ ଏକବର୍ଷ ମଧ୍ୟରେ କୌଣସି ଶତକ ହାସଲ କରିନାହାଁନ୍ତି । ଏହି କମିକୁ ସେ ଶେଷ ଟେଷ୍ଟରେ ପୂରଣ କରିବାକୁ ଚାହିଁବେ ।

ଆଜିଙ୍କ୍ୟ ରାହାଣେ :-

ଟିମ ଇଣ୍ଡିଆର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଚେନ୍ନାଇର ପ୍ରଥମ ପାଳିରେ ଅର୍ଧଶତକୀୟ ପାଳି ଖେଳିଥିଲେ କିନ୍ତୁ ତା’କୁ ଲମ୍ବା ପାଳିରେ ପରିଣତ କରିପାରିନଥିଲେ । ତୃତୀୟ ଟେଷ୍ଟରେ ମଧ୍ୟ ସେ ମାତ୍ର 7 ରନ କରି ଆଉଟ ହୋଇଯାଇଥିଲେ । ଏଥର ତାଙ୍କୁ କିଛି ଭଲ ପ୍ରଦର୍ଶନ କରିବାକୁ ହେବ ।

ଋଷଭ ପନ୍ତ :-

ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ତୃତୀୟ ଟେଷ୍ଟରେ କେବଳ 1 ରନ କରି ଆଉଟ ହୋଇଯାଇଥିଲେ । ଦଳକୁ ତାଙ୍କଠାରୁ ତାବଡ଼ ତୋଡ଼ ପ୍ରଦର୍ଶନ ଦରକାର ରହିଛି । ଅଷ୍ଟ୍ରେଲିଆରେ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ ।

ଅକ୍ଷର ପଟେଲ :-

ଅକ୍ଷର ପଟେଲ ନିଜ ବୋଲିଂରେ ଆଶା ଠାରୁ ଅଧିକ ମାତ୍ରାରେ ସଫଳ ହୋଇଛନ୍ତି । ତାଙ୍କର ଚମତ୍କାର ବୋଲିଂ ଦ୍ୱାରା ଦଳ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଧୂଳି ଚଟାଇ ଦେଇଥିଲା । ସେ ଉଭୟ ପାଳିରେ ମୋଟ 11 ଟି ଉଇକେଟ ନେଇଥିଲେ ।

ରବିଚନ୍ଦ୍ରନ ଅଶ୍ୱିନ :

ଅନୁଭବୀ ସ୍ପିନ ଓ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଯେଉଁଭଳି ବୋଲିଂ କଲେ ତାହା ଇଂଲଣ୍ଡକୁ ଚିନ୍ତାରେ ପକାଇଦେଇଛି । ସେ ଉଭୟ ପାଳିରେ ମୋଟ 7ଟି ଉଇକେଟ ନେଇ ଭାରତୀୟ ଦଳକୁ ବିଜୟ ଦିଗରେ ସହାୟକ କରିଥିଲେ ।

ଇଶାନ୍ତ ଶର୍ମା :-

ଇଶାନ୍ତ ଶର୍ମା ନିଜର 100 ତମ ଟେଷ୍ଟକୁ ଅବିସ୍ମରଣୀୟ କରିଥିଲେ । ସେ ଏହି ମ୍ୟାଚରେ ପ୍ରଥମ ଉଇକେଟ ନେଇଥିଲେ, ଇଂଲଣ୍ଡ ଓପନର ଡମ ସିବଲୀଙ୍କୁ ସେ ରୋହିତ ଶର୍ମାଙ୍କ ହାତରେ କ୍ୟାଚ କରାଇଥିଲେ ।

ୱାଶିଂଟନ ସୁନ୍ଦର/ କୂଲଦୀପ ଯାଦବ :-

ପ୍ରଥମ ଟେଷ୍ଟରେ ୱାଶିଂଟନ ସୁନ୍ଦର 27 ଓଭର ବୋଲିଂ କରିଥିଲେ । ଦ୍ବିତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ କୂଳଦୀପ ଯାଦବଙ୍କୁ ଖେଳାଯାଇଥିଲା । ପୁଣି ତୃତୀୟ ଟେଷ୍ଟରେ ୱାଶିଂଟନଙ୍କୁ ସ୍ଥାନ ମିଳିଥିଲା । ଏହାପରେ ଚତୁର୍ଥରେ କିଏ ଖେଳିବ ଦେଖିବାକୁ ବାକି ରହିଲା ।

ଉମେଶ ଯାଦବ/ ମହମ୍ମଦ ସିରାଜ :-

ଭାରତୀୟ ଦଳର ଯଶପ୍ରୀତ ବୁମରା ବ୍ୟକ୍ତିଗତ କାରଣରୁ ଶେଷ ଟେଷ୍ଟରେ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଉମେଶ ଓ ମହମ୍ମଦ ସିରାଜ କିଏ ଖେଳିବ ଏପର୍ଯ୍ୟନ୍ତ ନିର୍ଣ୍ଣୟ ନିଆଯାଇ ନାହିଁ । ଭାରତରେ ଉମେଶଙ୍କ ପ୍ରଦର୍ଶନ ବହୁତ ଭଲ ସେ 2017 ପରଠାରୁ 14 ଟେଷ୍ଟରେ 63 ଉଇକେଟ ନେଇସାରିଛନ୍ତି । ସେହିପରି ସେ ମୋଟ 48 ଟେଷ୍ଟରୁ 148 ଉଇକେଟ ନେଇସାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *