ଆୟଶା ଆ-ତ୍ମ-ହ-ତ୍ୟା ମାମଲା : ମ-ରି-ବା ପୂର୍ବରୁ ଆୟଶା ବାପାଙ୍କୁ କରିଥିଲେ ଫୋନ, କାନ୍ଦି କାନ୍ଦି କହିଥିଲେ ଏହି କଥା,ଦେଖନ୍ତୁ ଭିଡ଼ିଓ

ତିନି ଦିନ ପୂର୍ବେ ସାବରମତୀ ନଦୀରେ ଡେଇଁ ଆୟଶା ନାମକ ଜଣେ ମହିଳା ଆ-ତ୍ମ-ହ-ତ୍ୟା କରିଥିଲେ | ଆୟଶାଙ୍କ ଆ-ତ୍ମ-ହ-ତ୍ୟା ପାଇଁ ତାଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀଙ୍କୁ ଦାୟୀ କରୁଥିଲେ | ସେବେଠାରୁ ପୋ-ଲି-ସ ଆୟଶାଙ୍କ ସ୍ୱାମୀଙ୍କୁ ଖୋଜୁଥିଲା | ସେହିପରି ବର୍ତ୍ତମାନ ଗୁଜୁରାଟ ପୋଲିସକୁ ସଫଳତା ମିଳିଛି ଏବଂ ଆୟଶାଙ୍କ ସ୍ୱାମୀଙ୍କୁ ପୋ-ଲି-ସ ରାଜସ୍ଥାନରୁ ଗି-ର-ଫ କରିନେଇଛି | ଆୟଶାଙ୍କ ସ୍ୱାମୀ ଆରିଫ ରାଜସ୍ଥାନର ଯାଲୌରର ବାସିନ୍ଦା ଅଟନ୍ତି ଏବଂ ତାଙ୍କୁ ପୋ-ଲି-ସ ଏଠାରୁ ଧରିଥିଲା |

ପ୍ରକୃତରେ ଆୟଶା ଆତ୍ମହତ୍ୟା କରିବା ପୂର୍ବରୁ ଗୋଟିଏ ଗୋଟିଏ ଭିଡିଓ ମେସେଜ ରେକର୍ଡ କରିଥିଲେ | ଏହା ବ୍ୟତୀତ ଆୟଶାଙ୍କ ବାପାମାଙ୍କ ସହିତ ଯେଉଁ ଶେଷ କଥାବାର୍ତ୍ତା ହୋଇଥିଲା, ତା’ର ଅଡିଓ ମଧ୍ୟ ସାମ୍ନାକୁ ଆସିଛି | ଯେଉଁଥିରେ ଆୟଶା ନିଜ ସ୍ୱାମୀଙ୍କ ଉପରେ ଅନେକ ଅ-ଭି-ଯୋ-ଗ କରିଛନ୍ତି | ଶନିବାର ଦିନ ଆୟଶାଙ୍କ ଭିଡିଓ ମେସେଜ ଭାଇରଲ ହୋଇଥିଲା | ଏହା ପରେ ଗୁଜରାଟ ପୋଲିସ ଯାଲୌରର ଆରିଫଙ୍କ ଘରେ ପହଞ୍ଚିଥିଲା | କିନ୍ତୁ ସେହି ସମୟରେ ଆୟଶାଙ୍କ ସ୍ୱାମୀ ଆରିଫ ଘରେ ନଥିଲେ ଏବଂ ଏକ ବିବାହକୁ ଯାଇଥିଲେ | ଏହା ପରେ ମୋବାଇଲ ଲୋକେସନକୁ ଆଧାର କରି ଅ-ଭି-ଯୁ-କ୍ତ-ଙ୍କୁ ସୋମବାର ରାତିରେ ପାଲିଠାରୁ ଆ-ରେ-ଷ୍ଟ କରାଯାଇଥିଲା |

ଏହି ପୁରା ମାମଲା ଉପରେ ଆୟଶାଙ୍କ ବାପା ଲିୟାକତ ଅଲି କହିଛନ୍ତି ଯେ ମୋ ଝିଅ ଆୟଶା ବହୁତ ଖୁସି ପ୍ରକୃତିର ଥିଲା | କିନ୍ତୁ ବିବାହ ପରଠାରୁ ସେ ସମସ୍ୟାରେ ଥିବା ଭଳି ଲାଗୁଥିଲା | ଯୌ-ତୁ-କ କାରଣରୁ ତାଙ୍କ ଜୀବନ ନର୍କ ପାଲଟି ଯାଇଥିଲା | ଶାଶୁଘର ଲୋକେ ତାଙ୍କୁ ତିନି ଦିନ ପର୍ଯ୍ୟନ୍ତ ଖାଇବା ମଧ୍ୟ ଦେଇନଥିଲେ | ମୋତେ ଫୋନ କରି ତାର କଷ୍ଟ ନ ଜଣାଇବା ପାଇଁ ଆରିଫ ତାର ଫୋନ ଛଡାଇ ନେଇଥିଲେ | ଯେକୌଣସି ଉପାୟରେ ଆୟଶା ତାଙ୍କ ପଡ଼ୋଶୀଙ୍କ ମୋବାଇଲରୁ ମତେ କଲ କରିଥିଲା ଏବଂ କହିଥିଲା ଯେ ‘ବାପା ଏହି ଲୋକମାନେ ମୋତେ ଖାଇବାକୁ ମଧ୍ୟ ଦେଉ ନାହାଁନ୍ତି’ |

ଏହା ପରେ ସେ ତୁରନ୍ତ ଆୟଶାଙ୍କୁ ନିଜଘରକୁ ଆଣିଥିଲେ | ସ୍ୱାମୀ ଆରିଫ, ଶାଶୁ ଶ୍ୱଶୁର ଏବଂ ତାଙ୍କ ନଣନ୍ଦ ବିରୋଧରେ ପାରିବାରିକ ହିଂସାକୁ ନେଇ କେସ ମଧ୍ୟ କରିଥିଲେ | ଆୟଶାଙ୍କ ବାପାଙ୍କ ଅନୁଯାୟୀ ଆୟଶା ଭିଡିଓ କଲ କରି ତାଙ୍କୁ କହିଥିଲେ ଯେ ମୁଁ ତାଙ୍କ ଉପରେ ଦାଖଲ କରିଥିବା କେସକୁ ଫେରାଇ ଆଣିବି | କିନ୍ତୁ ମୁଁ ମୋ ନିଜ ଝିଅର ହ-ତ୍ୟା-କା-ରୀ-ମାନଙ୍କୁ କେବେବି କ୍ଷମା କରିପାରିବି ନାହିଁ |

ସେହିପରି ଆୟଶାଙ୍କ ଓକିଲ ଜଫର ପଠାନ ମଧ୍ୟ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି | ତାଙ୍କ କହିବାନୁସାରେ ଆରିଫ ରାଜସ୍ଥାନର ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିଲେ | ଆୟେଶାଙ୍କ ସାମ୍ନାରେ ହିଁ ଆରିଫ ଗାର୍ଲଫ୍ରେଣ୍ଡ ସହିତ ଭିଡିଓ କଲରେ କଥା ହେଉଥିଲେ | ସେ ନିଜ ପ୍ରେମିକାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ ଏବଂ ଆୟଶାଙ୍କ ବାପାଙ୍କଠାରୁ ଟଙ୍କା ମାଗୁଥିଲେ | ନିଜେ ଆରିଫ ହିଁ ଆୟଶାଙ୍କୁ କହିଥିଲେ ଯେ ସେ ଅନ୍ୟ କୌଣସି ଝିଅକୁ ଭଲ ପାଉଛନ୍ତି | ଏହା ସତ୍ତ୍ୱେ ମଧ୍ୟ ଆୟଶା ଚୁପ ରହିଥିଲେ |

ଆରିଫ ଥରେ ଆୟଶାଙ୍କୁ ଅହମ୍ମଦାବାଦକୁ ଛାଡି ଯାଇଥିଲେ | ସେହି ସମୟରେ ଆୟେଶା ଗର୍ଭବତୀ ଥିଲେ | ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି ଯେ ଆରିଫ କହିଥିଲେ ଯେ ଯଦି ତୁମେ ମୋତେ ଦେଢ଼ ଲକ୍ଷ ଟଙ୍କା ଦେଇଦେବ, ତେବେ ମୁଁ ଆୟେଶାଙ୍କୁ ମୋ ସହିତ ନେଇଯିବି | ଏପରି ଆଚରଣ ଦ୍ୱାରା ଆୟେଶା ଭାଙ୍ଗି ପଡ଼ିଥିଲେ ଏବଂ ଡିପ୍ରେସନରେ ଥିଲେ | ଏହି କାରଣରୁ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ମୃ-ତ୍ୟୁ ହୋଇ ଯାଇଥିଲା |

ଗୁଜରାଟ ବାର କାଉନ୍ସେଲିଂର ମେମ୍ବର ଗୁଲାବ ଖାନ ପଠାନ ଏହି ମାମଲା ଉପରେ କହିଛନ୍ତି ଯେ ଆୟଶାଙ୍କ କେସ ଅତ୍ୟନ୍ତ ଦୁଃଖଦାୟକ | ଆଇନ ଅନୁଯାୟୀ, ଏହି ମାମଲା ଆଇପିସିର ଧାରା ୩୦୬ ଅଧୀନରେ ଆସିଥାଏ | ଅ-ଭି-ଯୁ-କ୍ତ-ଙ୍କୁ ତ ନିଶ୍ଚିତ ଭାବରେ ଦଣ୍ଡ ଦିଆଯିବ | ଆୟେଶାଙ୍କ ଶେଷ ଭିଡିଓକୁ ତାଙ୍କର ମୃ-ତ୍ୟୁ ଘୋଷଣା ଭାବରେ ବିବେଚନା କରାଯିବ | ଏହି କେସରେ ଫାଷ୍ଟଟ୍ରାକ କେସ ଚଳାଇ ଅ-ଭି-ଯୁ-କ୍ତ-ଙ୍କୁ ଦ-ଣ୍ଡ ଦେବା ଉଚିତ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *