ଚମତ୍କାର ସ୍କିମ : ବାସ ଥରେ ଟଙ୍କା ଦିଅନ୍ତୁ, ତା’ପରେ ଜୀବନସାରା ୪ ହଜାର ଟଙ୍କା ପ୍ରତିମାସରେ ପାଆନ୍ତୁ,ଜାଣନ୍ତୁ ସେ ସ୍କିମ ବିଷୟରେ

ବୃଦ୍ଧାବସ୍ଥା ଆସିବା ମାତ୍ରେ ହିଁ ମଣିଷର କାର୍ଯ୍ୟ କରିବାର କ୍ଷମତା କମ ହୋଇଯାଇଥାଏ | ଏପରି ପରିସ୍ଥିତିରେ ନିଜର ଶେଷ ସମୟ ଗୁଡ଼ିକରେ ବଞ୍ଚିବାପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ | କିଛି ପୁରୁଣା ସରକାରୀ କର୍ମଚାରୀଙ୍କୁ ତ ପେନସନ ମଧ୍ୟ ମିଳିଥାଏ, କିନ୍ତୁ ବର୍ତ୍ତମାନ ଏହି ସିଷ୍ଟମ ମଧ୍ୟ ବନ୍ଦ ହୋଇଯାଇଛି | ତା’ପରେ ପ୍ରାଇଭେଟରେ ଜବ କରୁଥିବା ଲୋକଙ୍କୁ ମଧ୍ୟ ପେନସନ‌ ସମସ୍ୟା ରହିଥାଏ | ଏପରି ପରିସ୍ଥିତିରେ ଆପଣ LIC ର ଜୀବନ ଅକ୍ଷୟ ପ୍ଲାନ ନେଇପାରିବେ |

LIC ର ଜୀବନ ଅକ୍ଷୟ ପ୍ଲାନରେ ଆପଣଙ୍କୁ ସାରାଜୀବନ ପେନସନ ମିଳିଥାଏ | ଭାରତୀୟ ଜୀବନ ବୀମା ନିଗମ(LIC) ଦ୍ୱାରା ଜାରି କରାଯାଇଥିବା ଏହି ୱାନ ଟାଇମ ଇନଭେଷ୍ଟମେଣ୍ଟ ପ୍ଲାନରେ ଆପଣଙ୍କୁ ଥରେ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ ତା’ପରେ ଆପଣଙ୍କୁ ସାରାଜୀବନ ପେନସନ ମିଳିବ |

LIC ଜୀବନ ଅକ୍ଷୟ ପଲିସୀରେ ଯଦି ଆପଣ ଥରେ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ଲାଇଫ ଟାଇମ ମାସକୁ ୪ ହଜାର ଟଙ୍କା ଲେଖାଏଁ ମିଳିବ | ଏଥିପାଇଁ ଆପଣଙ୍କୁ ନିଜର ଜୀବନ ଅକ୍ଷୟ ପ୍ଲାନରେ ୧ ଲକ୍ଷ ଟଙ୍କାର ସିଙ୍ଗଲ ପ୍ରିମିୟମ ଦେବାକୁ ପଡିବ | ବାସ୍ତବରେ, ଏଥିରେ ଅନେକ ଦଶଟି ଅଲଗା ବିକଳ୍ପ ମଧ୍ୟ ମିଳିଥାଏ | ଏଥିରେ, ଯଦି ଆପଣ ଏନୟୁଟି ପେବଲ ଫର ଲାଇଫ ଏଟ ଏ ୟୁନିଫର୍ମ ରେଟର ବିକଳ୍ପ ବାଛିବେ, ତେବେ ଆପଣଙ୍କୁ ସାରା ଜୀବନ ମାସକୁ ଚାରି ହଜାର ଟଙ୍କା ପେନସନ ମିଳିବ |

ଏହି ପ୍ଲାନରେ ଆପଣ ବାର୍ଷିକ ଆଧାରରେ ମଧ୍ୟ ପେନସନ ନେଇପାରିବେ | ଏଥିରେ ଆପଣଙ୍କୁ ପ୍ରତିବର୍ଷ ୫୭,୬୪୦ ଟଙ୍କା ମିଳିବ | ଯଦି ଆପଣ ଏହାକୁ ଛଅ ମାସ ଆଧାରରେ ନେବାକୁ ଚାହାଁନ୍ତି, ତେବେ ୨୮,୨୬୦ ମିଳିବ ଏବଂ ତିନିମାସ ଆଧାରରେ ଟଙ୍କା ନେଲେ ୧୩,୯୮୦ ଟଙ୍କା ଆପଣଙ୍କ ଖାତାରେ ଜମା ହେବ | ଏହି ଆଧାରରେ ମାସକୁ ପେନସନ ନେଲେ ୪,୬୩୦ ଟଙ୍କା ଦିଆଯିବ |

ଜୀବନ ଅକ୍ଷୟ ପଲିସୀରେ ବିନିଯୋଗ କରିବାପାଇଁ ଆପଣଙ୍କ ବୟସ ୩୦ ରୁ ୮୫ ବର୍ଷ ହୋଇଥିବା ଆବଶ୍ୟକ | ଏହି ସ୍କିମରେ ବାର୍ଷିକ, ଅର୍ଦ୍ଧ ବାର୍ଷିକ, ତ୍ରୟମାସିକ କିମ୍ବା ପ୍ରତି ମାସରେ ପେନସନ ନେବା ବ୍ୟତୀତ ଆହୁରି ଅନେକ ଫାଇଦା ମିଳିଥାଏ | ଯେପରି ଏକ ବଡ ସୁବିଧା ହେଉଛି ଯେ ପଲିସୀ ନେବାର ମାତ୍ର ତିନିମାସ ପରେ ଆପଣ ଲୋନ ପାଇଁ ମଧ୍ୟ ଆବେଦନ କରିପାରିବେ | ଏହି ସ୍କିମ ଆପଣ ଅନଲାଇନ କିମ୍ବା ଅଫଲାଇନରେ ନେଇପାରିବେ |

ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ଏହି ସ୍କିମରେ କେତେ ଦିନ ପର୍ଯ୍ୟନ୍ତ ପେନସନ ମିଳିବ | ବାସ୍ତବରେ ଏହି ସ୍କିମ ପଲିସୀ ଧାରକଙ୍କୁ ଜୀବନ ସାରା ଟଙ୍କା ଦେବାକୁ ପ୍ରତିଶୃତି ଦେଇଥାଏ, କିନ୍ତୁ ଯଦି ପଲିସୀ ଧାରକଙ୍କ ମୃତ୍ୟୁ ହୋଇଯାଏ, ସେତେବେଳେ ଟଙ୍କା ଆସିବା ବନ୍ଦ ହୋଇଯାଏ | ଅର୍ଥାତ ଯେପର୍ଯ୍ୟନ୍ତ ପଲିସୀଧାରୀ ଜୀବିତ ରହିଥିବ, ସେପର୍ଯ୍ୟନ୍ତ ତାଙ୍କୁ ପେନସନ ମିଳୁଥିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *