୮ ତାରିଖରେ ଆରମ୍ଭ ହେବ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା, ଏନେଇ ବୋର୍ଡ ସମସ୍ତ ଜିଲ୍ଲାକୁ ପଠାଇଲେ ପ୍ରଶ୍ନପତ୍ର

ଆଦର୍ଶ ବିଦ୍ୟାଳୟରେ ପାଠପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କର ପ୍ରବେଶିକା ପରୀକ୍ଷା ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। କରୋନା ମହାମାରୀକୁ ନଜରରେ ରଖି କୋଭିଡ ଗାଇଡ ଲାଇନ ଅନୁସାରେ ଏହି ପରୀକ୍ଷା ଆରମ୍ଭ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀ ମାନେ ପରୀକ୍ଷା ହଲ ମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନପତ୍ର ଗୁଡ଼ିକୁ ଆଜି ପ୍ରାଥମିକ ପର୍ଯ୍ୟାୟରେ ଉପାନ୍ତ ତଥା ଦୁର୍ଗମ ଜିଲ୍ଲାଗୁଡ଼ିକର ଶିକ୍ଷାଧିକାରୀଙ୍କ ପାଖକୁ ପ୍ରଶ୍ନପତ୍ର ପଠାଇଛନ୍ତି ବୋର୍ଡ। କଡ଼ା ସୁରକ୍ଷା ମଧ୍ୟରେ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ କର୍ମଚାରୀ ମା-ର୍ଫତ ଜରିଆରେ ସମସ୍ତ ଜିଲ୍ଲାଗୁଡ଼ିକୁ ପଠାଇଛନ୍ତି। ବୋର୍ଡ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପହଞ୍ଚିବ।

ସୂଚନା ଅନୁସାରେ, ରାଜ୍ୟରେ ସମସ୍ତ ଜିଲରେ ଥିବା ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଅନଲାଇନରେ ଆବେଦନ ପକ୍ରୀୟା ଆରମ୍ଭ ହୋଇ ଫେବୃଆରୀ ୨୦ ତାରିଖରେ ସମାପ୍ତ ହୋଇଥିଲା। ଆଉ ପରବର୍ତ୍ତୀ ସମୟରେ ଆବେଦନ ପକ୍ରୀୟାକୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Google

ଆବେଦନର ସମାପ୍ତ ହେବାପରେ ଆଜି ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲା ୱାରି ଆବେଦନକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେ ଅନୁପାତରେ ପ୍ରଶ୍ନପତ୍ର ପଠାଇବା ଆରମ୍ଭ କରିଛନ୍ତି। ଆଦର୍ଶ ବିଦ୍ୟାଳୟରେ ଆଡମିସନ ପାଇଁ ୬ଷ୍ଠରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହିଁ କେବଳ ସୁଯୋଗ ରହିଛି। ୬ଷ୍ଠ ଶ୍ରେଣୀରେ ନାମ ଲେଖିବା ପାଇଁ ୫୨ ନମ୍ୱର ପ୍ରବେଶିକା ପରୀକ୍ଷାରେ ରଖିବାକୁ ପଡ଼ିବ। ଆଉ ସେହିପରି ୭ମ ଶ୍ରେଣୀରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖିବା ପାଇଁ ୧୦୦ ନମ୍ୱର ରଖିବାକୁ ପଡିବ। ପ୍ରବେଶିକା ପରୀକ୍ଷା ଆସନ୍ତା ୮ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ଆଉ ଏହି ପ୍ରବେଶିକା ପରୀକ୍ଷାରେ ସମୟ ସୀମା ୨ ଘଣ୍ଟା ରଖାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *