ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ଜଣେ ଛାତ୍ର ପଚାରିଲେ- ଆପଣ ଯଦି ପ୍ରଧାନମନ୍ତ୍ରୀଙ୍କ ଇଣ୍ଟରଭ୍ୟୁ ନିଅନ୍ତି,ତେବେ କଣ କଣ ପ୍ରଶ୍ନ ପଚାରିବେ, ଜାଣନ୍ତୁ କଣ ଥିଲା ରାହୁଲଙ୍କ ଜବାବ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ତାମିଲନାଡୁର କନ୍ୟାକୁମାରୀରେ ଏକ ସ୍କୁଲର ଛାତ୍ରଙ୍କ ସହିତ କଥାବାର୍ତ୍ତା ହେଲେ ଡାନ୍ସ କରିଲେ। ରାହୁଲ ଗାନ୍ଧୀ କଂଗ୍ରେସର ତାମିଲନାଡୁ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ ଓ ରାଜ୍ୟ ପାର୍ଟି ପ୍ରମୁଖ କେଏସ ଅଲଗିରି ଓ ସ୍କୁଲର ଛାତ୍ରଙ୍କ ସହିତ ଏକ ମଞ୍ଚ ଉପରେ ଡାନ୍ସ କରିଲେ। ସେ କଥାବାର୍ତ୍ତା ସମୟରେ ଜଣେ ଛାତ୍ରଙ୍କ ଅନୁରୋଧରେ ପୁସ-ଅପ ମଧ୍ୟ ମାରିଲେ।

ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଲେକି, ‘ମୁଁ ଜଣେ ରାଜନେତା ବୋଲି ଲୋକମାନେ କୁହନ୍ତି। ଏହା କେବଳ ଏକ ଲେବଲ ଯାହା ଜିନିଷକୁ ସରଳ କରିବାକୁ ଲୋକମାନେ ରଖନ୍ତି। କିନ୍ତୁ ଏହା ମୋର କାର୍ଯ୍ୟ ନୁହେଁ। ମୋର କାର୍ଯ୍ୟ ହେଉଛି ଦେଶରେ ଉପସ୍ଥିତ ଥିବା ପ୍ରତିଭା ଆବିଷ୍କାର କରିବା, ସେମାନଙ୍କର ଶକ୍ତି ଏବଂ ଦୁର୍ବଳତା ବୁଝିବା ଏବଂ ସେମାନଙ୍କର ସର୍ବାଧିକ ସମ୍ଭାବନାକୁ ଅନୁସନ୍ଧାନ କରିବାରେ ସାହାଯ୍ୟ କରିବା। ମୋର କାମ ହେଉଛି ସେମାନେ ଯାହା ଚାହାଁନ୍ତି ତାହା ଭଲ ଭାବରେ ଶୁଣିବା ଏବଂ ସେମାନଙ୍କର ଲକ୍ଷ୍ୟ ବୁଝିବା। ମୋର ଚାକିରିର ଦ୍ୱିତୀୟ ଭାଗ ହେଉଛି ମୁଁ ଯାହା ଚେଷ୍ଟା କରିବି ସେମାନେ ଯାହା ଚାହାଁନ୍ତି ତାହା ପାଇପାରିବେ। ସେହି ଆବଶ୍ୟକତା ବୁଝିବା ପାଇଁ ମୁଁ ଏଠାରେ ଅଛି।

ଯେତେବେଳେ ଏକ ଛାତ୍ର ତାଙ୍କୁ ପଚାରିଲେକି ଆପଣଙ୍କୁ ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଇଣ୍ଟରଭ୍ୟୁ କରିବାକୁ ସୁଯୋଗ ମିଳେ ତେବେ ଆପଣ କଣ ପ୍ରଶ୍ନ ପଚାରିବେ। ରାହୁଲ ଗାନ୍ଧୀ ଏହାର ଉତ୍ତରରେ କହିଲେକି,” ଏହା ଏକ କଠିନ ପ୍ରଶ୍ନ ଅଟେ। ଭାରତରେ ବିଭିନ୍ନ ବିଚାର, ଭାଷା, ସଂସ୍କୃତିର ୧.୩ ବିଲିଅନ ଲୋକ ରୁହନ୍ତି। ତେବେ ତୁମେ କାହିଁକି ଭାବୁଛ ତୁମର ସମସ୍ତ ପ୍ରଶ୍ନର ଉତ୍ତର ଅଛି?

ଏହା ପୂର୍ବରୁ ରାହୁଲ ଗାନ୍ଧୀ ତାମିଲ ସଂସ୍କୃତକୁ ଅପମାନିତ କରିବା ଓ ନଷ୍ଟ କରିବା ପ୍ରୟାସ ପାଇଁ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ(ଆରଏସଏସ) ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେକି,” ଏହି ନିର୍ବାଚନ ଏକ ସନ୍ଦେଶ ଦେବାର ଅଛି। ପ୍ରଥମଟି ହେଉଛି ଆମ ଦେଶ ବିଭିନ୍ନ ଧର୍ମ, ସଂସ୍କୃତି, ଭାଷା, ଇତିହାସର ଦେଶ ଏବଂ ଆମେ ସମସ୍ତଙ୍କୁ ସମ୍ମାନ କରୁ। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସର ତାମିଲ ସଂସ୍କୃତି, ଭାଷା ଓ ଇତିହାସର ଅପମାନ କରିବା ଓ ନଷ୍ଟ କରିବା ପ୍ରୟାସକୁ ସ୍ଵୀକାର କରିବୁ ନାହିଁ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *