୧୦ ଫୁଟ ଗଭୀର ଗାତରେ ପଡିଗଲେ ମହିଳା, ୮ ଦିନ ପର୍ଯ୍ୟନ୍ତ ବର୍ଷା ପାଣି ପିଇପିଇ ବିତାଇଲେ ଜୀବନ,ଜାଣନ୍ତୁ ପୁରା ଘଟଣା

ବ୍ରାଜିଲରେ ଜଣେ ବୃଦ୍ଧ ମହିଳା କଡା ସଂ-ଘ-ର୍ଷ ପରେ ମୃ-ତ୍ୟୁକୁ ହରାଇବାରେ ସଫଳ ହୋଇଛନ୍ତି। ଡୋନା ଗେରାଲ୍ଡା ନାମକ ଜଣେ 76ବର୍ଷୀୟ ମହିଳା ବ୍ରାଜିଲର କରବେଲୋ ସହରରେ ରୁହନ୍ତି ଓ ସେ ଗୋଟିଏ ଦିନ ଅଚାନକ ଏକ ୧୦ଫୁଟ ଗଭୀର ଗାତରେ ପଡିଯାଇଥିଲେ। ଆଠ ଦିନ ପର୍ଯ୍ୟନ୍ତ ଡୋନା ଏହି ଗାତରେ ଫସି ରହିଥିଲେ କିନ୍ତୁ ସେ ମନୋବଳ ହାରି ନଥିଲେ ଓ ଶେଷରେ ତାଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।

ଡୋନା ନି-ଖୋ-ଜ ହେବା ପରେ ତାଙ୍କର ପଡୋଶୀ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସେ ସ୍ଥାନୀୟ ଦୋକାନ, ହସ୍ପିଟାଲ ଓ କବ୍ରସ୍ଥାନରେ ମଧ୍ୟ ଖୋଜି ସାରିଥିଲେ କିନ୍ତୁ ତାଙ୍କୁ କୌଣସି ସଫଳତା ମିଳିନଥିଲା। ଏହା ପରେ ସ୍ଥାନୀୟ ଲୋକ ମିଶିକରି ଏକ ସର୍ଚ୍ଚ ପାର୍ଟି ଗଢିଥିଲେ ଓ ଲୋକମାନେ ଏକ ସାଥିରେ ମିଶି ତାଙ୍କୁ ଖୋଜିଥିଲେ।

ଡୋନାଙ୍କ ପଡୋଶୀ ରୋସାନାଙ୍କ ମୁତାବିକ, ଆମେ ଚାଲୁ ଚାଲୁ ୧୦ମିନିଟ ହୋଇଯାଇଥିଲା ଓ ମୋ ସହିତ ଥିବା ଲୋକମାନେ ମଧ୍ୟ ଡୋନାଙ୍କ ନାମ ଧରି ଡାକୁଥିଲେ ଓ ଭାଗ୍ୟବଶତଃ ଡୋନା ମଧ୍ୟ ଶବ୍ଦ ଶୁଣି ଉତ୍ତର ଦେଇଥିଲେ। ଡୋନାଙ୍କୁ ମଧୁମେହ ରୋଗ ଅଛି ଓ ତାଙ୍କୁ ପ୍ରତ୍ଯେକ ଦିନ ଇନସୁଲିନ ସଟ୍ସ ଲାଗିଥାଏ। ଡୋନାଙ୍କ ସ୍ଥିତି ବହୁତ ଗମ୍ଭୀର ହୋଇଯାଇଥିଲା।

ଏହି ରେସ୍କ୍ଯୁ ଦଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହିଲେ- ସେ ଠିକ ଭାବରେ କଥା ହୋଇପାରୁଛନ୍ତି କିନ୍ତୁ ସେ ଜାଣିପାରୁନାହାନ୍ତି ସେ ସେଠାରେ କିପରି ପହଞ୍ଚିଲେ। ମୁଁ ଯେତେବେଳେ ତାଙ୍କୁ ପଚାରିଲି ଆପଣଙ୍କର ଜୀବନ କିପରି ବଞ୍ଚିଲା ସେତେବେଳେ ମହିଳା ଜଣକ କହିଲେକି ମୁଁ କେବଳ ବର୍ଷାର ପାଣି ପିଇ ଜୀବନ ବିତାଇଛି। ମୋ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା।

ଡୋନାଙ୍କୁ ଫାୟାର ଫାଇଟର୍ସ ସୁରକ୍ଷିତ ଭାବରେ ବାହାର କରିଲେ ଓ ମେଡିକାଲ ଚେକଅପ ପାଇଁ ସ୍ଥାନୀୟ ହସ୍ପିଟାଲକୁ ନେଇଗଲେ। ଡାକ୍ତର ଏହି କଥାରେ ଆଶ୍ଚର୍ଯ୍ୟ ଅଛିନ୍ତିକି, ସେ କୌଣସି ପ୍ରକାର ଫ୍ରେକ୍ଚର ହୋଇନାହାନ୍ତି, ସେ କୌଣସି ପ୍ରକାର ଆଘାତ ହୋଇନାହାନ୍ତି। ଡୋନା ୮ଦିନ କେବଳ ବର୍ଷା ପାଣି ପିଇ ଏହି ସମସ୍ଯାକୁ ସାମ୍ନା କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *