ପେଟ୍ରୋଲ,ଡିଜେଲ ଦାମ ବଢିଲା ପରେ ଏବେ ବଢ଼ିଲା ସିଏନଜିର ଦାମ

ପେଟ୍ରୋଲ ଓ ଡିଜେଲ ଦର ପରେ ସିଏନଜି ଓ ପିଏନଜି ମୂଲ୍ୟରେ ବୃଦ୍ଧି ଘଟିଛି। ସିଏନଜି କିଲୋ ପ୍ରତି ୭୦ ପଇସା ବଢିବା ସମୟରେ ଘରୋଇ ପିଏନଜି କିଲୋ ପ୍ରତି ୯୧ ପଇସା ବୃଦ୍ଧି ପାଇଛି। ଗେଲ ଇଣ୍ଡିଆ, ବିପିସିଏଲ୍ ଏବଂ ଦିଲ୍ଲୀ ସରକାର କରୋନା ସଂକ୍ରମଣରେ ପଡ଼ିଥିବା ବିପଦକୁ ନଜରରେ ରଖି ଦରବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ଠାରୁ ଏହି ଦର ଲାଗୁ କରାଯାଇଛି।

ରାଜଧାନୀ ଦିଲ୍ଲୀରେ ସିଏନଜି କିଲୋ ପ୍ରତି ୪୩ ଟଙ୍କା ୪୦ ପଇସା ବୃଦ୍ଧି ପାଇଛି। ଗ୍ରେଟର ନୋଏଡା ଓ ଗାଜିଆବାଦରେ ସିଏନଜି କିଲୋ ପ୍ରତି ୪୯ ଟଙ୍କା ୮ ପଇସା ବୃଦ୍ଧି ପାଇଛି। ହମିରପୁର,ଫତେପୁର ଓ କାନପୁରରେ ସିଏନଜି କିଲୋ ପ୍ରତି ୬୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି,ମୁଜଫରନଗରରେ ସିଏନଜି କିଲୋ ପ୍ରତି ୫୭ ଟଙ୍କା ୨୫ ପଇସା ବୃଦ୍ଧି ପାଇଛି ଓ ହରିୟାଣାର ରୱାଡିରେ ସିଏନଜି କିଲୋ ପ୍ରତି ୫୪ ଟଙ୍କା ୧୦ ପଇସା ବୃଦ୍ଧି ପାଇଛି।

Google

ସିଏନଜି ଦର ବୃଦ୍ଧି ପାଇବା ପରେ ଅଟୋ ଓ ଟ୍ୟାକ୍ସିର ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ଅଟୋରେ କିଲୋମିଟର ପ୍ରତି ୨ ପଇସା ବଢ଼ିଥିବା ସମୟରେ ଟ୍ୟାକ୍ସିରେ କିଲୋମିଟର ପ୍ରତି ୪ ପଇସା ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *