ମେ ମାସ ପର୍ଯ୍ୟନ୍ତ ଦେଶରେ ହେବ ଅସହ୍ୟ ଗରମ

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି କି ନାହିଁ ଆରମ୍ଭ ହେଲାଣି ଅସହ୍ୟ ଗରମ। ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି। କିନ୍ତୁ, ଦେଶରେ ଆଗକୁ ଆହୁରି ଅସହ୍ୟ ତାତି ବଢିବ। ଗରମରେ ସିଝିବ ସାରା ରାଜ୍ୟ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଦେଶରେ ଭୀଷଣ ଗରମ ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ଏହିଥର ଭୀଷଣ ମାତ୍ରାରେ ଖରା ହେବ। ଦେଶରେ ଉତ୍ତର,ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମରେ ତାପମାତ୍ରା ଅଧିକ ରହିବ। ଦକ୍ଷିଣ ଏବଂ ମଧ୍ୟ ଭାରତର ତାପମାତ୍ରା କମ ରହିବ ବୋଲି ଆଇଏମଡି ଜାରି କରିଥିବା ରିପୋର୍ଟରେ ସୂଚନା ଦିଆଯାଇଛି

ଓଡ଼ିଶା,ଛତିଶଗଡ,ଉପକୂଳ,ମହାରାଷ୍ଟ୍ର,ଗୋଆ,ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ସାଧାରଣ ଗ୍ରୀଷ୍ମ ଅପେକ୍ଷା ତାପମାତ୍ରା ଅଧିକ ରହିବ। ଉତ୍ତରଭାରତର ଚଣ୍ଡିଗଡ଼,ଦିଲ୍ଲୀ,ପଞ୍ଜାବ, ହରିୟାଣା,ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସହିତ ପୂର୍ବ ମଧ୍ୟପ୍ରଦେଶ,ଝାଡ଼ଖଣ୍ଡ,ଛତିଶଗଡ଼,ବିହାର ଏବଂ ଓଡ଼ିଶାରେ ପ୍ରବଳ ଖରା ହେବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ। ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ ତାପମାତ୍ରା ଯେତିକି ରହିବା କଥା ଏ ବର୍ଷ ତାପମାତ୍ରା ଅଧିକ ରହିବ। ଆଉ କିଛି ସ୍ଥାନରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ନିର୍ଦ୍ଦେଶକ ମୃ-ତ୍ୟୁଞ୍ଜୟ ମହାପାତ୍ର।

Google

କିନ୍ତୁ, ଦକ୍ଷିଣ ଭାରତରେ ତାପମାତ୍ରା କମ ରହିବ। ଆଉ ଏହି ସମୟରେ ଲା ନିନୋ ଭଳି ପରିସ୍ଥିତି ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଛନ୍ତି। ସେହିପରି ଭାବରେ ଆଗକୁ ଏଲ ନିନୋ ସୃଷ୍ଠି ହେବା ପାଇଁ ଭାରତୀୟ ଉପମହାଦେଶର ଜଳବାୟୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି, ଆଇଏମଡି ମହାନିର୍ଦ୍ଦେଶକ ମୃ-ତ୍ୟୁଞ୍ଜୟ ମହାପାତ୍ର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *