“ସିନ୍ଧୁ ନେତ୍ର” ଉପଗ୍ରହର ସଫଳ ପ୍ରତିକ୍ଷେପଣ ଯୋଗୁ ଏବେ ମହାକାଶରୁ ଚୀନ ଓ ପାକିସ୍ତାନର ଗତିବିଧିକୁ କ-ଡା ନ-ଜ-ରରେ ରଖିବ ଭାରତ,ଜାଣନ୍ତୁ ପୁରା ଖବର

ଭାରତ ଏବେ ପାକିସ୍ତାନ ଓ ଚୀନର ମନ୍ଦ ଗତିବିଧିକୁ କ-ଡାକ-ଡି ନ-ଜର ରଖିବାରେ ସକ୍ଷମ ହୋଇଛି। “ସିନ୍ଧୁ ନେତ୍ର” ଉପଗ୍ରହର ସଫଳ ପ୍ରତିକ୍ଷେପଣ ଦ୍ଵାରା ଲଦାଖର ପାହାଡିଆ ଅଞ୍ଚଳରୁ ଆରମ୍ଭ କରି ହିନ୍ଦୁ ମହାସାଗର ଅଞ୍ଚଳ(ଆଇଓଆର) ପର୍ଯ୍ୟନ୍ତ ଚୀନ ଓ ପାକିସ୍ତାନର ସମସ୍ତ ଛୋଟବଡ ଗତି-ବିଧି ଉପରେ କ-ଡାକ-ଡି ଭାବରେ ନ-ଜର ରଖିବ ଭାରତ। ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ରବିବାର ଦିନ “ସିନ୍ଧୁ ନେତ୍ର” ଓ ବ୍ରାଜିଲର ଆମାଜୋନିଆ-୧ ସହିତ ୧୯ ଉପଗ୍ରହରେ ପ୍ରତିଖେପଣ କରିବାରେ ସକ୍ଷମ ହୋଇଛି।

ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ(ଏନଏସଆଇଏଲ) ଦ୍ଵାରା ପ୍ରଥମ ବ୍ୟବସାୟିକ ପ୍ରତିକ୍ଷେପଣ ଅଟେ। ପ୍ରଥମ ବ୍ୟବସାୟିକ ପ୍ରତିଖେପଣକୁ ଦେଖିବା ପାଇଁ ୨୦୧୯ ମସିହାରେ ଏହି ଏନଏସଆଇଏଲ ସଂଗଠନ ପ୍ରସ୍ତୁତ କରାଯାଇଥିଲା। ବିକାଶ ସଙ୍ଗଠନ(ଡିଆରଡିଓ) ଓ ର-କ୍ଷା ଅ-ନୁସନ୍ଧା-ନର ବୈଜ୍ଞାନିକମାନେ “ସିନ୍ଧୁ ନେତ୍ର” କୁ ବିକଶିତ କରିଛନ୍ତି। ଏହି ଉପଗ୍ରହ ମାଧ୍ୟମରେ ହିନ୍ଦୁ ମହାସାଗର ଅଞ୍ଚଳରେ ଯାଉଥିବା ଯୁ-ଦ୍ଧ ଜାହାଜ ଓ ବ୍ୟବସାୟୀକ ଜାହାଜକୁ ଚିହ୍ନଟ କରିବ। ଏହା ସହିତ ଏହି ଉପଗ୍ରହ ଦ୍ଵାରା ଦକ୍ଷିଣ ଚୀନ ସାଗର,ଗଲ୍ଫ ଅଫ ଅଦନ ଏବଂ ଆଫ୍ରିକୀୟ ବେଳାଭୂମି ମାନଙ୍କରେ ମଧ୍ୟ କଡା ନ-ଜର ରଖିବ।

Google

ଇସ୍ରୋର ଏହି ପ୍ରଚେଷ୍ଟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଉପ ରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ଭାବରେ ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆମାଜୋନିଆ-୧ର ପ୍ରତିକ୍ଷେପଣକୁ “ଐତିହାସିକ କ୍ଷଣ” ବୋଲି ବିବେଚନା କରିଛନ୍ତି। ଶ୍ରୀହରିକୋଟାରେ ଥିବା ବ୍ରାଜିଲର ବିଜ୍ଞାନ ଏବଂ ଟେକ୍ନୋଲଜି ମନ୍ତ୍ରୀ ମାର୍କୋସ ପୋଣ୍ଟିସଙ୍କ ସୂଚନା ଅନୁଯାୟୀ, ଭାରତ ଏବଂ ବ୍ରାଜିଲର ଭାଗୀଦାରିତା ଉପରେ ପ୍ରଥମ ପଦକ୍ଷେପ, ଯାହାକି ଆଗକୁ ଯାଇ ମଜଭୁତର ରୂପ ନେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *