ଭାରତ ବନାମ ଇଂଲଣ୍ଡ : ମ୍ୟାଚ ଚାଲିଥିବା ସମୟରେ ଋଷଭ ପନ୍ତ ଅମ୍ପାୟାରଙ୍କ ସହ କଲେ ଏମିତି ମଜାକ । କହିଲେ “ମୋ ପଇସା ଦିଅ” ରାହାଣେ ହସି ହସି…,ଦେଖନ୍ତୁ ଭିଡ଼ିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଅହମ୍ମଦାବାଦରେ ଖେଳାଯାଇଥିଲା । ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ବଳରେ ଭାରତୀୟ ଦଳ 10 ଉଇକେଟରେ ବିଜୟ ହାସଲ କରିଥିଲା । ଦ୍ଵିତୀୟ ଟେଷ୍ଟ ପରେ ତୃତୀୟ ଟେଷ୍ଟରେ ମଧ୍ୟ ଋଷଭ ପନ୍ତ ଫ୍ୟାନ୍ସ ମାନଙ୍କୁ ଏଣ୍ଟରଟେନିଙ୍ଗ କରାଇଛନ୍ତି । ତାଙ୍କ ଉଇକେଟ କିପିଂ ସହିତ ବ୍ୟାଟିଂର ମଧ୍ୟ ପ୍ରଶଂସା ହେଉଛି । ଏହିଥର ଆଉଏକ ଭିଡ଼ିଓ ତାଙ୍କର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସେ ଅମ୍ପାୟାର ଅନୀଲ ଚୌଧୁରୀଙ୍କ ସହ ମଜା କରୁଥିବାର ଦେଖାଯାଇଛି ।

ଏହି ଭିଡ଼ିଓରେ ମ୍ୟାଚ ସମୟରେ ଷ୍ଟମ୍ପସ ର ବେଲ ପଡିଯାଇଥିଲା ଓ ଅମ୍ପାୟାର ଏହାକୁ ଋଷଭ ପନ୍ତଙ୍କୁ ଠିକ କରିବାପାଇଁ କହିଥିଲେ ଓ ଋଷଭ ପନ୍ତ ଠିକ କରିବାପରେ ଅମ୍ପାୟାର ତାଙ୍କୁ ଥମ୍ବସ ଅପ ଦେଖାଇଥିଲେ । ଋଷଭ ପନ୍ତ ନିଜର ମଜାଳିଆ ସ୍ୱରରେ କହିଥିଲେ, ‘ମୋ ପଇସା ଦିଅ’ । ଏଥିରେ ସ୍ଲିପରେ ଛିଡା ହୋଇଥିବା ଆଜିଙ୍କ୍ୟ ରାହାଣେ ହସିଥିଲେ ।

ମ୍ୟାଚ ଆରମ୍ଭରୁ ଶେଷ ଯାଏ ଭାରତୀୟ ଦଳ ଇଂଲଣ୍ଡ ଉପରେ ଭାରି ପଡିଥିଲା । ପ୍ରଥମେ ଇଂଲଣ୍ଡକୁ ଅଲଆଉଟ କରିବାପରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ 33 ରନ ଆଗରେ ରହିଥିଲା । ଏହାପରେ ଇଂଲଣ୍ଡର ଦ୍ଵିତୀୟ ପାଳିରେ ମଧ୍ୟ ଅଶ୍ୱିନ ଓ ଅକ୍ଷର ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସମୟ କ୍ରିଜରେ ଛିଡ଼ା ହେବାକୁ ଦେଇନଥିଲେ ।

ଭାରତୀୟ ଦଳ ସାମ୍ନାରେ ଜିତିବାକୁ ମାତ୍ର 49 ରନର ଲକ୍ଷ୍ୟ ଥିଲା ଯାହାକୁ ଭାରତୀୟ ଦଳ ବିନା ଉଇକେଟରେ ଜିତିନେଇଥିଲା । ଏହି ବିଜୟ ସହିତ ଭାରତୀୟ ଦଳ 2-1 ରେ ସିରିଜରେ ଆଗୁଆ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *