ଏଠାରେ ଗୋଟିଏ କପ ଚାହାର ଦାମ ହଜାରେ ଟଙ୍କା,ଜାଣନ୍ତୁ କଣ ପାଇଁ !

ବହୁତ ଲୋକଙ୍କ ପାଇଁ ଚା’ ସେମାନଙ୍କ ଜୀବନ ହୋଇଥାଏ | କିନ୍ତୁ କ’ଣ କେହି ଏକ କପ ଚା ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରିପାରେ ? ବାସ୍ତବରେ କୋଲକାତାର ମୁକୁନ୍ଦପୁରରେ ଏପରି ଏକ ହୋଟେଲ ଅଛି, ଯେଉଁଠାରେ ସବୁଠାରୁ ମହଙ୍ଗା ଚା ମିଳିଥାଏ | ଏହି ଛୋଟ ଦୋକାନରେ ୧୦୦ ପ୍ରକାରର ଚା ମିଳିଥାଏ | କିଛି ରିପୋର୍ଟସ ଅନୁଯାୟୀ ଦେଖିବାକୁ ଗଲେ ଏକ କପ ଚା ୧୨ ଟଙ୍କାରୁ ନେଇ ୧୦୦୦ ଟଙ୍କାରେ ମଧ୍ୟ ମିଳିଥାଏ | ସବୁଠାରୁ ମହଙ୍ଗା ଚା’ର ନାମ Bo – Lay ଅଟେ, ଯାହାର ୧ କିଲୋଗ୍ରାମ ପତି ୩ ଲକ୍ଷ ଟଙ୍କାରେ ଆସିଥାଏ |

ଏଥର ଚା’ ବହୁତ ସ୍ୱାଦିଷ୍ଟ :-

ଏହା ବ୍ୟତୀତ ଏହି ଦୋକାନରେ ଲାଭେଣ୍ଡର ଟି, ଓକେଟି ଟି, ବାଇନ ଟି, ତୁଳସୀ ଜିଞ୍ଜର ଟି, ହାଇବିସ୍କସ ଟି, ଟିସ୍ତା ଭ୍ୟାଲି ଟି, ମକଇବାରୀ ଟି, ରୁଭିଏସ ଟି, ସିଲଭର ନୀଡ଼ଲ ହ୍ୱାଇଟ ଟି ଏବଂ ବ୍ଲୁ ଟିଶୟନ ଟି ଭଳି ଅନେକ ସ୍ୱାଦ ସାମିଲ ରହିଛି |

୨୦୧୪ ମସିହାରେ ଖୋଲିଥିଲା ଏହି ଦୋକାନ :-

ଏହି ଦୋକାନର ମାଲିକ ପାର୍ଥ ପ୍ରାତିମ ଗାଙ୍ଗୁଲି ଅଟନ୍ତି | ଆରମ୍ଭରେ ସେ ଚାକିରୀ କରୁଥିଲେ ଏବଂ ଏହି ଫିଲଡରେ ଆଗକୁ ବଢିବାକୁ ଚାହୁଁଥିଲେ | କିନ୍ତୁ ପରେ ସେ ଚାକିରୀ ଛାଡିଦେଲେ ଏବଂ ଏକ ଚା ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ | ୨୦୧୪ ମସିହାରେ ସେ Nirjash ନାମରେ ନିଜର ଛୋଟ ଟି ଷ୍ଟଲ ଖୋଲିଲେ, ଯାହା ବର୍ତ୍ତମାନ ବହୁତ ପପୁଲାର ହୋଇସାରିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *