ଭାରତ ବନାମ ଇଂଲଣ୍ଡ : ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ବ୍ରାଡ ହଗଙ୍କ ମନ୍ତ୍ର,ଅଶ୍ବିନଙ୍କୁ ଦିନିକିଆ ଦଳରେ ସାମିଲ କର

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପରେ ଦୁଇ ଦେଶ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ ମ୍ୟାଚ। ଟି-୨୦ ସିରିଜ ମ୍ୟାଚ ପୂର୍ବରୁ ଇଣ୍ଡିଆ ଦଳର ବୋଲର ରବିଚନ୍ଦ୍ରନ ଅଶ୍ବିନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରବିଚନ୍ଦ୍ରନ ଅଶ୍ବିନ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ନିଜର ଭଲ ପ୍ରଦର୍ଶନ ଦେଖାଇ ଟିମକୁ ବିଜୟ କରିବାରେ ବେଶ୍ ଭୂମିକା ଲାଭ କରିଛନ୍ତି। କିନ୍ତୁ, ଦୀର୍ଘ ସମୟ ଧରି ଇଣ୍ଡିଆ ଦଳର ଷ୍ଟାର ବୋଲର ଅଶ୍ୱିନ କ୍ରିକେଟରୁ ବାଦ ପଡିଛନ୍ତି। ୨୦୧୭ ମସିହା ପରଠାରୁ ଅଶ୍ୱିନ ଟିମ ଇଣ୍ଡିଆ ପାଇଁ ଗୋଟିଏ ହେଲେ ଟି-୨୦ ମ୍ୟାଚ ଖେଳିନାହାନ୍ତି। ଅଷ୍ଟ୍ରେଲିଆ ଦଳର ପୂର୍ବତନ ଖେଳାଳୀ ବ୍ରେଡ ହଗ ଭାରତର ଦିନିକିଆ ଟି-୨୦ ମ୍ୟାଚରେ ସାମିଲ କରିବା ପାଇଁ ଅପିଲ କରିଛନ୍ତି। ବ୍ରେଡ ହଗଙ୍କ କହିବା ଅନୁସାରେ, ଟିମ୍‌ ଇଣ୍ଡିଆର ସିନିୟର ଅଫ ସ୍ପିନର ଅଶ୍ୱିନ ଓ୍ବିକେଟ ନେବାରେ ମାହିର ଅଛନ୍ତି। ସେ ଟି-୨୦ ମ୍ୟାଚରେ ବୋଲିଂ ସହ ବ୍ୟାଟିଂର ଭାର ମଧ୍ୟ ସମ୍ଭାଳି ପାରିବେ।

Google

ଏହି ସମ୍ପର୍କରେ ବ୍ରେଡ ହଗ ଟୁଇଟରରେ ପୋଷ୍ଟ କରିଥିଲେ। ଆଉ ଜଣେ କ୍ରିକେଟ ପ୍ରେମୀ ଏହି ପୋଷ୍ଟରେ ବ୍ରେଡ ହଗଙ୍କୁ ପଚାରିଥିଲେ ଯେ, ଅଶ୍ବିନ ଦିନିକିଆ କ୍ରିକେଟ ମ୍ୟାଚରେ ଫେରିପରିବେ କି? ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଲରାଉଣ୍ଡର ବ୍ରେଡ ହଗ ଉତ୍ତରରେ କହିଛନ୍ତି, ଦିନିକିଆ ମ୍ୟାଚରେ ଅଶ୍ବିନଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିବା ନିହାତି ଦରକାର। ଯାହାଦ୍ବାରା ଟିମ ଇଣ୍ଡିଆର ବୋଲିଂ ସୁଦୃଢ଼ ହେବା ସହିତ ବ୍ୟାଟିଂ ଲାଇନ ମଧ୍ୟ ଆହୁରି ଷ୍ଟ୍ରଙ୍ଗ ହେବ। ଅଶ୍ୱିନଙ୍କୁ ଦଳରେ ସାମିଲ କରିବା ପାଇଁ ଅପିଲ କରିଛନ୍ତି ବ୍ରେଡ ହଗ।

ଅଶ୍ୱିନ ଏ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପାଇଁ ୭୬ଟି ଟେଷ୍ଟ ମ୍ୟାଚ ଖେଳିଥିବା ସମୟରେ ୧୧୧ଟି ଦିନିକିଆ ଏବଂ ୪୬ଟି ଟି-୨୦ ମ୍ୟାଚ ଖେଳି ସାରିଛନ୍ତି। ଅଶ୍ୱିନ ୪ର୍ଥ ଭାରତୀୟ ଭାବରେ ଟେଷ୍ଟ ସିରିଜରେ ୪୦୦ ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *