ଜିଓର ୫ଟି ନୂଆ ପ୍ଳାନ, ୨୨ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ବୈଧତା, ୨ GB ପର୍ଯ୍ୟନ୍ତ ମିଳିବ ଡାଟା,ଜାଣନ୍ତୁ ସମସ୍ତ ପ୍ଲାନ ବିଷୟରେ

ରିଲାଏନ୍ସ ଜିଓ, ଜିଓଫୋନ ୟୁଜର୍ସଙ୍କ ପାଇଁ ଏକ୍ସକ୍ଲୁସିଭ ରୂପରେ ୫ଟି ନୂଆ ଡାଟା ପ୍ଳାନ୍ସ ସାମିଲ କରାଯାଇଛି। ଏହି ନୂଆ ପ୍ଳାନର ମୂଲ୍ୟ ୨୨ଟଙ୍କାରୁ ନେଇ ୧୫୧ଟଙ୍କା ପର୍ଯ୍ଯନ୍ତ ରହିବ। ଗ୍ରାହକଙ୍କୁ ଏଥିରେ ୨ଜୀବି ପର୍ଯ୍ଯନ୍ତ ଡାଟା ମିଳିବ। ଏହି ସମସ୍ତ ପ୍ଳାନ୍ସ ୨୮ଦିନର ବୈଧତା ସହିତ ଆସିବ।

ଜିଓଫୋନ ୟୁଜର୍ସଙ୍କ ପାଇଁ ଅଣାଯାଇଥିବା ଏହି ନୂଆ ପ୍ଳାନ ଦେଶସାରା ଲାଇଭ କରାଯାଇଛି ଓ ୟୁଜର୍ସ ଏହାକୁ କିଣିପାରିବେ। ଏହି ପ୍ଳାନ୍ସର ମୂଲ୍ୟ ୨୨ଟଙ୍କା, ୫୨ ଟଙ୍କା, ୭୨ ଟଙ୍କା, ୧୦୨ ଟଙ୍କା ଓ ୧୫୨ଟଙ୍କା ରଖାଯାଇଛି।

୨୨ଟଙ୍କା ଭଳି ଜିଓଫୋନ ପ୍ଳାନରେ ଗ୍ରାହକଙ୍କୁ ୨ଜୀବି ୪ଜି ଡାଟା ମିଳିବ। ଏହି ପ୍ଳାନ ୨୮ଦିନର ବୈଧତା ସହିତ ଆସିବ। ଏହା ସହିତ ଗ୍ରାହକଙ୍କୁ ଏହି ପ୍ଳାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ଯୁରିଟି ଓ ଜିଓ ନ୍ଯୁଜ ପରି ଏପ୍ସକୁ ଫ୍ରି ଏକ୍ସେସ କରିପାରିବେ।

ଏହା ପରେ ବର୍ତ୍ତମାନ ୫୨ଟଙ୍କା ପ୍ଳାନ ବିଷୟରେ କଥାବାର୍ତ୍ତା ହେବୁ, ଏଥିରେ ୨୮ଦିନର ବୈଧତା ସହିତ ୬ଜୀବି ଡାଟା ମିଳିବ। ଏହି ଡାଟାର ସମୟ ସୀମା ପରେ ଇଣ୍ଟରନେଟ ସ୍ପିଡ ୬୪କେବିପିଏସ ହୋଇଯିବ। ଏହି ସ୍ପିଡରେ ହ୍ଵାଟସଆପ ମେସେଜ ପଠାଇ ପାରିବେ ଓ ରିସିଭ କରିପାରିବେ।

ଏହି ପ୍ରକାର ଜିଓ ଫୋନ ୟୁଜର୍ସଙ୍କ ପାଇଁ ୭୨ଟଙ୍କା ପ୍ଳାନ ଅଟେ। ଏଥିରେ ଗ୍ରାହକଙ୍କୁ ୨୮ଦିନର ବୈଧତା ସହିତ ପ୍ରତ୍ଯେକ ଦିନ ୦.୫ଜୀବି ଡାଟା ଅଫର କରାଯିବ, ଏଥିରେ ସମୁଦାୟ ୧୪ଜୀବି ଡାଟା ଗ୍ରାହକଙ୍କୁ ମିଳିବ।

ଜିଓଫୋନର ନୂଆ ୧୦୨ଟଙ୍କା ପ୍ଳାନରେ ଗ୍ରାହକଙ୍କୁ ୨୮ଦିନର ବୈଧତା ସହିତ ପ୍ରତ୍ଯେକ ଦିନ ୧ଜୀବି ଡାଟା ମିଳିବ। ଏହି ପ୍ରକାର ସମୁଦାୟ ୨୮ଜୀବି ଡାଟା ଗ୍ରାହକଙ୍କୁ ମିଳିବ।

ଶେଷରେ ୧୫୨ ଟଙ୍କା ଜିଓଫୋନ ଡାଟା ପ୍ଳାନରେ ୨୮ଦିନର ବୈଧତା ମିଳିବ ଓ ଏହି ସମୟରେ ଏହି ପ୍ଳାନରେ ଗ୍ରାହକଙ୍କୁ ପ୍ରତ୍ଯେକ ଦିନ ୨ଜୀବି ଲେଖାଏଁ ଡାଟା ମିଳିବ। ଅର୍ଥାତ ସମୁଦାୟ ୫୬ଜୀବି ଡାଟାର ଲାଭ ଗ୍ରାହକ ଏଥିରେ ଉଠାଇପାରିବେ। ଏହି ସମସ୍ତ ପ୍ଳାନକୁ ଗ୍ରାହକ ଜିଓ ଏପ୍ସରେ ଏକ୍ସେସ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *