ଏହା ହେଉଛି ଜିଓର ସବୁଠୁ ଧମାକାଦାର ପ୍ଳାନ, ଥରେ ଖର୍ଚ୍ଚ କରନ୍ତୁ ୭୪୯ ଟଙ୍କା ଆଉ ମଜା ନିଅନ୍ତୁ ବର୍ଷେ ପର୍ଯ୍ୟନ୍ତ

ରିଲାଏନ୍ସ ଜିଓ ସବୁବେଳେ ନିଜର କୋଟି କୋଟି ଗ୍ରାହକଙ୍କୁ ଏକରୁ ଏକ ବଡ ବଡ ପ୍ଳାନ୍ସର ଅଫର ଦେଇଥାଏ। ଜିଓ ପୁଣିଥରେ ନିଜର ସମସ୍ତ ୟୁଜର୍ସ ପାଇଁ ଏକ ନୂଆ ପ୍ଳାନ ଲଞ୍ଚ କରୁଅଛି। ଯାହାକି ଗ୍ରାହକଙ୍କ ପାଇଁ ବହୁତ ଲାଭଦାୟକ ହେବ। ଜିଓ ବର୍ତ୍ତମାନ ଦ ନିୟୁ ଜିଓଫୋନ ୨୦୨୧ ଅଫର ନେଇ ଆସିଛି, ଯେଉଁଥିରେ ଜିଓ ଫୋନ ୟୁଜର୍ସଙ୍କୁ ଅନେକ ପ୍ରକାର ଲାଭ ମିଳିବ।

ଜିଓ ଏକ ରିଲିଜ ପଠାଇ ନିଜର ନୂଆ ପ୍ଳାନ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଛି। କମ୍ପାନୀ କହିଲାକି, ଏହି ନୂଆ ଅଫରର ଆରମ୍ଭ ସାରା ଦେଶରେ ମାର୍ଚ୍ଚ ୧ରୁ ହେବ। ଏହି ଅଫର ସାରାଦେଶରେ ରିଲାଏନ୍ସ ରିଟେଲ ଓ ଜିଓ ରିଟେଲରଙ୍କ ପାଖରେ ଉପଲବ୍ଧ ରହିବ। ତେବେ ଆସନ୍ତୁ ଆପଣଙ୍କୁ ଏହି ଅଫର ବିଷୟରେ ବିସ୍ତାର ଭାବରେ ସୂଚନା ପ୍ରଦାନ କରିବା।

ଜିଓଫୋନ ୨୦୨୧ ଅଫର ଅନ୍ତର୍ଗତ ନୂଆ ୟୁଜର୍ସ ୧,୯୯୯ ଟଙ୍କାର ମୂଲ୍ୟ ଦେବା ପରେ, ଆପଣ ଜିଓଫୋନ ଡିଭାଇସ ସହିତ ୨ବର୍ଷ ପାଇଁ ଅସୀମିତ ସେବା ଉପଭୋଗ କରିପାରିବେ। ଏହି ଅଫରରେ, ଜିଓ ଫୋନ ବ୍ୟବହାରକାରୀମାନେ ଅସୀମିତ ଭଏସ କଲ, ଅସୀମିତ ଡାଟା (ପ୍ରତି ମାସରେ ୨ଜିବି ହାଇ ସ୍ପିଡ୍ ଡାଟା) ପାଇବେ। ଯଦି ଆପଣ ଏହି ଅଫର ଥରେ ନେଉଛନ୍ତି ତେବେ, ଆପଣଙ୍କୁ ୨ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର ରିଚାର୍ଜ ଆବଶ୍ୟକ ହେବ ନାହିଁ।

ଏହା ସହିତ ଏହି ଅଫରରେ ଅନ୍ୟ ଅଫର ବିଷୟରେ ଦେଖିଲେ ୧୪୯୯ଟଙ୍କାରେ ଜିଓ ଫୋନ ୟୁଜର୍ସଙ୍କୁ ଜିଓଫୋନ ଡିଭାଇସ ଓ ୧୨ମାସ ପାଇଁ ଅସୀମିତ ସର୍ଭିସ ମିଳିବ। ଏଥିରେ ଅସୀମିତ ଭଏସ କଲ, ଅସୀମିତ ଡାଟା(ପ୍ରତ୍ଯେକ ମାସ ୨ଜୀବି ହାଇ ସ୍ପିଡ ଡାଟା) ଦିଆଯିବ। ଏହି ଅଫର ଅନ୍ତର୍ଗତ ଆପଣଙ୍କୁ ବର୍ଷକ ପର୍ଯ୍ୟନ୍ତ ଅନ୍ୟ କୌଣସି ରିଚାର୍ଜର ଆବଶ୍ୟକତା ନାହିଁ।

ଏହି ଦୁଇଟି ଅଫର ସହିତ, ଜିଓ ଦ୍ୱାରା ଏକ ୭୪୯ଟଙ୍କା ଅଫର ମଧ୍ୟ ଏହାର କୋଟି କୋଟି ଗ୍ରାହକଙ୍କ ପାଇଁ ପ୍ରଦାନ କରାଯାଇଛି। କେବଳ ଜିଓର ଗ୍ରାହକମାନେ ଏହି ଅଫରର ଲାଭ ଉଠାଇବାକୁ ସମର୍ଥ ହେବେ। ଏହା ଅଧୀନରେ, ଆପଣ ୧ ବର୍ଷ ଅର୍ଥାତ୍ ୧୨ମାସ ପାଇଁ ଅସୀମିତ ସେବା ପାଇବେ। ଏଥିରେ, ଆପଣ ଅସୀମିତ ଭଏସ କଲ, ଅସୀମିତ ଡାଟା (ପ୍ରତି ମାସରେ ୨ଜିବି ହାଇ ସ୍ପିଡ ଡାଟା) ର ଲାଭ ପାଇବେ। ଏହି ସମସ୍ତ ଅଫରଗୁଡିକ ୧ ମାର୍ଚ୍ଚ ୨୦୨୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ଆପଣଙ୍କ ସୂଚନା ମୁତାବିକ, ଜିଓର ସାରା ଦେଶରେ ୨୫କୋଟିରୁ ଅଧିକ ୟୁଜର୍ସ ଅଛନ୍ତି, ସେହିପରି ଜିଓ ଫୋନର ଦେଶସାରା ୧୦କୋଟି ଗ୍ରାହକ ଅଛନ୍ତି। ୨୦୧୭ ମସିହାରେ ଜିଓ ନିଜର ୪ଜି ଫୋନ ଆଣିଥିଲା। ସେତେବେଳେ ଏହା ବହୁତ ଚର୍ଚ୍ଚାରେ ଥିଲା। ଏହି ଫୋନ କାଇଓଏସରେ ଚାଲିଥାଏ। ଏମିତି ଲୋକ ଯେଉଁମାନେ ସହଜରେ ସ୍ମାର୍ଟଫୋନ କିଣିପାରିବେ ନାହିଁ ସେମାନଙ୍କ ପାଇଁ ଏହା ଭଲ ଅପ୍ସନ ଥିଲା। ୨.୪ଇଞ୍ଚ ଡିସପ୍ଲେ, ୨ ମେଗାପିକ୍ସେଲ ରିୟର ଓ ୦.୩ ମେଗାପିକ୍ସେଲ ସେଲଫି କ୍ୟାମେରା ଥିବା ଏହି ଫୋନର ମୂଲ୍ୟ ମଧ୍ୟ ବହୁତ କମ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *